ଓଡିଶା

odisha

ETV Bharat / state

ଆଜିଠୁ ସ୍ପେସ୍ ଅନ୍ ହୁଇଲ ପ୍ରଦର୍ଶନୀ, ମହାକାଶର ଜ୍ଞାନ ନେବେ ଛାତ୍ରଛାତ୍ରୀ - ସ୍ପେସ୍ ଅନ୍ ହୁଇଲ ୧୪୦୦ ଛାତ୍ରଛାତ୍ରୀ ଦେବେ ଯୋଗ

ଆସନ୍ତା କାଲି ଆରମ୍ଭ ହେଉଛି ଇସ୍ରୋର ୩ ଦିନିଆ ସ୍ପେସ୍ ଅନ୍ ହୁଇଲ୍ ପ୍ରଦର୍ଶନୀ । ପ୍ରଦର୍ଶନୀକୁ ପ୍ରତିଦିନ ପ୍ରାୟ ୧୪୦୦ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମରେ ସାମିଲ ହେବେ l ଅଧିକ ପଢ଼ନ୍ତୁ

ସ୍ପେସ୍ ଅନ୍ ହୁଇଲ ପ୍ରଦର୍ଶନୀ ଆରମ୍ଭ
ସ୍ପେସ୍ ଅନ୍ ହୁଇଲ ପ୍ରଦର୍ଶନୀ ଆରମ୍ଭ

By

Published : Feb 12, 2023, 8:52 AM IST

ଭୁବନେଶ୍ବର: ଆଜିଠାରୁ ସ୍ପେସ୍ ଅନ୍ ହୁଇଲ ପ୍ରଦର୍ଶନୀ ଆରମ୍ଭ ହେବାକୁ ଯାଉଛି । ଭାରତୀୟ ମହାକାଶ ଗବେଷଣା ସଂସ୍ଥାର ସ୍ପେସ୍ ଅନ୍ ହୁଇଲ୍ ପ୍ରଦର୍ଶନୀ ଆଜିଠାରୁ ତିନିଦିନ ଯାଏ ଚାଲିବ । ପ୍ରଦର୍ଶନୀରେ ପ୍ରତିଦିନ ପ୍ରାୟ ୧୪୦୦ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମରେ ସାମିଲ ହେବେ l ଉଭୟ ସରକାରୀ ଓ ବେସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ଏହି ସୁଯୋଗ ରହିଛି । ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ), ମହାକାଶ ପ୍ରୟୋଗ କେନ୍ଦ୍ର, ବିକ୍ରମ ସରାଭାଇ ମହାକାଶ ପ୍ରଦର୍ଶନୀ, ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ବିଜ୍ଞାନ ଓ ବୈଷୟିକ ବିଦ୍ୟା ବିଭାଗର ମିଳିତ ସହଯୋଗରେ ଅନୁଷ୍ଠିତ ହେଉଛି ଏହି କାର୍ଯ୍ୟକ୍ରମ।

ଏହା ମଧ୍ୟ ପଢ଼ନ୍ତୁ:ବଲାଙ୍ଗୀର ଓଡ଼ିଶା ଆଦର୍ଶ ବିଦ୍ୟାଳୟଙ୍କୁ ସଫଳତା, ୬ ଛାତ୍ରଛାତ୍ରୀ JEE ମେନରେ କୃତକାର୍ଯ୍ୟ

ଏହି ପ୍ରଦର୍ଶନୀ ଭୁବନେଶ୍ଵର ସ୍ଥିତ କ୍ୟାପିଟାଲ ହାଇସ୍କୁଲ ଠାରେ ଅନୁଷ୍ଠିତ ହେଉଛି । ଆଜି ଏହାର ଉଦଘାଟନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ଅବସରରେ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେବାକୁ ଥିବାବେଳେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିବେ ।

ସେହିପରି ସମ୍ମାନିତ ଅତିଥି ଭାବେ ଭୁବନେଶ୍ବର ମହାନଗର ନିଗମ ମେୟର ସୁଲୋଚନା ଦାସ, ମୁଖ୍ୟ ପ୍ରବକ୍ତା ଭାବେ ଇସ୍ରୋର ଗ୍ରୁପ ଡାଇରେକ୍ଟର ଡଃ.ପାରୁଲ ପଟେଲଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଅତିଥି ଭାବେ ଉପସ୍ଥିତ ରହିବେ । ପ୍ରଦର୍ଶନୀ ଆଜିଠାରୁ ୧୨ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ । ଛାତ୍ରଛାତ୍ରୀଙ୍କ ପାଇଁ ଏହି ପ୍ରଦର୍ଶନୀ ସକାଳ ୯ ରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଖୋଲା ରହିବ । ଶେଷ ଦିନ ଅର୍ଥାତ ୧୪ ତାରିଖରେ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ପ୍ରଦର୍ଶନୀ ଖୋଲା ରହିବ l

ଏହା ମଧ୍ୟ ପଢ଼ନ୍ତୁ:Odia Food and Craft Mela: ହାଇଦ୍ରାବାଦରେ ମହକିଲା ଓଡ଼ିଆ ପିଠାର ବାସ୍ନା

ଏହାସହ ଆଜି ଓ ଆସନ୍ତାକାଲି ଅପରାହ୍ନ ୪ ଟାରୁ ସଂଧ୍ୟା ୬ ଟା ପର୍ଯ୍ୟନ୍ତ ପ୍ରଦର୍ଶନୀକୁ ସାଧାରଣ ଦର୍ଶକ ମଧ୍ୟ ଦେଖିପାରିବେ । ସୂଚନା ଅନୁଯାୟୀ, ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ତଥା ଜନସାଧାରଣଙ୍କୁ ମହାକାଶ ଓ ମହାକାଶ ବିଜ୍ଞାନ ସମ୍ପର୍କିତ ସୂଚନା ପ୍ରଦାନ ଓ ଜ୍ଞାନ ଆହରଣ କରାଯିବ । ୫୦ବର୍ଷ ଧରି ଭାରତୀୟ ମହାକାଶ ବିଜ୍ଞାନର ସଫଳତାକୁ ଲୋକଲୋଚନକୁ ଆଣିବା ଏହି ପ୍ରଦର୍ଶନୀର ମୁଖ୍ୟ ଉଦ୍ଦେଶ୍ୟ । ମହାକାଶ ଗବେଷଣାର ଇତିହାସ, ମହାକାଶକୁ ଯାତ୍ରା, ଉପଗ୍ରହକୁ ସଂସ୍ଥାପିତ କରୁଥିବା ଯାନ, ପାରସ୍ପରିକ ଆଲୋଚନା, ମଡେଲ ଏବଂ ବିଶେଷଜ୍ଞଙ୍କ ସହିତ ଆଲୋଚନା, ବିଷୟଭିତ୍ତିକ ଆଲୋଚନା, ଭିଡିଓ ଚିତ୍ର ଆଦି ଏହି ପ୍ରଦର୍ଶନୀରେ ପ୍ରଦର୍ଶିତ ହେବ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details