ଓଡିଶା

odisha

ETV Bharat / state

ଆବାସ ଯୋଜନାରେ ଅନିୟମିତତା ! BMC ଅଫିସ୍‌ ଆଗରେ ଧାରଣାରେ ବସ୍ତିବାସିନ୍ଦା - ଆବାସ ଯୋଜନାରେ ଅନିୟମିତତା

ଆବାସ ଯୋଜନାର ଅନିୟମିତତାକୁ ନେଇ ବିଏମସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା। ଏନେଇ ଅଭିଯୋଗ କରିଛନ୍ତି ଚନ୍ଦ୍ରଶେଖରପୁର ମଣ୍ଡପ ବସ୍ତିବାସିନ୍ଦା। ଅଧିକ ପଢ଼ନ୍ତୁ

ବିଏମସି ଆଗରେ ଧାରଣାରେ ବସ୍ତିବାସିନ୍ଦା
ବିଏମସି ଆଗରେ ଧାରଣାରେ ବସ୍ତିବାସିନ୍ଦା

By ETV Bharat Odisha Team

Published : Sep 19, 2023, 7:02 AM IST

ବିଏମସି ଆଗରେ ଧାରଣାରେ ବସ୍ତିବାସିନ୍ଦା

ଭୁବନେଶ୍ବର: ଆବାସ ଯୋଜନାର ଅନିୟମିତତାକୁ ନେଇ ବିଏମସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା। ଠିକାଦାରଙ୍କ କାର୍ଯ୍ୟରେ ଅବହେଳା ଯୋଗୁଁ ଏଭଳି ହେଉଥିବା ଅଭିଯୋଗ କରି ବିଏମସି କର୍ପୋରେସନ ବୈଠକ ପୂର୍ବରୁ ଏଭଳି ପ୍ରତିବାଦ ଦେଖିବାକୁ ମିଳିଛି । ତେବେ ଏନେଇ ଅଭିଯୋଗ କରିଛନ୍ତି ଚନ୍ଦ୍ରଶେଖରପୁର ମଣ୍ଡପ ବସ୍ତିବାସିନ୍ଦା ।

ତେବେ ବସ୍ତିବାସିନ୍ଦାଙ୍କ ଅଭିଯୋଗ ମୁତାବକ, ଦୀର୍ଘ ୨୦୧୩-୧୪ ମସିହାରୁ ପ୍ରଶାସନ ଏମାନଙ୍କୁ ଆବାସ ଯୋଜନାରେ ଘର ଦେବାକୁ ପ୍ରତିଶ୍ରୁତି ଦେଇଆସୁଛି । ଏଥିପାଇଁ ସର୍ଭେ ସରିଥିଲେ ମଧ୍ୟ କାର୍ଯ୍ୟ ଶୂନ । ରାଜୀବ ଆବାସ ଯୋଜନାରେ ଘର ଖଣ୍ଡିଏ ମିଳିନଥିବା ବେଳେ ଅନ୍ୟାନ୍ୟ ମୌଳିକ ସୁବିଧା ମଧ୍ୟ ଏମାନଙ୍କ ପାଇଁ ସ୍ଵପ୍ନ ପାଲଟିଛି । ମୌଳିକ ସୁବିଧାରୁ ବଞ୍ଚିତ ରାଜଧାନୀର ବସ୍ତିବାସିନ୍ଦା ମୁଣ୍ଡ ଗୁଞ୍ଜିବାକୁ ଘର ନଥିବା ବେଳେ ପିଇବା ପାଣି ମଧ୍ୟ ସେମାନଙ୍କ ପାଖରେ ପହଞ୍ଚି ପାରୁନି । ତେବେ ବିଏମସି ପ୍ରତିଶ୍ରୁତି ଦେବାର 10 ବର୍ଷ ପୁରିଥିଲେ ମଧ୍ୟ କୌଣସି ସହଯୋଗ ମିଳିନଥିବା ଅଭିଯୋଗ ହୋଇଛି ।

