ଓଡିଶା

odisha

ETV Bharat / state

ସାବଧାନ ! ଅଣ୍ଡା ଦେଲେଣି ନାଗ, ସତର୍କତା ଜାରି କଲା ସ୍ନେକ ହେଲ୍ପ ଲାଇନ - ସ୍ନେକ ହେଲ୍ପ ଲାଇନ ନମ୍ବର

ଆରମ୍ଭ ହୋଇଛି ସାପ ମାନଙ୍କର ଅଣ୍ଡା ଦେବା ଋତୁ । ଖାସ କରି ନାଗ, ତମ୍ପ ଆଦି ବିଷଧର ସାପମାନେ ଅଣ୍ଡା ଦେବା ଆରମ୍ଭ ମଧ୍ୟ କରିଥାନ୍ତି । ଅଧିକ ପଢ଼ନ୍ତୁ

ଆରମ୍ଭ ହୋଇଛି ସାପ ମାନଙ୍କର ଅଣ୍ଡା ଦେବା ଋତୁ
ଆରମ୍ଭ ହୋଇଛି ସାପ ମାନଙ୍କର ଅଣ୍ଡା ଦେବା ଋତୁ

By

Published : Apr 16, 2023, 7:23 AM IST

ଆରମ୍ଭ ହୋଇଛି ସାପ ମାନଙ୍କର ଅଣ୍ଡା ଦେବା ଋତୁ

ଭୁବନେଶ୍ବର:ଆରମ୍ଭ ହୋଇଛି ସାପମାନଙ୍କର ଅଣ୍ଡା ଦେବା ଋତୁ । ବିଶେଷ କରି ନାଗ, ତମ୍ପ ଆଦି ବିଷଧର ସାପ ମାନେ ସୁବିଧା ଯାଗା ଦେଖି ଅଣ୍ଡା ଦେବା ଆରମ୍ଭ ମଧ୍ୟ କରିଛନ୍ତି । ପୁରୀ ଜିଲ୍ଲାର କଣାସ ଅଞ୍ଚଳରେ ଭାଟପଡା ଗ୍ରାମର ଅକ୍ଷୟ ମାଣ୍ଟୁଙ୍କ ବାଡି ଭିତରୁ ସାଢେ ୩ ଫୁଟ ଲମ୍ବର ନାଗୁଣୀ ଓ ୧୭ଟି ଅଣ୍ଡା ଉଦ୍ଧାର କରିଛି ସ୍ନେକ ହେଲ୍ପ ଲାଇନ ।

ଅକ୍ଷୟଙ୍କ ସୂଚନାନୁଯାୟୀ, ‘‘ଘର କାମ କରିବା ପାଇଁ ପଥର ଗଦାରୁ ପଥର ହଟେଇବା ବେଳେ ନାଗ ସହିତ କିଛି ଅଣ୍ଡା ଦେଖିବାକୁ ପାଇଥିଲେ । ଭୟଭୀତ ହୋଇ ସ୍ନେକ ହେଲ୍ପ ଲାଇନକୁ ଖବର ଦେଇଥିଲେ। ସ୍ଥାନୀୟ ସ୍ନେକ ହେଲ୍ପ ଲାଇନ ସଦସ୍ୟ ସୁଶାନ୍ତ କୁମାର ପହଞ୍ଚି ସାଢେ ୩ ଫୁଟ ଲମ୍ବର ନାଗୁଣୀକୁ ଧରିଥିଲେ । ଏହାପରେ ସାପ ଅଣ୍ଡାକୁ ମଧ୍ୟ ଯତ୍ନରେ ବାହାର କରିଥିଲେ ।’’

ସୂଚନାଯୋଗ୍ୟ, ସାପ ମାନେ ଇଟା ଗଦା, ପଥର ଗଦା, ଗଛ କୋରଡ଼ା ଇତ୍ୟାଦି ସୁରକ୍ଷିତ ସ୍ଥାନ ବାଛି ଅଣ୍ଡା ଦେଇଥାନ୍ତି । ନାଗ ଓ ତମ୍ପ ଅଣ୍ଡା ଫୁଟି ଛୁଆ ହେବା ପର୍ଯ୍ୟନ୍ତ ଅଣ୍ଡାକୁ ଜଗି ରୁହନ୍ତି । ଅଣ୍ଡା ଦେବା ପାଇଁ ସୁରକ୍ଷିତ ସ୍ଥାନ ବାଛିବାର ଉଦ୍ଦେଶ୍ୟ ଥାଏ । ଉପଯୁକ୍ତ ତାପମାତ୍ରା ଏବଂ ଆର୍ଦ୍ରତା ଥିବା ସ୍ଥାନକୁ ଅଣ୍ଡା ଦେବା ଅଞ୍ଚଳ ବୋଲି ବାଛେ ସାପ । ଥରେ ଅଣ୍ଡା ଗୁଡିକୁ ସ୍ଥାନାନ୍ତର କରିଦେଲେ ଆଉ ପ୍ରାକୃତିକ ଭାବରେ ଅଣ୍ଡା ଫୁଟି ନଥାଏ । ଖରା ଏବଂ ପବନ ବାଜି ଦ୍ରୁତ ଗତିରେ ଅଣ୍ଡା ଭିତରୁ ଜଳୀୟ ଅଂଶ ହ୍ରାସ ହୋଇଥାଏ । ଅଣ୍ଡା ଭିତରେ ଥିବା ଭ୍ରୁଣ ମୃତ୍ୟୁ ବରଣ କରିଥାଏ ।

ଏହି ଘଟଣା ପରେ ସ୍ନେକ ହେଲ୍ପ ଲାଇନ ତରଫରୁ ଜନସାଧାରଣଙ୍କ ପାଇଁ ସୁରକ୍ଷା ପାଇଁ କିଛି ପରାମର୍ଶ ଦିଆଯାଇଛି
ନିଜର ଘର ତଥା ବାଡି ବଗିଚାକୁ ନିୟମିତ ଭାବରେ ସଫା କରନ୍ତୁ । ଅଳିଆ ଆବର୍ଜନା ଥିଲେ ସାପ ଅଣ୍ଡା ଦେବା ପାଇଁ ସ୍ଥାନ ମିଳିଯିବ । ବାଡି ବଗିଚାରେ ଯଦି ସାପ ଅଣ୍ଡା ପାଇବେ, ସେଗୁଡିକୁ ନଷ୍ଟ କରନ୍ତୁ ନାହିଁ । ସ୍ଥାନୀୟ ବନ କର୍ମଚାରୀ କିମ୍ବା ଅଧିକୃତ ସ୍ନେକ ହେଲ୍ପ ଲାଇନ ସଦସ୍ୟଙ୍କୁ ଖବର ଦିଅନ୍ତୁ ।

ସେହିପରି ବନ ଅଧିକାରୀଙ୍କ ବିନା ଅନୁମତିରେ କୌଣସି ବି ଭାରତୀୟ ସାପଙ୍କ ବସାରୁ ଅଣ୍ଡାକୁ ସ୍ଥାନାନ୍ତର କରିବାକୁ ଚେଷ୍ଟା କରିବା, ବନ୍ୟ ପ୍ରାଣୀ (ସଂରକ୍ଷଣ) ଆଇନ ୧୯୭୨ ର ଉଲ୍ଲଙ୍ଘନ । ଏଥିପାଇଁ ୭ ବର୍ଷ ପର୍ଯ୍ୟନ୍ତ ଜେଲ ତଥା ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ଜୋରିମାନା କିମ୍ବା ଉଭୟ ଦଣ୍ଡ ପ୍ରାବଧାନ ଅଛି ।


ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details