ଭୁବନେଶ୍ବର:ବିଧାନସଭା ଶୀତକାଳୀନ ଅଧିବେଶନ (Odisha Assembly winter session)ର ଆଜି ୪ର୍ଥ ଦିନରେ ପ୍ରାଥମିକ ଶିକ୍ଷକଙ୍କୁ ଦାବିକୁ ନେଇ ଗୃହରେ ହଟ୍ଟଗୋଳ କରିଥିଲେ ବିରୋଧୀ । ଗୃହ ଆରମ୍ଭରୁ ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ପୋଡ଼ିୟମ ନିକଟକୁ ଆସି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବିରୋଧୀଙ୍କ ଦାବି ପରେ ପଦକ୍ଷେପ ନେଇଛନ୍ତି ବାଚସ୍ପତି । ଶିକ୍ଷକ ଆନ୍ଦୋଳନକୁ ନେଇ ବାଚସ୍ପତିଙ୍କ ରୁଲିଂ (Speaker gives ruling on Teacher Agitation) । ସରକାର ଶିକ୍ଷକଙ୍କ ଆନ୍ଦୋଳନ ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।
ଶିକ୍ଷକଙ୍କ ଆନ୍ଦୋଳନ ନେଇ ହୁଲୁସ୍ତୁଲ ବିଧାନସଭାର ଶୀତକାଳୀନ ଅଧିବେଶନର ଚତୁର୍ଥ ଦିନ । ପ୍ରଶ୍ନକାଳ ଆରମ୍ଭରୁ ଗୃହ ମଧ୍ୟ ଭାଗକୁ ଆସି ବିକ୍ଷୋଭ କରିଥିଲେ ବିଜେପି ଓ କଂଗ୍ରେସ ବିଧାୟକ । ବାଧ୍ୟ ହୋଇ ପ୍ରଶ୍ନକାଳକୁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି । ଶୂନ୍ୟକାଳ ପ୍ରାରମ୍ଭରେ ସର୍ବଦଳୀୟ ବୈଠକ ଡାକି ଆଲୋଚନା କରିଥିଲେ ବାଚସ୍ପତି । ବିଜେପି ପକ୍ଷରୁ ଆଗତ ମୁଲତବୀ ପ୍ରସ୍ତାବ ଆଲୋଚନା ପୂର୍ବରୁ ରୁଲିଂ ଦେଇଛନ୍ତି ବାଚସ୍ପତି । ଶିକ୍ଷକଙ୍କୁ ନେଇ ମୁଖ୍ୟମନ୍ତ୍ରୀ ଯେଉଁ ଘୋଷଣା କରିଥିଲେ, ତାହା କୁଆଡେ ଗଲା ? ଏଭଳି ସ୍ଥିତିରେ ଗଣଶିକ୍ଷା ମନ୍ତ୍ରୀ କୁଆଡେ ଗଲେ ? ପଦ୍ମପୁରରେ ପ୍ରଚାର କରିବା ପାଇଁ କାହାଠୁ ଅନୁମତି ନେଇ ଯାଇଛନ୍ତି ମନ୍ତ୍ରୀ ସମୀର ଦାସ ? ଏମିତି ପ୍ରଶ୍ନ କରି ସରକାରଙ୍କୁ ଘେରିଛନ୍ତି ବିରୋଧୀ ।
ଏହା ବି ପଢନ୍ତୁ- ବିସ୍ଫୋରଣରେ ଉଡିଗଲା ଘରର ଛାତ, ଚାଲିଗଲା ଜଣଙ୍କ ଜୀବନ