ଓଡିଶା

odisha

ETV Bharat / state

ପ୍ରତାରଣାର ଶିକାର ହୋଇ ଆତ୍ମହତ୍ୟା କରିଛନ୍ତି ଶ୍ବେତା: ଏସିପି ରମେଶ ଚନ୍ଦ୍ର ବିଶୋଇ

ରାଜଧାନୀର ସଫ୍ଟୱେର ଇଞ୍ଜିନିୟର ଶ୍ବେତା କୁମାରୀଙ୍କ ମୃତ୍ୟୁ ନେଇ ସ୍ପଷ୍ଟ ସୂଚନା ଦେଇଛନ୍ତି ଏସିପି ରମେଶ ଚନ୍ଦ୍ର ବିଶୋଇ । ଶ୍ବେତା ବୟଫ୍ରେଣ୍ଡ ଦ୍ବାରା ପ୍ରତାରଣ ଶିକାର ହୋଇ ଆତ୍ମହତ୍ୟା କରିଥିବା ସେ ସ୍ପଷ୍ଟ କରିଛନ୍ତି । ଅଧିକ ପଢନ୍ତୁ

Software Engineer Shweta Kumari
Software Engineer Shweta Kumari

By

Published : Feb 16, 2023, 10:09 PM IST

ପ୍ରତାରଣାର ଶିକାର ହୋଇ ଆତ୍ମହତ୍ୟା କରିଛନ୍ତି ଶ୍ବେତା

ଭୁବନେଶ୍ବର:ରାଜଧାନୀରେ ସଫ୍ଟୱେର ଇଞ୍ଜିନିୟର ଶ୍ବେତା ଉତ୍କଳ କୁମାରୀ ମୃତ୍ୟୁ ଘଟଣା । ମୁଖ୍ୟ ଅଭିଯୁକ୍ତ ସୌମ୍ୟଜିତ ମହାପାତ୍ରକୁ ଚନ୍ଦ୍ରଶେଖରପୁର ପୋଲିସ ଗିରଫ କରିବା ପରେ ଏନେଇ ସାମ୍ବାଦିକ ସମ୍ମିଳନୀ କରି ଘଟଣା ସମ୍ପର୍କରେ ସ୍ପଷ୍ଟ କରିଛନ୍ତି ଜୋନ ୬ ଏସିପି ରମେଶ ଚନ୍ଦ୍ର ବିଶୋଇ । ତେବେ ଶ୍ବେତା କୁମାରୀ ପ୍ରତାରଣାର ଶିକାର ହୋଇ ଆତ୍ମହତ୍ୟା କରିଛନ୍ତି ବୋଲି ସେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ଏସିପି ରମେଶ କହିଛନ୍ତି, "ପ୍ରତାରଣାର ଶିକାର ହୋଇ ମାନସିକ ସ୍ତରରେ ନିର୍ଯାତନା ପାଇଥିବାରୁ ଆତ୍ମହତ୍ୟା କରିଛନ୍ତି ଶ୍ବେତା । ସବିଶେଷ ତଦନ୍ତ ପରେ ପୋଲିସ ଏହି ପ୍ରତିକ୍ରିୟା ଦେଇଥିବା ବେଳେ ଅଭିଯୁକ୍ତ ବିରୋଧରେ ଯଥେଷ୍ଟ ପ୍ରମାଣ ଥିଲେ ମଧ୍ୟ କୋର୍ଟଙ୍କ ନିର୍ଦ୍ଦେଶ ନଥିବାରୁ ତାଙ୍କୁ ଗିରଫ କରାଯାଇପାରୁନଥିଲା । କୋର୍ଟଙ୍କ ମହଲତ ସରିବା ପରେ ତାଙ୍କୁ ସମ୍ବଲପୁରରୁ ଗିରଫ କରାଯାଇଛି । ତାଙ୍କ ବିରୋଧରେ ଅଭିଯୋଗକୁ ପ୍ରମାଣ ପାଇଁ ଯଥେଷ୍ଟ ସାକ୍ଷୀ ଓ ପ୍ରମାଣ ଯୋଗାଡ଼ କରାଯାଇଛି। ବିଶେଷ ଭାବେ ସେମାନେ ଲିଭ ଇନ ରିଲେସନସିପରେ ରହୁଥିବା ବେଳେ ସେମାନଙ୍କ ଭିତରେ ନିବିଡ ସମ୍ପର୍କ ଥିଲା । ଏହି ସମ୍ପର୍କକୁ ଆଧାର କରି ବାହାଘର କଥା ଉଠିଥିଲା ପର ମୁହୂର୍ତ୍ତରେ ତାହା ହୋଇନଥିଲା । ଏହାକୁ ନେଇ ଶ୍ବେତା ମାନସିକ ଭାବେ ବେଶ ଚିନ୍ତାରେ ଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ବି ହୋଇଥିଲା ।"

