Meri Maati Mera Desh Campaign: ସଂଗୃହୀତ ମାଟି ଶନିବାର ନୂଆଦିଲ୍ଲୀ ଯିବ: ବିଜେପି ସଭାପତି ଭୁବନେଶ୍ବର: ଜାତୀୟ ଅମୃତ ବାଟିକା ପାଇଁ ଓଡିଶାର 13 ହଜାରରୁ ଅଧିକ ଗାଁରୁ ସଂଗୃହୀତ ହୋଇଛି ମାଟି । ଅଗଷ୍ଟ ୯ ରୁ ରାଜ୍ୟରେ ଆରମ୍ଭ ହୋଇଥିଲା କାର୍ଯ୍ୟକ୍ରମ। 12 ହଜାର ୮୩୩ ସ୍ଥାନରେ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ କାର୍ଯ୍ୟକ୍ରମ ହୋଇଥିଲା । ଆସନ୍ତାକାଲି ସ୍ବତନ୍ତ୍ର ଟ୍ରେନରେ ସଂଗୃହିତ ମାଟି ନୂଆଦିଲ୍ଲୀ ପଠାଯିବ । ରାଜ୍ୟରେ ବିଜେପି ପକ୍ଷରୁ ଚାଲିଥିବା ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରେସମିଟ କରି ଏହି ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ।
ମନମୋହନ କହିଛନ୍ତି, ‘‘75 ବର୍ଷ ସ୍ବାଧୀନତାର ଅମୃତ ମହୋତ୍ସବର ଏହା ହେଉଛି ଶେଷ କାର୍ଯ୍ୟକ୍ରମ। ଯେଉଁ ମାନେ ଦେଶ ସ୍ଵାଧୀନତା ପାଇଁ ଜୀବନ ଦେଇଥିଲେ ଓ ଲଢେଇ କରିଥିଲେ ସେହି ବୀର ଶହୀଦ ଯବାନ ମାନଙ୍କ ପାଇଁ ଏହା ଶ୍ରଦ୍ଧାଞ୍ଜଳି । ଓଡ଼ିଶାରେ ଅଗଷ୍ଟ 9ରୁ ଆରମ୍ଭ ହୋଇଥିଲା କାର୍ଯ୍ୟକ୍ରମ। ନୂଆଦିଲ୍ଲୀ କର୍ତ୍ତବ୍ୟ ପଥରେ ଅମୃତ ବାଟିକା ନିର୍ମାଣ ହେବ । 1804ରେ ଫାଶୀ ପାଇଥିବା ଜୟରାଜ ଗୁରୁଙ୍କ ଜନ୍ମସ୍ଥାନକୁ ଯାଇ ମାଟି ସଂଗ୍ରହ କରି ଶପଥ ପାଠ କରାଇଥିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ।’’
ଅଧିକ ପଢନ୍ତୁ- ବିଜେପିର ‘ମୋ ମାଟି ମୋ ଦେଶ’ କାର୍ଯ୍ୟକ୍ରମ: ବିରାଟ ଶୋଭାଯାତ୍ର ସହ 28ରେ ଦିଲ୍ଲୀ ଯିବ ମାଟି ଭର୍ତ୍ତି କଳସ
ସେହିପରି ରାଜ୍ୟର ବିଭିନ୍ନ ଅଞ୍ଚଳରୁ ସହିଦ ଯବାନ ଏବଂ ସ୍ଵାଧୀନତା ସଂଗ୍ରାମୀ ମାନଙ୍କ ଗାଁକୁ ଯାଇ ଦଳର ନେତା ଓ କେନ୍ଦ୍ର ମନ୍ତ୍ରୀ ମାନେ ମାଟି ସଂଗ୍ରହ କରିଥିଲେ । ବୃକ୍ଷରୋପଣ ମଧ୍ୟ କରାଯାଇଛି । 314 ବ୍ଲକର 2 ହଜାର 720 ପଞ୍ଚାୟତ, 13 ହାଜର 128 ଗାଁରୁ ପବିତ୍ର ମାଟି ସଂଗ୍ରହ ହୋଇଛି । 