ଓଡିଶା

odisha

ETV Bharat / state

ଏଥର ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନାଚ ମନା - ଖଣ୍ଡଗିରି ଯାତ୍ରା

ଆଉ ହାତ ଗଣତି ଦିନ ପରେ ଦୁଲୁକିବ ଖଣ୍ଡଗିରି । ଚଳିତ ଖଣ୍ଡଗିରି ଯାତ୍ରା ପାଇଁ ବିଏମସି ପକ୍ଷରୁ ଏସଓପି ଜାରି କରାଯାଇଛି । ଅଧିକ ପଢ଼ନ୍ତୁ

khandagiri yatra
ଖଣ୍ଡଗିରି ମେଳା

By

Published : Jan 24, 2023, 12:54 PM IST

Updated : Jan 24, 2023, 5:01 PM IST

ଯାତ୍ରାରେ ଅଶ୍ଳୀଳତା ମନା

ଭୁବନେଶ୍ବର: ଖଣ୍ଡଗିରି ଯାତ୍ରାରେ ଅଶ୍ଲୀଳ ନାଚ ମନା । ଅର୍ଥାତ ଯାତ୍ରାରେ ଅଶ୍ଲୀଳ ନୃତ୍ୟକୁ ବାରଣ କରାଯାଇଛି । ଏନେଇ ବିଏମସି ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି । ଚଳିତ ଥର ହେବାକୁ ଥିବା ଖଣ୍ଡଗିରି ମେଳା ନେଇ ବିଏମସି ପକ୍ଷରୁ ଏସଓପି ଜାରି କରାଯାଇଛି । ୧୬ଟି ନିୟମାବଳୀ ରହିଥିବା ବେଳେ ୧୫ ନମ୍ବର ନିୟମାବଳୀରେ ଅଶ୍ଳୀଳ ନାଚକୁ ବାରଣ କରାଯାଇଛି । ଯଦି କୌଣସି ଯାତ୍ରାପାର୍ଟି ଅଶ୍ଳୀଳ ନାଚ କରିବେ, ତେବେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ନେବ ବୋଲି କହିଛି ପୋଲିସ । ଏଥିସହ ଯାତ୍ରା ଆୟୋଜକଙ୍କୁ ମଧ୍ୟ ସତର୍କ କରାଯାଇଛି ।

ଏସଓପି ଜାରି ହେବା ପରେ ବି ଯଦି ନିୟମ ଉଲ୍ଲଂଘନ କରାଯାଏ, ତାହାଲେ ଉକ୍ତ ପାର୍ଟିକୁ ଯାତ୍ରା ପରିବେଷଣ ପାଇଁ ଅନୁମତି ମିଳିବ ନାହିଁ । ବିଶେଷ କରି ରାଣୀ ପଣ୍ଡାଙ୍କ ଉପରେ ସ୍ୱତନ୍ତ୍ର ନଜର ରହିବ । ତେବେ ଖଣ୍ଡଗିରି ମେଳା ୨୮ରେ ଆରମ୍ଭ ହେବାକୁ ଥିବା ବେଳେ ୩୦ରୁ କମ୍ପିବ ଯାତ୍ରା ପଡ଼ିଆ । ଏଥର ୧୧ଟି ଯାତ୍ରା ପାର୍ଟି ଆସିବାର ଆୟୋଜନ ହୋଇଛି । ଏଥିପାଇଁ ଆୟୋଜକଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏଥର ସ୍ଵର୍ଣ୍ଣ ମନ୍ଦିର ଯାତ୍ରା ପାର୍ଟିରେ ନଜର ଆସିବେ ରାଣୀ ପଣ୍ଡା ।

ବିଗତ ବର୍ଷରେ ରାଣୀ ପଣ୍ଡାଙ୍କ ଅଶ୍ଳୀଳ ନୃତ୍ୟକୁ ନେଇ ସାରା ରାଜ୍ୟରେ ବିବାଦ ଉପୁଜିଥିଲା । ଆଉ ଦୁଇ ବର୍ଷରେ କୋରୋନା ଭିତରେ ଯାତ୍ରା ହୋଇପାରିନଥିଲା । ଏଥର ଯାତ୍ରା ପାର୍ଟିକୁ ସେମାଙ୍କର ନାଟକ ପରିବେଷଣ ପାଇଁ ଅନୁମତି ମିଳିଥିବା ବେଳେ ବିଏମସି ଦ୍ବାରା ଜାରି ହୋଇଥିବା ଏସଓପିକୁ ପାଳନ କରିବା ପାଇଁ ଖଣ୍ଡଗିରି ଥାନା ଅଧିକାରୀ ଦୟାନିଧି ନାୟକ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jan 24, 2023, 5:01 PM IST

ABOUT THE AUTHOR

...view details