ଓଡିଶା

odisha

ETV Bharat / state

ସୌରଶକ୍ତିରେ ଚାଲିବ ରାଜ୍ୟର 18ଟି ବିଶ୍ବ ବିଦ୍ୟାଳୟ - ସୌର ଶକ୍ତି

ସୌର ଶକ୍ତିରେ ପରିଚାଳିତ ହେବ ରାଜ୍ୟର 18ଟି ବିଶ୍ବ ବିଦ୍ୟାଳୟ । ଏନେଇ ଉଚ୍ଚ ଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି । ଅଧିକ ପଢନ୍ତୁ

solar power system
୧୮ଟି ବିଶ୍ଵବିଦ୍ୟାଳୟ ହେବ ଗ୍ରୀନ କ୍ୟାମ୍ପସ

By

Published : Mar 2, 2023, 8:09 AM IST

ଭୁବନେଶ୍ବର:ସୌରଶକ୍ତିରେ ଚାଲିବ ବିଶ୍ଵ ବିଦ୍ୟାଳୟ । 18 ଟି ବିଶ୍ଵ ବିଦ୍ୟାଳୟରେ ଗ୍ରୀନ କ୍ୟାମ୍ପସ ହେବ। ସବୁ ବିଶ୍ଵ ବିଦ୍ୟାଳୟରେ ରୁଫ ଟପ୍ ସୋଲାର ସିଷ୍ଟମ ଲାଗିବ । ବିଜୁଳି ଭୋଲଟ କମାଇବାକୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ହୋଇଛି ।

ଉଚ୍ଚଶିକ୍ଷା ବିଭାଗ ଅଧୀନସ୍ଥ 18ଟି ବିଶ୍ବ ବିଦ୍ୟାଳୟର ଛାତକୁ ସୋଲାର ରୁପ ଟପ ତଥା ସୌର ଶକ୍ତି ଚାଳିତ ବ୍ୟବସ୍ଥା କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ଓଡିଶା ସବୁଜ ଶକ୍ତି ଉନ୍ନୟନ ନିଗମକୁ ଚିଠି ଲେଖିଛି । ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବ ଏନେଇ ଗେଡକଲର ମୁଖ୍ୟ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି । ଚିଠିରେ ଦର୍ଶାଯାଇଛି କି, ବିଶ୍ବ ବିଦ୍ୟାଳୟ ଗୁଡିକରେ ବିଜୁଳି ଆବଶ୍ୟକତାର ପୂରଣ କରିବାକୁ ସେଗୁଡିକୁ ସୌର ଚାଳିତ କରିବା ପାଇଁ ନିଷ୍ପତ୍ତି ହୋଇଛି । ଫଳରେ ବିଶ୍ବ ବିଦ୍ୟାଳୟଗୁଡିକର ବିଜୁଳି ଚାପ କମିବା ସହ ଏହା ବାବଦରେ ଖର୍ଚ୍ଚ ହେଉଥିବା ଅର୍ଥ ଅନ୍ୟାନ୍ୟ ବିକାଶ କାର୍ଯ୍ୟରେ ଲଗାଯିବ । ବିଶ୍ବ ବିଦ୍ୟାଳୟକୁ ସୌର ଚାଳିତ କରିବା ପାଇଁ ଗେଡକଲ ସଂସ୍ଥା ଦାୟିତ୍ବ ଗ୍ରହଣ କରିବ ।

