ଖୋର୍ଦ୍ଧା:ଶଶୂର ଘରେ ବନ୍ଧୁକ ଦେଖାଇ ଜ୍ବାଇଁ ଓ ତାଙ୍କର ଜଣେ ସହଯୋଗୀ ଗିରଫ । ଜଟଣୀ ଥାନା ଅନ୍ତର୍ଗତ କଂସପଦା ଗ୍ରାମରେ ଘଟିଛି ଏଭଳି ଘଟଣା । ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ତିକ୍ତତା ଓ ଗଣ୍ଡଗୋଳକୁ ନେଇ ଘଟିଛି ଘଟଣା ।
ଶଶୁର ଘରେ ବନ୍ଧୁକ ଦେଖାଇ ବନ୍ଧା ହେଲେ ଜ୍ବାଇଁ ଓ ସହଯୋଗୀ - ଖୋର୍ଦ୍ଧା ବନ୍ଧୁକ ଖବର
ଶଶୂର ଘରେ ବନ୍ଧୁକ ଦେଖାଇ ଜ୍ବାଇଁ ଓ ତାଙ୍କର ଜଣେ ସହଯୋଗୀ ଗିରଫ । ଜଟଣୀ ଥାନା ଅନ୍ତର୍ଗତ କଂସପଦା ଗ୍ରାମରେ ଘଟିଛି ଏଭଳି ଘଟଣା । ଅଧିକ ପଢନ୍ତୁ...

ଶଶୁର ଘରେ ବନ୍ଧୁକ ଦେଖାଇ ବନ୍ଧା ହେଲେ ଜ୍ବାଇଁ ଓ ସହଯୋଗୀ
ଶଶୁର ଘରେ ବନ୍ଧୁକ ଦେଖାଇ ବନ୍ଧା ହେଲେ ଜ୍ବାଇଁ ଓ ସହଯୋଗୀ
ସୂଚନା ଅନୁଯାୟୀ କଂସପଦା ଗ୍ରାମର ବିରଞ୍ଚି ସାମନ୍ତରାୟ ଝିଅ ଇତିଶ୍ରୀ ୬ ମାସ ତଳେ ତିରିମଲ ଗ୍ରାମର ସ୍ବାଧୀନ ବଳିଆରସିଂଙ୍କୁ ବିବାହ କରିଥିଲେ। ବିବାହ ପରେ ଯୌତୁକକୁ ନେଇ ଲାଗିରହିଥିଲା ବିବାଦ । ଏହାକୁ ନେଇ ଆଜି ଝିଅ ଘରକୁ ସ୍ବାମୀ ଓ ତାର ସହଯୋଗୀ ଆସିଥିଲେ। ଯୌତୁକକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ଏହି ଘଟଣାରେ ଜ୍ବାଇଁ ଠାରୁ ଏକ ଦେଶୀ ବନ୍ଧୁକ ଜବତ କରାଯାଇଥିଲା । ଏହା ସହ ତାର ସହଯୋଗୀ ପ୍ରକାଶ ଚନ୍ଦ୍ର ମିଶ୍ରକୁ ମଧ୍ୟ ଗିରଫ କରିଛି ଜଟଣୀ ଥାନା ପୋଲିସ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