ଓଡିଶା

odisha

RIଙ୍କୁ ପିଟିଲେ ମାଟି ମାଫିଆ

By

Published : Apr 7, 2022, 7:52 AM IST

ସରକାରୀ କର୍ମଚାରୀଙ୍କୁ ମାଡ ମାରିଲେ ମାଟି ମାଫିଆ । ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ଅଞ୍ଚଳରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

ଆରଆଇଙ୍କୁ ପିଟିଲେ ମାଟି ମାଫିଆ
ଆରଆଇଙ୍କୁ ପିଟିଲେ ମାଟି ମାଫିଆ

ନିଆଳି:ସରକାରୀ କର୍ମଚାରୀଙ୍କୁ ମାଡ ମାରିଲେ ମାଟି ମାଫିଆ । ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ଅଞ୍ଚଳରେ ଏଭଳି ଘଟଣା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଆରଆଇ ଏବଂ ସହକାରୀ କର୍ମଚାରୀଙ୍କୁ ମାଡ ମାରିଛନ୍ତି ମାଟି ମାଫିଆ ।

ତେବେ ବାଲିପାଟଣା ତହସିଲ ସୋମଣା ଶାସନ ଆରଆଇ ଅଧିନ ସେଉଳକୁଣ୍ଡ ଗ୍ରାମରେ ଏହି ଘଟଣା ଘଟିଛି । ଦୁର୍ବୃତ୍ତଙ୍କ ଆକ୍ରମଣରେ ସୋମଣ ଶାସନ ଆରଆଇ ବସନ୍ତ ସ୍ଵାଇଁ ଓ କର୍ମଚାରୀ ବେଣୁଧର ପରିଡା ଆହାତ ହୋଇଛନ୍ତି । ସୋମଣା ଶାସନ ଆରଆଇ ସର୍କଲ ଅଧିନ ଉଳକୁଣ୍ଡ ମୌଜାରୁ ବେଆଇନ ଭାବେ ଜେସିବି ଲୋଡର ମେସିନ ଏବଂ ଟ୍ରାକ୍ଟର ଯୋଗେ ମାଟି ଚାଲାଣ ହେଉଥିବା ଆରଆଇ ବସନ୍ତ ସ୍ଵାଇଁ ଖବର ପାଇଥିଲେ ।

ସୂଚନା ପାଇବା ପରେ ଆରଆଇ ଘଟଣାସ୍ଥଳକୁ ତଦନ୍ତ ପାଇଁ ଯାଇଥିଲେ । ମାଟି ଚାଲାଣ ହେଉଥିବା ବେଳର ଫଟୋ ଉଠାଇବା ବେଳେ ଦୁଇ ଜଣ ମାଟି ମାଫିଆ ଆରଆଇ ବସନ୍ତ ସ୍ଵାଇଁ ଏବଂ ତାଙ୍କ ସହକାରୀ କର୍ମଚାରୀ ବେଣୁଧର ପରିଡାଙ୍କୁ ମାଡ ମାରିବା ସହ ମୋବାଇଲ ଛଡାଇ ନେଇଛନ୍ତି । ଦୁର୍ବୃତ୍ତଙ୍କ ମାଡରେ ଉଭୟ କର୍ମଚାରୀ ଆହତ ହୋଇଛନ୍ତି ।

ଅନ୍ୟପଟେ ଖବର ପାଇ ବାଲିପାଟଣା ତହସିଲଦାର ପୋଲିସ ସହାୟତାରେ ଘଟଣା ସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରିଛନ୍ତି । ଏନେଇ ବାଲିପାଟଣା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ତହସିଲଦାର ।


ନିଆଳିରୁ ଉମେଶ ଚନ୍ଦ୍ର ମଲ୍ଲିକ, ଇଟିଭି ଭାରତ

ABOUT THE AUTHOR

...view details