୧୮ଟି ବିଶ୍ଵ ବିଦ୍ୟାଳୟରେ ରୁଫ ଟପ୍ ସୋଲାର ସିଷ୍ଟମ ଲଗାଯିବ । ଏନେଇ ଗ୍ରିନ୍ ଏନର୍ଜି ଡେଭେଲପମେଣ୍ଟ କର୍ପୋରେଶନ ଅଫ୍ ଓଡ଼ିଶା ଲିମିଟେଡ ସିଇଓଙ୍କୁ ଉଚ୍ଚ ଶିକ୍ଷା ବିଭାଗ ଅବଗତ କରାଇଛି । ରାଜ୍ୟ ଉଚ୍ଚଶିକ୍ଷା ବିଭାଗର ଅଧୀନରେ 18ଟି ୟୁନିଭରସିଟି ରହିଛି । ସମସ୍ତ ବିଶ୍ଵବିଦ୍ୟାଳୟରେ ବର୍ତ୍ତମାନ ସମୟରେ ସୌର ଶକ୍ତିର ବିକାଶର ଆବଶ୍ୟକତା ରହିଛି । ଯାହା ଦ୍ଵାରା ସେହି ବିଶ୍ବବିଦ୍ୟାଳୟଗୁଡ଼ିକ ସେମାନଙ୍କର ଶକ୍ତି ବ୍ୟବହାର ପାଇଁ ଆତ୍ମନିର୍ଭରଶୀଳ ହୋଇପାରିବେ । ଶକ୍ତି ବ୍ୟବହାର ମୂଲ୍ୟ ମଧ୍ୟ ହ୍ରାସ ହେବ । ପ୍ରତ୍ୟେକ ବିଶ୍ବ ବିଦ୍ୟାଳୟରେ ଗ୍ରୀନ କ୍ୟାମ୍ପସ କରାଯିବ। ଏନେଇ ଉଚ୍ଚଶିକ୍ଷାର ପ୍ରଶାସନିକ ନିୟନ୍ତ୍ରଣରେ ଆସୁଥିବା ରାଜ୍ୟର ସମସ୍ତ ସରକାରୀ ବିଶ୍ବ ବିଦ୍ୟାଳୟର ଛାତ ଉପରେ ବିଦ୍ୟୁତ୍ ବ୍ୟବସ୍ଥା ସ୍ଥାପନ ପାଇଁ ଓଡିଶା ଲିମିଟେଡ୍ (GEDCOL) ଏକମାତ୍ର କାର୍ଯ୍ୟନିର୍ବାହୀ ଏଜେନ୍ସି ହେବ ।

ଏହା ବି ପଢନ୍ତୁ...Odisha Assembly: ନିଯୁକ୍ତି ପାଇବେ 40 ହଜାର ଶିକ୍ଷକ: ଗଣଶିକ୍ଷା ମନ୍ତ୍ରୀ

୧୮ଟି ପବ୍ଲିକ୍ ୟୁନିଭର୍ସିଟିରେ ଛାତ ଉପରେ ସୌର ପାୱାର ସିଷ୍ଟମ ସ୍ଥାପନ ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ନିଷ୍ପତ୍ତି ହୋଇଛି । ଉତ୍କଳ ବିଶ୍ବ ବିଦ୍ୟାଳୟ, ରମାଦେବୀ ବିଶ୍ଵ ବିଦ୍ୟାଳୟ, ବ୍ରହ୍ମପୁର ବିଶ୍ଵ ବିଦ୍ୟାଳୟ, ରେଭେନ୍ସା ବିଶ୍ଵ ବିଦ୍ୟାଳୟ, ଫକୀର ମୋହନ ବିଶ୍ବ ବିଦ୍ୟାଳୟ, ସମ୍ବଲପୁର ବିଶ୍ବ ବିଦ୍ୟାଳୟ, କଳାହାଣ୍ଡି ବିଶ୍ଵ ବିଦ୍ୟାଳୟ, ଖଲ୍ଲିକୋଟ ବିଶ୍ଵ ବିଦ୍ୟାଳୟ, ଗଙ୍ଗାଧର ମେହେର, ବୀର ସୁରେନ୍ଦ୍ର ସାଏ, ଓୟୁଏଟି, ଶ୍ରୀ ଜଗନ୍ନାଥ ସଂସ୍କୃତ, ମଧୁସୂଦନ ଲ ବିଶ୍ଵ ବିଦ୍ୟାଳୟ, ମହାରାଜା ଶ୍ରୀରାମନ୍ଦ୍ର ଭଞ୍ଜ ଦେଓ, ଓଡ଼ିଶା ଷ୍ଟେଟ ଓପନ, ବଲାଙ୍ଗୀର ରାଜେନ୍ଦ୍ର ବିଶ୍ଵ ବିଦ୍ୟାଳୟ ଆଦି ୧୮ଟି ବିଶ୍ବବିଦ୍ୟାଳୟକୁ ଗ୍ରୀନ କ୍ୟାମ୍ପସ କରାଯିବ । ଅନେକ ବିଶ୍ୱବିଦ୍ୟାଳୟରେ ସୌର ଶକ୍ତି ଲଗାଯାଇଥିଲା ମଧ୍ୟ ତାହା କାମରେ ଆସୁନାହିଁ । ଅଧାରୁ ଅଧିକ ଖରାପ ହୋଇପଡିରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details