ଭୁବନେଶ୍ବର: ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ ସମାଜସେବୀ ବିନ୍ଦୁଜା ଉପାଧ୍ୟାୟ (Social worker Binduja Upadhyay wrote a latter to the President)। ଋତୁସ୍ରାବ ସମ୍ପର୍କରେ ବିନ୍ଦୁଜା ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କୁ ଚିଠି ଲେଖିଛନ୍ତି । ସମାଜରେ ଋତୁସ୍ରାବ ଏବେ ବି କୁପ୍ରଥା ଓ ଅନ୍ଧ ବିଶ୍ୱାସର ଅନ୍ଧାର ଗଳିରେ ରହିଛି । ମହିଳାମାନେ ଏହାକୁ ନେଇ ଯୁଗ ମୁତାବିକ ସଚେତନ ହେବା ପରିବର୍ତ୍ତେ ବିଭିନ୍ନ ସମୟରେ ଋତୁସ୍ରାବ ରୋକିବାକୁ ବଟିକା ଖାଉଛନ୍ତି ।
ଯାହାଦ୍ୱାରା ସ୍ୱାସ୍ଥ୍ୟ ଜନିତ ଅନେକ ସମସ୍ୟା ଦେଖାଦେଉଛି । ଏହି ଔଷଧ ବଜାରରେ ଅତି ସହଜରେ ଉପଲବ୍ଧ ହୋଇପାରୁଛି । ତେଣୁ ଏଥିପ୍ରତି ହସ୍ତକ୍ଷେପ କରିବାକୁ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଛନ୍ତି ବିନ୍ଦୁଜା । ବିନା ପ୍ରେସ୍କ୍ରିପସନରେ ଏଭଳି ଔଷଧ ବିକ୍ରି ଉପରେ କଟକଣା ଲଗେଇବାକୁ ବିନ୍ଦୁଜା ରାଷ୍ଟ୍ରପତିଙ୍କୁ ଅନୁରୋଧ କରିଛନ୍ତି । କାରଣ ଆମମାନଙ୍କର ସୁବିଧା ପାଇଁ ଆମ ଘରର ମାଆ ବା ଭଉଣୀ ନିଜ ଶରୀରର ଯତ୍ନ ଦିଗରେ ଯେଉଁ ଭୁଲ୍ ପଦକ୍ଷେପ ଉଠାଉଛନ୍ତି ତାହା ତାଙ୍କ ପାଇଁ ଏକ ବଡ ବିପଦ ଆଣିଦେଉଛି ।
ତେଣୁ ମହିଳାଙ୍କ ପାଇଁ ବିପଦ ସାଜିଥିବା ଏହି ଔଷଧ ଗୁଡିକୁ ବଜାରରୁ ହଠାଯାଉ ବୋଲି ବିନ୍ଦୁଜା ନିଜ ଚିଠି ମାଧ୍ୟମରେ ରାଷ୍ଟପତିଙ୍କୁ ଲେଖିଛନ୍ତି । ଏହାଦ୍ୱାରା ସମାଜରୁ ଏକ କୁତ୍ସିତ ମାନସିକତା ହଟିବାସହ ମହିଳାଙ୍କ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦୂର ହୋଇପାରିବ ବୋଲି କହିଛନ୍ତି ବିନ୍ଦୁଜା (Social worker Binduja Upadhyay)। ଏ ସମ୍ପର୍କରେ କହିଛନ୍ତି, ''ଆମର ଯେତିକି କୁପ୍ରଥା ରହିଛି ତା ଉପରେ ରୋକ ଲଗାଯାଉ । ଏହାସହ ମାସିକ ଋତୁସ୍ରାବ ସମୟରେ ଜଣ ମହିଳାଙ୍କୁ ଯେପରି ନିର୍ଯାତନା ଦିଆଯାଉଛି ତାହା ଆଦୌ କରିବା କଥା ନୁହେଁ ।