ଓଡିଶା

odisha

ETV Bharat / state

ଧର୍ମେନ୍ଦ୍ରଙ୍କ ଚିଠିକୁ ଅଶୋକଙ୍କ ଜବାବ, କହିଲେ DBT କଥା କହି ହିତାଧିକାରୀଙ୍କ ଅର୍ଥ ବନ୍ଦ କରିଦେଲା କେନ୍ଦ୍ର - ରାଜ୍ୟ ସରକାରଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ

ନଗଦ ଆକାରରେ ହିତାଧିକାରୀଙ୍କୁ ଭତ୍ତା ଟଙ୍କା ଦେବାପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ତେବେ ଏହି ନିଷ୍ପତ୍ତିକୁ ପୁନଃବିଚାର କରିବାକୁ ରାଜ୍ୟ ସରକାରଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେପଟେ ଧର୍ମେନ୍ଦ୍ରଙ୍କ ଚିଠିର ଉତ୍ତର ରଖି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ସାମାଜିକ ସୁରକ୍ଷା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା । ଅଧିକ ପଢ଼ନ୍ତୁ

ଧର୍ମେନ୍ଦ୍ରଙ୍କ ଚିଠିକୁ ଅଶୋକଙ୍କ ଜବାବ
ଧର୍ମେନ୍ଦ୍ରଙ୍କ ଚିଠିକୁ ଅଶୋକଙ୍କ ଜବାବ

By

Published : May 24, 2023, 7:34 PM IST

ଧର୍ମେନ୍ଦ୍ରଙ୍କ ଚିଠିକୁ ଅଶୋକଙ୍କ ଜବାବ

ଭୁବନେଶ୍ବର: ହିତାଧିକାରୀଙ୍କୁ ଭତ୍ତା ଟଙ୍କା ନଗଦ ଆକାରରେ ଦେବା ନିଷ୍ପତ୍ତିର ପୁନଃବିଚାର କରିବାକୁ ରାଜ୍ୟ ସରକାରଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନଗଦ ଆକାରରେ ଟଙ୍କା ଦେବା ପରିବର୍ତ୍ତେ ବ୍ୟାଙ୍କ ମିତ୍ର ଓ ଭାରତୀୟ ଡାକର ଉପଯୋଗ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଯୋଗେ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ତେବେ କେନ୍ଦ୍ରମନ୍ତ୍ରୀଙ୍କ ଚିଠିର ଉତ୍ତର ରଖିଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ।

