ଭୁବନେଶ୍ବର:ଆରମ୍ଭରୁ ଅସହ୍ୟ ତାତି। ଗତ ୨୪ ଘଣ୍ଟା ଭିତରେ ସୋନପୁରରେ ସର୍ବାଧିକ ୩୮.୩ ତାପମାତ୍ରା ରେକର୍ଡ ହୋଇଛି। ଏହାକୁ ନେଇ ସୋନପୁର ଦେଶର ଦ୍ୱିତୀୟ ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଛି। ରାଜ୍ୟର ୧୦ ଟି ସହରରେ ୩୭ ଡିଗ୍ରୀ ରୁ ଅଧିକ ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି ତାଳଚେର ୩୮.୨ , ନୟାଗଡ ୩୮ , ଭୁବନେଶ୍ୱରରେ ୩୭.୯ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଏହା ସହ ରାଜ୍ୟରେ ଅନେକ ସ୍ଥାନରେ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବାର ସମ୍ଭାବନା ଥିବା ବେଳେ ଦିନର ତାପମାତ୍ରା ୩ ରୁ ୪ ଦିନ ଯାଏ ସେଭଳି ପରିବତ୍ତର୍ନ ହେବାର ସମ୍ଭାବନା ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ୧୧.୩୦ ସୁଦ୍ଧା ଭୁବନେଶ୍ୱର ୩୪.୬ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରଯାଇଥିବା ବେଳେ ୩୭ ରୁ ୩୮ ଡିଗ୍ରୀ ଛୁଇଁପାରେ ଦିନର ତାପମାତ୍ରା ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଅନ୍ୟପଟେ ଓଡିଶା ଉପକୂଳରେ ବାୟୁମଣ୍ଡଳରେ ଏକ ଗୁରୁଚାପ ର ପ୍ରବାହ ରହୁଛି । ଏହି ପ୍ରବାହକୁ ନେଇ ସମୁଦ୍ର ଆଡୁ ସ୍ଥଳଭାଗକୁ ସାମୁଦ୍ରିକ ବାୟୁ ପ୍ରବାହ ବୃଦ୍ଧି ହେବ । ଫଳରେ ୨ ରୁ ୩ ଦିନ ଯାଏ ରାଜ୍ୟ ରେ ତାପମାତ୍ରା କମ ରହିବା ସହ ଜଳୀୟ ବାଷ୍ପ ପରିମାଣ ଅଧିକ ରହିବ। ତେଣୁ ରାଜ୍ୟ ର ଅନେକ ସ୍ଥାନରେ ଘନ କୁହୁଡ଼ି ଅନୁଭୂତ ହେବ। ଉପକୂଳ ଓଡିଶାରେ ମୁଖ୍ୟତଃ ଘନ କୁହୁଡ଼ି ଅନୁଭୂତି ହେବ। ବିଶେଷ ଭାବେ ଖୋର୍ଦ୍ଧା , କଟକ , ଭଦ୍ରକ , ଯାଜପୁର ,ଅନୁଗୋଳ , କେନ୍ଦ୍ରାପଡା ଓ ଢେଙ୍କାନାଳ ଏହି ସବୁ ଜିଲ୍ଲା ଗୁଡିକରେ ମଧ୍ୟରାତ୍ରିରୁ ସକାଳ ପର୍ଯ୍ୟନ୍ତ କୁହୁଡି ଅନୁଭବ ହେବ। ଏହି ସବୁ ସ୍ଥାନରେ 200 ରୁ କମ କୁହୁଡ଼ି ଅନୁଭବ ହେବ।
ସେପଟେ ଗୁରୁଚାପ ର ପ୍ରଭାବ କମିଲେ ତାପମାତ୍ରା କମିବ। ପରେ ଅର୍ଥାତ ପୁଣି 3 ରୁ 4 ଦିନ ପରେ ସ୍ବଭାବିକ ଠାରୁ ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢିବାର ସମ୍ଭାବନା ରହିଛି। ରାଜ୍ୟ ର କେତେକ ସ୍ଥାନରେ ଆଦ୍ର ବାୟୁ ପ୍ରଭାବରେ ଝାଞ୍ଜି ପବନ ଅନୁଭବ ହେଉଛି। ଏହାକୁ ପୁଣି ଅପରାହ୍ନରେ ଖରା ର ତାପ କମିବା ସହ ଝାଞ୍ଜି ପବନର ଅନୁଭୁତି ବି କମିବ ବୋଲି କହିଛି ପାଣିପାଗ ବିଭାଗ। ସେହିପରି ଏବେ ରାଜ୍ୟରେ ସେଭଳି କିଛି ସୂଚନା ନ ଥିବା ବେଳେ ମାର୍ଚ୍ଚ ମାସକୁ ତାପମାତ୍ରା ବୃଦ୍ଧି ପାଇବ। ତାହା ପୁଣି ସ୍ବଭାବିକ ଠାରୁ 3 ରୁ 4 ଅଧିକା ରହିବ। ଯାହା ଗ୍ରୀଷ୍ମ ପ୍ରବାହକୁ ସହାୟକ ହେବ।