ଖୋର୍ଦ୍ଧା : ବୁଲା କୁକୁରଙ୍କୁ ଖାଦ୍ୟ ଯୋଗାଇ ଚର୍ଚ୍ଚାରେ ସମାଜସେବୀ । ମହାମାରୀ କୋରୋନାକୁ ନେଇ ସାରା ଦେଶରେ 21 ଦିନିଆ ଲକଡାଉନ କରାଯାଇଛି । ଏଭଳି ସମୟରେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଅଞ୍ଚଳର ଯୁବକ ବୁଲା କୁକୁର ଓ ବଭିନ୍ନ ପଶୁକୁ ଖାଦ୍ୟ ଯୋଗାଉଛନ୍ତି ।
ବୁଲା କୁକୁରଙ୍କୁ ଖାଦ୍ୟ ଯୋଗାଇ ଚର୍ଚ୍ଚାରେ ସମାଜସେବୀ
ମହାମାରୀ କୋରୋନାକୁ ନେଇ ସାରା ଦେଶରେ 21 ଦିନିଆ ଲକଡାଉନ କରାଯାଇଛି । ଏଭଳି ସମୟରେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଅଞ୍ଚଳର ସମାଜସେବୀ ବୁଲା କୁକୁର ଓ ବଭିନ୍ନ ପଶୁକୁ ଖାଦ୍ୟ ଯୋଗାଉଛନ୍ତି । ଅଧିକ ପଢନ୍ତୁ...
ମହାମାରୀ କୋରୋନା ସଂକ୍ରମଣରୁ ରକ୍ଷା ପାଇଁ ସାରା ଦେଶରେ ଚାଲିଛି ଲକ୍ ଡାଉନ । ଲକ୍ ଡାଉନ ପ୍ରଭାବରେ ସାରା ରାଜ୍ୟରେ ଜୀବନଯାତ୍ରା ଠପ୍ । ରାଜ୍ୟର ଦୋକାନ ବଜାର ହୋଟେଲ ସବୁ ବନ୍ଦ । ସେପଟେ ଭୋକରେ ଆଉଟ ପାଉଟ ହେଉଛନ୍ତି ବୁଲା ଗାଈ ଗୋରୁ ଓ କୁକୁର । ଏହି ଭଳି ଘଡିସନ୍ଧି ମୁହୂର୍ତ୍ତରେ ବୁଲା ଗାଈ ଗୋରୁ କୁକୁରଙ୍କୁ ଆହାର ଯୋଗାଇବାକୁ ଆଗେଇ ଆସିଛନ୍ତି ବେଗୁନିଆ ଅଞ୍ଚଳର ସମାଜସେବୀ ସନ୍ତୋଷ ଦାସ । ସେମାନେ ବେଗୁନିଆର ବିଭିନ୍ନ ଅଞ୍ଚଳ ବୁଲି ନିଜସ୍ବ ଖର୍ଚ୍ଚରେ ବୁଲା ଜୀବଜନ୍ତୁଙ୍କ ପେଟକୁ ଦେଉଛନ୍ତି ଆହାର । ସମାଜସେବୀଙ୍କ ଏହି ଭଳି ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟକୁ ବୃଦ୍ଧିବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା,ଇଟିଭି ଭାରତ