12 ହାଜର 833 ଜାଗାରେ କାର୍ଯ୍ୟକ୍ରମ ହୋଇଛି । 848 ଅମୃତ ବାଟିକା କାର୍ଯ୍ୟକ୍ରମ, 1724 ଜାଗାରେ ପଞ୍ଚ ସଂକଳ୍ପ ଶପଥ ପାଠ କାର୍ଯ୍ୟକ୍ରମ ଏହାସହ ସବୁ ପୌରପାଳିକା, ଏନଏସି ଏବଂ ପୌରପାଳିକାରୁ ମାଟି ଆସିଛି । ରାଜ୍ୟ କାର୍ଯ୍ୟାଳୟରେ ସବୁ ମାଟି ଏକାଠି ହେବ । ଆସନ୍ତାକାଲି ସକାଳ 10ଟାରେ ଭୁବନେଶ୍ଵର ଷ୍ଟେସନରେ ବିଶେଷ କାର୍ଯ୍ୟକ୍ରମ ହେବ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ସମସ୍ତ ନେତା ଉପସ୍ଥିତ ରହିବେ । ସ୍ଵତନ୍ତ୍ର ଟ୍ରେନରେ ସବୁ ମାଟି ଦିଲ୍ଲୀ ପଠାଯିବ । 611 ଜଣ ପ୍ରତିନିଧିଙ୍କ ପାଇଁ ଟିକେଟ ହୋଇଛି । ରାଷ୍ଟ୍ରୀୟ ଏକତା ଏବଂ ଅଖଣ୍ଡତା ପାଇଁ ଏହି କାର୍ଯ୍ୟକ୍ରମ । 31 ତାରିଖ 4ଟା ବେଳେ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଶପଥ ପାଠ କରାଇବେ ।
ଅଗଷ୍ଟ 9 ରେ ଆରମ୍ଭ ହୋଇଥିଲା ଏହି ଭବ୍ୟ କାର୍ଯ୍ୟକ୍ରମ। ଅକ୍ଟୋବର 27 ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ଏହି କାର୍ଯ୍ୟକ୍ରମ ଚାଲିଥିଲା। ମାଟି ସଂଗ୍ରହ କାର୍ଯ୍ୟକ୍ରମ ଅକ୍ଟୋବର 27 ରେ ଭୁବନେଶ୍ବରରେ ଶେଷ ହୋଇଛି। ବହୁ ସ୍ଥାନରେ ବୃକ୍ଷରୋପଣ କରାଯାଇଛି। ଆଜି ମାଟି ଆସି ଭୁବନେଶ୍ବର କାର୍ଯ୍ୟାଳୟରେ ରହିବ। ଆସନ୍ତାକାଲି 611 ପ୍ରତିନିଧି ଏକ ସ୍ବତନ୍ତ୍ର ଟ୍ରେନରେ ଦିଲ୍ଲୀ ଯିବେ। ଆଜି ସାରା ରାତି କାର୍ଯ୍ୟକ୍ରମ ହେବ। ଆସନ୍ତାକାଲି ସକାଳ 8 ଟା ସମୟରେ ଏକ ରାଲି ବାହାରି ମାଷ୍ଟର କ୍ୟାଣ୍ଟି ହୋଇ ଭୁବନେଶ୍ବର ଷ୍ଟେସନରେ ପହଞ୍ଚିବ। ସମସ୍ତଙ୍କୁ ଅନୁରୋଧ ଏପୁଣ୍ୟ ମାଟିକୁ ସମସ୍ତେ ପ୍ରଣାମ କରିବେ। ଏକ ଭାରତ ଶ୍ରେଷ୍ଠ ଭାରତ। ଏହା ଏକ କାର୍ଯ୍ୟକ୍ରମ ନୁହେଁ ଏହା ଏକ ଦେଶ ମାତୃକାର ବିପ୍ଳବ ବୋଲି ମନମୋହନ କହିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର