ଓଡିଶା

odisha

ETV Bharat / state

ରାଜଧାନୀ ବାସୀଙ୍କୁ ଜଣ୍ଡିସ ଡର, ଡ୍ରେନ ଦେଇ ଯାଇଛି ପାନୀୟ ଜଳ ପାଇପ - People of smart city

ରାଜଧାନୀର ପରିମଳ ବ୍ୟବସ୍ଥା କହିଲେ କେବଳ ସଚେତନତା । କେବଳ ସଚେତନ ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଉଥିବା ବେଳେ ପାନୀୟ ଜଳ ଡ୍ରେନ ମଧ୍ୟ ଦେଇ ଯାଉଅଛି । ଫଳରେ ବିଭିନ୍ନ ସଂକ୍ରମିତ ରୋଗ ନେଇ ଚିନ୍ତାରେ ସ୍ମାର୍ଟ ସିଟିବାସୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Jul 12, 2019, 4:08 PM IST

ଭୁବନେଶ୍ବର: ସ୍ମାର୍ଟ ସିଟିରେ ବିପର୍ଯ୍ୟୟ ସ୍ବାସ୍ଥ୍ୟବସ୍ଥା । ସହରର ପରିମଳ ବ୍ୟବସ୍ଥା ହିଁ ବୟାନ କରୁଛି ଏହାର ବାସ୍ତବତା । ବିଏମସି ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯିବା ସତ୍ତ୍ବେ ଜଣ୍ଡିସ ଭୟ ଡରାଉଛି । ଏଭଳି କିଛି ଦେଖିବାକୁ ମିଳିଛି ବିଏମସିର ୱାର୍ଡ ନଂ 54ର କୁଞ୍ଜପାଟଣା ସାହିରେ । ପାନୀୟ ଜଳ ଓ ପିଏଚଡି ପାଇପ ଲାଇନ ଡ୍ରେନ ଭିତରେ ସଂଯୋଗ କରାଯିବା ଘଟଣା ଏବେ ବିଏମସର ପାରିବା ପଣିଆକୁ ପ୍ରଶ୍ନ କରୁଛି ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ତେବେ ପାନୀୟ ଜଳର ଏପରି ଅବସ୍ଥା ଯୋଗୁଁ ଡ୍ରେନ ପାଣି ପିଇବା ପାଣିରେ ପଶିବାର ସମ୍ଭାବନା ରହୁଛି । ଯଦ୍ବାରା ଆଗକୁ ବିଭିନ୍ନ ସଂକ୍ରମିତ ରୋଗର ସମ୍ଭାବନା ରହୁଥିବା ବେଳେ ଘଟଣା ବିଷୟରେ ସ୍ଥାନୀୟ ବାସିନ୍ଦା ଅଭିଯୋଗ ମଧ୍ୟ କରିଛନ୍ତି । କିନ୍ତୁ ସମସ୍ୟା ସମାଧାନ ବହୁ ଦୂରର କଥା ଏଥିପ୍ରତି କର୍ଣ୍ଣପାତ ମଧ୍ୟ କରୁନାହାନ୍ତି ବିଏମସି ଅଧିକାରୀ। କିନ୍ତୁ ସେପଟେ ସ୍ବଚ୍ଛ ଭାରତର ଅଭିଯାନକୁ ନେଇ ବିଏମସି ପକ୍ଷରୁ କରାଯାଉଛି ଗୁଡାଏ କାର୍ଯ୍ୟକ୍ରମ । ମଳ, ପରିମଳ ଓ ପାନୀୟ ଜଳର ଉପଯୁକ୍ତ ପରିଚାଳନା ନେଇ ବସ୍ତି ଠାରୁ ସମାଜର ତୃଣମୂଳ ସ୍ତରରେ ସାଧାରଣ ଲୋକଙ୍କୁ କେବଳ ସ୍ବଚ୍ଛତାର ମନ୍ତ୍ର ଫୁଙ୍କୁଛି ବିଏମସି ।

ଗତ ବର୍ଷ ଭୁବନେଶ୍ବରରେ 23ଟି ଜଣ୍ଡିସ ମାମଲା ରୁଜୁ କରାଯାଇଥିବା ବେଳେ ଏ ବର୍ଷ ଗୋଟିଏ ବି ଜଣ୍ଡିସ ମାମଲା ସରକାରୀ ସ୍ତରରେ ରିପୋର୍ଟ ହୋଇନାହିଁ । କିନ୍ତୁ 2ଟି ଡେଙ୍ଗୁ ରିପୋର୍ଟ କରାଯାଇଥିବା ବେଳେ କେବଳ ଜନସଚେତନତାକୁ ଗୁରୁତ୍ବ ଦେଉଛି ବିଏମସି । ତୃଣମୂଳ ସ୍ତରରେ ୧୭୯ ଜଣ ଆଶାକର୍ମୀ ୩୭୫ ଜଣ ଅଙ୍ଗନବାଡି କର୍ମୀ ଏବଂ ୭୨ ଜଣ ମହିଳା ଆରୋଗ୍ୟ ସମିତି ଭୁବନେଶ୍ବରେର ଲୋକଙ୍କୁ ସଚେତନା କରାଯାଉଛି । ଏଥି ସହ ବିଭିନ୍ନ କ୍ୟାମ୍ପେନ ମଧ୍ୟ କରାଯାଉଥିବା କହିଛନ୍ତି ଅତିରିକ୍ତ ଜିଲ୍ଲା ସହରାଞ୍ଚଳ ଜନସ୍ଵାସ୍ଥ୍ୟ ଅଧିକାରୀ ଡ଼ ପ୍ରଭାକର ସାହୁ।

ସେପଟେ ବିଏମସିର ଏପରି ବ୍ୟବସ୍ଥା ଲୋକଙ୍କୁ ମରଣାଯନ୍ତାକୁ ଢେଲି ଦେଇଦେଇଥିବା ବେଳେ ସଚେତନା କେବଳ ଉପରି ଠାହୁରିଆରେ ପାଲଟିଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details