ଏକ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି, "କୋଭିଡ୍ ଭଳି ମହାମାରୀ ସମୟରେ DBT (Direct Benefit Transfer) କଥା କହି ଟପ୍-ଅପ ବନ୍ଦ କରିଦେଲା କେନ୍ଦ୍ର । ଫଳରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଅଧୀନରେ ପାଉଥିବା ଭତ୍ତା ହିତାଧିକାରୀ ୨୦୦-୩୦୦ ଟଙ୍କା ପାଇବାରୁ ବଞ୍ଚିତ ହେଲେ । କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ କାର୍ଯ୍ୟକାରୀ କରି ହିତାଧିକାରୀଙ୍କୁ ଟଙ୍କା ଦେଲେ । ହିତାଧିକାରୀଙ୍କର ଯେଉଁ ଅର୍ଥ ବନ୍ଦ କରାଗଲା, ସେମାନେ କଣ ଭାରତୀୟ ନୁହନ୍ତି ? ମନର ମାନବିକତା କଣ ଆମ ଭିତରେ ମରିଗଲା ? ଆମେ ମଣିଷ ନା ନାହିଁ ? ମାନବିକତା ଅଛି କି ନାହିଁ ? ଗରୀବ ହିତାଧିକାରୀଙ୍କ ଅର୍ଥ ବନ୍ଦ କରିଦେବା ଉଚିତ କି ? କୌଣସି ବ୍ୟବସ୍ଥା ତୃଟିଶୂନ୍ୟ ନୁହେଁ ।" ଗତ ୪ ବର୍ଷରେ ମଧୁବାବୁ ପେନସନ ଯୋଜନା ହିତାଧିକାରୀଙ୍କ ସଂଖ୍ୟା ୨୩.୧୩ ଲକ୍ଷରୁ ବୃଦ୍ଧି ପାଇ ୨୮.୩୭ ଲକ୍ଷରେ ପହଞ୍ଚିଛି । ରାଜ୍ୟରେ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ପାଇଁ ୧୦୪ଟି ସ୍ବତନ୍ତ୍ର ଶିକ୍ଷାନୁଷ୍ଠାନ ସମେତ ୮୩ଟି ବୃଦ୍ଧାଶ୍ରମ, ୨୪ଟି ଭିକ୍ଷୁକ ଥଇଥାନ କେନ୍ଦ୍ର, କିନ୍ନରଙ୍କ ପାଇଁ ୩ଟି ପୁନ୍ନନିବାସ କେନ୍ଦ୍ର ଓ ୭୩ଟି ମାନସିକ ରୋଗ ଚିକିତ୍ସା କେନ୍ଦ୍ର ରହିଛି । ବିଗତ ୪ ବର୍ଷରେ ୧୪୪୦ଟି ଶିବିର ଆୟୋଜିତ ହୋଇଛି । ଏହି ମାଧ୍ୟମରେ ୨ ଲକ୍ଷ ୫୬ ହଜାର ୨୧୮ ଜଣ ଭିନ୍ନକ୍ଷମ ସୁବିଧା ପାଇଛନ୍ତି ବୋଲି ମନ୍ତ୍ରୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ପ୍ରକାଶ ଥାଉକି, ଆସନ୍ତା ଜୁନ ମାସରୁ ବନ୍ଦ ହେବ DBT ମୋଡ୍‌ ମଧୁବାବୁ ପେନସନ ଯୋଜନା । ଏହା ନଗଦ ଟଙ୍କା ଆକାରରେ ହିତାଧିକାରୀଙ୍କୁ ଦିଆଯିବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । କ୍ୟାସ୍‌ ଭ୍ୟାନ୍‌ ୯୪ ସ୍ଥାନକୁ ଯାଉଛି । ଭତ୍ତା ବଣ୍ଟନରେ ପଞ୍ଚାୟତର ନିର୍ବାଚିତ ପ୍ରତିନିଧି ସହଯୋଗ କରିବେ । ମୁଖ୍ୟମନ୍ତ୍ରୀଙ୍କ ମଧୁବାବୁ ପେନ୍‌ସନ୍‌ ଯୋଜନାରେ ୨୮ ଲକ୍ଷରୁ ଅଧିକ ହିତାଧିକାରୀ ଅଛନ୍ତି । ଜାତୀୟ ସାମାଜିକ ସୁରକ୍ଷା ଯୋଜନାରେ ୨୦ ଲକ୍ଷ ହିତାଧିକାରୀ ମିଶିଲେ ସମୁଦାୟ ୪୮ ଲକ୍ଷ ହିତାଧିକାରୀ ଅଛନ୍ତି । DBT ମାଧ୍ୟମରେ ଭତ୍ତା ଦେବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଥିଲେ । ହେଲେ କୋଭିଡ ସମୟରେ ଅନୁଦାନ କାଟିବାରୁ, ରାଜ୍ୟ ସରକାର ନିଜେ ଦେଉଛନ୍ତି । ହିତାଧିକାରୀ ପଞ୍ଚାୟତ କାର୍ଯ୍ୟାଳୟରେ ଭତ୍ତା ପାଉଥିଲେ ଓ ପାଉଛନ୍ତି ମଧ୍ୟ । ତେବେ ବୟସ୍କ, ନୂଆ ହିତାଧିକାରୀ, ଭିନ୍ନକ୍ଷମଙ୍କୁ DBT ନିର୍ଦ୍ଦେଶ ଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details