ଓଡିଶା

odisha

ETV Bharat / state

ନକଲି ସାର୍ଟିଫିକେଟରେ ଶିକ୍ଷକ ନିଯୁକ୍ତି ! କାର୍ଯ୍ୟାନୁଷ୍ଠାନ ଦାବି - ଧାରଣା ଦେବ ଜନକଲ୍ୟାଣ ପ୍ରତିଷ୍ଠାନ

ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଶିକ୍ଷା ବିଭାଗ ଅଧିନରେ ମାଳ ମାଳ ନକଲି ସାର୍ଟିଫିକେଟଧାରୀ ଶିକ୍ଷକ ଭାବେ ନିଯୁକ୍ତି ପାଇଥିବା ଅଭିଯୋଗ କରିଛି ଜନକଲ୍ୟାଣ ପ୍ରତିଷ୍ଠାନ । ତୁରନ୍ତ ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେଲେ ଧାରଣା ଦେବାକୁ ଚେତାବନୀ ଦେଇଛି ଏହି ସାମାଜିକ ସଂଗଠନ । ଅଧିକ ପଢ଼ନ୍ତୁ

ନକଲି ସାର୍ଟିଫିକେଟରେ ଶିକ୍ଷକ ନିଯୁକ୍ତି ଅଭିଯୋଗ
ନକଲି ସାର୍ଟିଫିକେଟରେ ଶିକ୍ଷକ ନିଯୁକ୍ତି ଅଭିଯୋଗ

By

Published : Aug 8, 2023, 9:07 PM IST

ନକଲି ସାର୍ଟିଫିକେଟରେ ଶିକ୍ଷକ ନିଯୁକ୍ତି ଅଭିଯୋଗ

ଖୋର୍ଦ୍ଧା: ସାରା ରାଜ୍ୟରେ ନକଲି ଶିକ୍ଷକ ଧରପଗଡ଼ ଚର୍ଚ୍ଚାରେ ରହିଥିବାବେଳେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଶିକ୍ଷା ବିଭାଗ ଅଧିନରେ ମାଳ ମାଳ ନକଲି ସାର୍ଟିଫିକେଟଧାରୀ ଜାଲ ସିଟି, ବିଇଡି, ଜାତିଗତ ଓ ଭିନ୍ନକ୍ଷମ ପ୍ରମାଣପତ୍ର ଦେଇ ଶିକ୍ଷକ ଓ ଶିକ୍ଷୟତ୍ରୀ ଚାକିରି କରିଆସୁଛନ୍ତି । କେତେକ ହାଇସ୍କୁଲ ଓ ପ୍ରାଥମିକ ବିଦ୍ୟାଳୟରେ ଜାଲ ସାର୍ଟିଫିକେଟ ଓ ଜାଲ ଭିନ୍ନକ୍ଷମ ପ୍ରମାଣପତ୍ର ମାଧ୍ୟମରେ ବର୍ଷ ବର୍ଷ ଧରି ଚାକିରି କରି ସରକାରଙ୍କ ଅର୍ଥକୁ ଚଳୁ କରି ଚାଲିଛନ୍ତି । ଏମାନଙ୍କ ସାର୍ଟିଫିକେଟ ଯାଞ୍ଚ ହେଉ ନାହିଁ ବା ଏମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ତୁରନ୍ତ ତଦନ୍ତ କରି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରି ଜନକଲ୍ୟାଣ ପ୍ରତିଷ୍ଠାନ ବ୍ଲକ ଶିକ୍ଷା ଅଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ କରିଛି ।

