ଖୋର୍ଦ୍ଧା: ମନ୍ଦିର ଭତରୁ ଉଦ୍ଧାର ହେଲା ନାଗ । ଏପରି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ବଡ଼ବେରଣା ଗ୍ରାମରେ ଥିବା ବୃନ୍ଦାବନ ଦେବଙ୍କ ମନ୍ଦିରରୁ । ସାପକୁ ଉଦ୍ଧାର କରି ନିକଟସ୍ଥ ଜଙ୍କଲରେ ଛାଡି ଦିଆଯାଇଛି ।
ସୂଚନାନୁସାର ବୁଧବାର ସକାଳୁ ଦାମୋଦର ଓଷା ପାଇଁ ହବିଶ୍ୟାଳି ମାନେ ମନ୍ଦିର ଭିତରକୁ ପ୍ରବେଶ କରିଥିଲେ । ଏହା ପରେ ସେମାନେ ଏକ ପାଞ୍ଚ ଫୁଟ ଲମ୍ବର ନାଗ ସାପଟିକୁ ମନ୍ଦିର ଭିତରେ ଦେଖିବାକୁ ପାଇଥିଲେ।