ତେଣୁ ଏନେଇ ଭୁବନେଶ୍ୱର ମହାନଗର ନିଗମ ଅଫିସ ସମ୍ମୁଖରେ ବସ୍ତିବାସିନ୍ଦା ହଲ୍ଲାବୋଲ୍ କରିଛନ୍ତି । ବସ୍ତି ବାସିନ୍ଦା କହିଛନ୍ତି, "ପ୍ରଶାସନ ହେଉ ଅବା ମେୟର ଓ କମିଶନର କେହି ଆମ ଦୁଃଖ ଶୁଣୁନଥିବା ବେଳେ ଘର, ପାଣି, ଇଲେକ୍ଟ୍ରି ଭଳି ମୌଳିକ ସୁବିଧା ସେମାନଙ୍କ ପାଇଁ ସ୍ଵପ୍ନ ପାଲଟିଛି । ରାଜଧାନୀ ଭଳି ସ୍ଥାନରେ ଥାଇ ମଧ୍ୟ ଦୁଗର୍ମ ପରିସ୍ଥିତିରେ ଆମେ ରାଜଧାନୀର ଛାତିରେ ଜୀବନ ବିତାଉଚୁ ।" । ଚନ୍ଦ୍ରଶେଖରପୁର ମଣ୍ଡପ ବସ୍ତିବାସିନ୍ଦା ଆଜିବି ଝୁମ୍ପୁଡ଼ି ଘରେ ଦୁଃଖେ କଷ୍ଟେ ରହୁଥିବା ବେଳେ ଘର ଖଣ୍ଡେ ମିଳିଲେ ସେମାନେ ଘରେ ଶାନ୍ତିରେ ରହି ପାରିବେ । କିନ୍ତୁ ପ୍ରଶାସନର ପ୍ରତିଶୃତି ଫେଲ ମାରିବା ଏବଂ ଠିକାଦାରଙ୍କ କାର୍ଯ୍ୟର ଅବହେଳା ପରେ ତାହା ଏବେ ସାତ ସପନ ।

ଏହା ମଧ୍ୟ ପଢ଼ନ୍ତୁ...ବିଭିନ୍ନ ସମସ୍ୟା ନେଇ BeMC ଅଫିସ ଘେରାଉ କରିଲା ବିଜେପି

ସେପଟେ ଆଜି BMC ପକ୍ଷରୁ କର୍ପୋରେସନ ବୈଠକ ଚାଲିଥିବା ବେଳେ ଏଭଳି ବିରୋଧ ଦେଖିବାକୁ ମିଳିଛି । ଶହଶହ ବସ୍ତିବାସିନ୍ଦା ମେୟରଙ୍କୁ ଘେରିଥିବା ବେଳେ କେବେ ଘର, ପାଣି, ବିଜୁଳି ମିଳିବ, କେବେ ପ୍ରତିଶ୍ରୁତି ପାଳନ ହେବ ବୋଲି ପ୍ରଶ୍ନ କରିଛନ୍ତି । ଏହାସହ ବିରୋଧ ପରେ ବସିଥିବା ବୈଠକରେ ଏନେଇ ଆଲୋଚନା ହୋଇଥିବା ବେଳେ ଖୁବଶୀଘ୍ର ଏସବୁ ସମସ୍ୟାର ସମାଧାନ ହେବ ବୋଲି ଭୁବନେଶ୍ବର ମେୟର ସୁଲୋଚନା ଦାସ କହିଛନ୍ତି । ଆଗାମୀ ଦିନରେ ଯଦି ବିଏମସି ତାର ପ୍ରତିଶ୍ରୁତି ପାଳନ ନକରେ ତେବେ ଏହି ଆନ୍ଦୋଳନ ବଡ଼ ଆନ୍ଦୋଳନ ରୂପ ନେବ ବୋଲି ଚେତାବନୀ ଦେଇଛନ୍ତି ବସ୍ତିବାସିନ୍ଦା ।


ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details