ବ୍ଲକ ଶିକ୍ଷାଧିକାରୀ ଭାସ୍କର ଲେଙ୍କା ଅନୁପସ୍ଥିତ ଥିବାରୁ ଅତିରିକ୍ତ ଶିକ୍ଷାଧିକାରୀ ଦାଶରଥି ପ୍ରଧାନ ଅଭିଯୋଗ ଗ୍ରହଣ କରିଛନ୍ତି । ବିଭାଗୀୟ ଅଧିକାରୀମାନେ ଏସବୁ ବେଆଇନ କାର୍ଯ୍ୟ ଓ ନିଯୁକ୍ତ ଶିକ୍ଷକଙ୍କ ସଂପର୍କରେ ଅବଗତ ଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ କରିଛି ସଂଗଠନ । ଜାତିଗତ, ଶିକ୍ଷାଗତ ଓ ଭିନ୍ନକ୍ଷମ ପ୍ରମାଣପତ୍ର ଜାଲିଆତି କରିଥିବା ବ୍ୟକ୍ତି ସରକାରୀ ଚାକିରିରେ ନିଯୁକ୍ତି ପାଇବା ପାଇଁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରୁଥିବା ଶୁଣିବାକୁ ମିଳୁଛି । ଶିକ୍ଷକ ଚାକିରି ପାଇବା ଆଶାରେ ଚକ୍ଷୁ , ଶ୍ରବଣ ଶକ୍ତି, କର୍ଣ୍ଣ, ନାସା, ଗଳା ଓ ହାତ ବା ଗୋଡରେ ଅକ୍ଷମତା ଥିବା ଆଦି ଦର୍ଶାଇ ବିଭିନ୍ନ ସ୍ଥାନରେ ମୋଟା ଅଙ୍କର ଅର୍ଥ ଦେଇ ଭିନ୍ନକ୍ଷମ ପ୍ରମାଣପତ୍ର ହାତେଇ ଥିବା ସଂଘ ଆଭିଯୋଗ କରିଛି । ବେଗୁନିଆ ବ୍ଲକରେ ୧୭ ଜଣ ଶାରୀରିକ ଭିନ୍ନକ୍ଷମ ଶିକ୍ଷକ ଥିବାବେଳେ ଅଧାରୁ ଅଧିକଙ୍କ ସାର୍ଟିଫିକେଟ ନକଲି ସହ ଶତକଡ଼ା ୪୦ ପ୍ରତିଶତ ଟେମ୍ପରାରୀ ରହିଛି । ଏମାନେ ସାର୍ଟିଫିକେଟ ଯାଞ୍ଚ ବେଳେ କିପରି ଧରାପଡୁ ନାହାନ୍ତି, ତାହା ସମସ୍ତଙ୍କୁ ଚକିତ କରିଛି । ପଇସା ପତ୍ରରେ କେବଳ ସାର୍ଟିଫିକେଟ ଯାଞ୍ଚ ଚାଲିଛି ବୋଲି ବୁଦ୍ଧିଜୀବୀ ମହଲରେ ଆଶଙ୍କା ପ୍ରକାଶ ପାଇଛି ।

ଏହା ମଧ୍ୟ ପଢ଼ନ୍ତୁ...Fake Certificate: ଖୋର୍ଦ୍ଧାରେ ନକଲି ସାର୍ଟିଫିକେଟ କାରବାର କରି ଅଧ୍ୟାପକ ଗିରଫ

ବେଗୁନିଆ ଶିକ୍ଷା ବିଭାଗ ଏଭଳି ବେଆଇନ ଶିକ୍ଷକ ଓ ନକଲି ପ୍ରମାଣପତ୍ରଧାରୀକୁ ଠାବ କରିବା ସହିତ ସେମାନଙ୍କ ଭିନ୍ନକ୍ଷମ ପ୍ରମାଣପତ୍ର ଯାଞ୍ଚ କରି ତଥ୍ୟକୁ ସାର୍ବଜନୀନ କରିବାକୁ ଦାବି କରିଛନ୍ତି, ଜନକଲ୍ୟାଣ ପ୍ରତିଷ୍ଠାନ ସଭାପତି ଅକ୍ଷୟ କୁମାର ରଥ । ଏହା କରାନଯିବାରୁ ବହୁ ପ୍ରତିଭାଧାରୀ ଛାତ୍ରଛାତ୍ରୀ ଶିକ୍ଷକ ଚାକିରି ଖଣ୍ଡେ ପାଇବାରୁ ବଞ୍ଚିତ ହେଉଛନ୍ତି ବୋଲି ସେ କହିଛନ୍ତି । ତୁରନ୍ତ ବ୍ଲକ ଶିକ୍ଷା ଅଧିକାରୀ ଯାଞ୍ଚ କରି ନକଲି ଶିକ୍ଷକଙ୍କ ବିରୋଧରେ ଏକ ମାସ ମଧ୍ୟରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଅନୁଷ୍ଠାନ । ତୁରନ୍ତ କାର୍ଯ୍ୟାନୁଷ୍ଠାନ ନହେଲେ ସଂଘ ପକ୍ଷରୁ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ ଚେତାବନୀ ଦେଇଛନ୍ତି ଜନକଲ୍ୟାଣ ପ୍ରତିଷ୍ଠାନର ସଭାପତି ଅକ୍ଷୟ କୁମାର ରଥ ।

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details