ଏହା ବି ପଢନ୍ତୁ- ସଫ୍ଟୱେର ଇଞ୍ଜିନିୟର ଶ୍ବେତା ମୃତ୍ୟୁ ଘଟଣା, ପୁରୁଷ ବନ୍ଧୁ ସୌମ୍ୟଜିତ୍‌ ଗିରଫ

ତେବେ ଏହାକୁ ଆଧାର କରି ହତୋତ୍ସାହିତ ହୋଇ ଶ୍ବେତା ଆତ୍ମହତ୍ୟା କରିଛନ୍ତି ବୋଲି ଏସିପି କହିଛନ୍ତି । ସେମାନଙ୍କର ନିବିଡ ସମ୍ପର୍କ ଓ ମନୋମାଳିନ୍ୟର ଅନେକ କିଛି ଫଟୋ, ଭିଡିଓ ଓ କଲ୍‌ ରେକର୍ଡ ପୋଲିସର ହସ୍ତଗତ ହୋଇଛି । ଏଭଳି ଅନେକ ଦିଗକୁ ଆଧାର କରି ତାଙ୍କ ପୁରୁଷ ବନ୍ଧୁ ତାଙ୍କୁ ଆତ୍ମହତ୍ୟା କରିବାକୁ ପ୍ରବର୍ତ୍ତାଇ ଥିବାରୁ ସେ ଆତ୍ମହତ୍ୟା କରିଥିଲେ ବୋଲି ପୋଲିସ ପାଖରେ ଯଥେଷ୍ଟ ସାକ୍ଷୀ ଓ ପ୍ରମାଣ ରହିଛି। ଏହାହିଁ କୋର୍ଟରେ ସୌମ୍ୟଜିତ ମୁଖ୍ୟ ଅଭିଯୁକ୍ତ ବୋଲି ପ୍ରମାଣ କରିବ। ଆଜି ହିଁ ତାକୁ କୋର୍ଟ ଚାଲାଣ କରାଯିବ। ୩୦୭ ଆଇପିସି ଧାରାରେ ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଏସିପି ସୂଚନା ଦେଇଛନ୍ତି ।

ଏଠାରେ ସୂଚନାଥାଉକି ଗତ ୨୦୨୨ ଅଗଷ୍ଟ ୧୯ ତାରିଖ ଦିନ ଇନଫୋସିଟିର ଗ୍ରୀନ ଆପାର୍ଟମେଣ୍ଟରୁ ଶ୍ବେତା ଉତ୍କଳ କୁମାରୀଙ୍କ ମୃତଦେହ ମିଳିଥିଲା । ଇଞ୍ଜିନିୟର ଶ୍ବେତା ଉତ୍କଳ କୁମାରୀ ଶୈଳଶ୍ରୀ ବିହାର ଭଡାଘରେ ଆତ୍ମହତ୍ୟା କରିବା ପରେ ଏହି ଘଟଣା ଖୁବ ଚର୍ଚ୍ଚାକୁ ଆସିଥିଲା । ପରେ ଶ୍ବେତାଙ୍କ ବାପାଙ୍କର ଅଭଯୋଗ କ୍ରମେ ଏକ ମାମଲା ରୁଜୁ କରାଯାଇଥିଲା । ଏହାକୁ ଆଧାର କରି ପୋଲିସ ଶ୍ବେତାଙ୍କ ଆତ୍ମହତ୍ୟା ଘଟଣାର ତଦନ୍ତ କରୁଥିବା ବେଳେ ବିଭିନ୍ନ ଦିଗକୁ ନେଇ ତଦନ୍ତ ଚାଲିଥିଲା । ହେଲେ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ବା ତାଙ୍କ ପୁରୁଷ ବନ୍ଧୁ ସୌମ୍ୟଜିତ ସନ୍ଦେହରେ ଥିବା ବେଳେ ପୋଲିସ ତାଙ୍କୁ ପଚାର ଉଚରା କରୁଥିଲା । ହେଲେ ପୋଲିସ ତଦନ୍ତ କରିବା ଭିତରେ ବା ତାଙ୍କ ବିରୋଧରେ ପ୍ରମାଣ ଯୋଗାଡ଼ କରିବା ଭିତରେ କୋର୍ଟର ସୁରକ୍ଷା ପାଇଁ ତାଙ୍କୁ ଗିରଫ କରିପାରୁନଥିଲା । ଆଉ ଆଜି କୋର୍ଟଙ୍କ ମହଲତ ସରିବା ପରେ ତାଙ୍କୁ ଗିରଫ କରାଯାଇଛି।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details