ଓଡିଶା

odisha

ETV Bharat / state

କୋରୋନାକୁ ଚେକ୍ ଦେବ 'ଆମ ବସ୍ତି ସୁରକ୍ଷା ଆମ ହାତରେ ଅଭିଯାନ' - khordha sub collector

କୋରୋନାକୁ ମାତ୍ ଦେବା ପାଇଁ ଖୋର୍ଦ୍ଧା ପୋୖରାଞ୍ଚଳ ବସ୍ତିରେ ଆରମ୍ଭ ହେଲା 'ଆମ ବସ୍ତି ସୁରକ୍ଷା ଆମ ହାତରେ ଅଭିଯାନ' କାର୍ଯ୍ୟକ୍ରମ । ଖୋର୍ଦ୍ଧା ଉପଜିଲ୍ଲାପାଳ ଏବଂ ପୌରନିର୍ବାହୀ ଅଧିକାରୀଙ୍କ ତତ୍ତ୍ଵାବଧାନରେ ଆରମ୍ଭ ହୋଇଛି ଏହି ନିଆରା କାର୍ଯ୍ୟକ୍ରମ । ଅଧିକ ପଢନ୍ତୁ...

କରୋନାକୁ ପ୍ରତିହତ କରିବା ପାଇଁ ଖୋର୍ଦ୍ଧା ପୋୖରାଞ୍ଚଳ ବସ୍ତିରେ ନିଆରା କାର୍ଯ୍ୟକ୍ରମ
କରୋନାକୁ ପ୍ରତିହତ କରିବା ପାଇଁ ଖୋର୍ଦ୍ଧା ପୋୖରାଞ୍ଚଳ ବସ୍ତିରେ ନିଆରା କାର୍ଯ୍ୟକ୍ରମ

By

Published : Apr 22, 2021, 9:45 PM IST

ଖୋର୍ଦ୍ଧା: କୋରୋନାକୁ ପ୍ରତିହତ କରିବା ପାଇଁ ଖୋର୍ଦ୍ଧା ପୋୖରାଞ୍ଚଳ ବସ୍ତିରେ ଆରମ୍ଭ ହେଲା ନିଆରା କାର୍ଯ୍ୟକ୍ରମ 'ଆମ ବସ୍ତି ସୁରକ୍ଷା ଆମ ହାତରେ ଅଭିଯାନ' ଆରମ୍ଭ ହୋଇଛି । ଖୋର୍ଦ୍ଧା ଉପଜିଲ୍ଲାପାଳ ଅଶୋକ ବେହୁରିଆ ଏବଂ ପୌରନିର୍ବାହୀ ଅଧିକାରୀ ଶ୍ଵେତପଦ୍ମା ଶତପଥୀଙ୍କ ତତ୍ତ୍ଵାବଧାନରେ ଆରମ୍ଭ ହୋଇଛି ଏହି ନିଆରା କାର୍ଯ୍ୟକ୍ରମ ।

କରୋନାକୁ ପ୍ରତିହତ କରିବା ପାଇଁ ଖୋର୍ଦ୍ଧା ପୋୖରାଞ୍ଚଳ ବସ୍ତିରେ ନିଆରା କାର୍ଯ୍ୟକ୍ରମ

ବସ୍ତିରେ ମହିଳାମାନେ ସ୍ବଚ୍ଛତା ଉପରେ ଗୁରୁତ୍ଵ ଦେବା ସହ ହାତରେ ପ୍ଲା କାର୍ଡ ଧରି ମାସ୍କ ପିନ୍ଧିବା, ସାନିଟାଇଜେସନ କରିବା ଓ ସାମାଜିକ ଦୂରତା ରକ୍ଷା ପାଇଁ ସାହି ବାସିନ୍ଦାଙ୍କୁ ସଚେତନ କରୁଛନ୍ତି । ବସ୍ତିରୁ କରୋନା ଦୂରେଇବା ପାଇଁ ଉପଜିଲ୍ଲାପାଳ ଘରଧୂଆ ଅଭିଯାନ ଲାଗି ମହିଳାଙ୍କୁ ଆହ୍ଵାନ କ୍ରମେ ଖୋର୍ଦ୍ଧା ପୌରାଞ୍ଚଳର ୨୪ଟି ବସ୍ତିରେ ମହିଳାମାନେ ନିଜ ଘରର ଆବର୍ଜନା ସଫା କରିବା ସହ ଘରଦାଣ୍ଡ ଲିପାପୋଛା କରିଛନ୍ତି ।

ମହିଳାମାନେ ନିଜ ଘର ଓ ପରିବେଶକୁ ସଫା ରଖିବା ଲାଗି ସଂକଳ୍ପ ନେଇଛନ୍ତି । ଉପଜିଲ୍ଲାପାଳ ଓ ପୌର ନିର୍ବାହୀ ଅଧିକାରୀ ବସ୍ତି ବୁଲି ମହିଳାମାନଙ୍କୁ ଉତ୍ସାହିତ କରିବା ସହ ବସ୍ତି ଅଞ୍ଚଳକୁ କୋଭିଡ ମୁକ୍ତ କରିବା ଲାଗି ଏହି ଅଭିଯାନ ଆରମ୍ଭ ହୋଇଛି ଏବଂ ଆଗକୁ ଏହାକୁ ବ୍ୟାପକ କରାଯିବ ବୋଲି ପୌର ଅଧିକାରୀ କହିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details