ଓଡିଶା

odisha

ETV Bharat / state

ଆରମ୍ଭ ହେଲା ସ୍କିଲ୍ଡ ଇନ ଓଡିଶାର ପ୍ରଦର୍ଶନୀ, ରାଜ୍ୟରେ ଯୁବ ସାମର୍ଥ୍ୟକୁ ବୃଦ୍ଧି କରିବ - ମୁଖ ଶାସନ ସଚିବ ଉଷା ପାଢୀ

ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଆଇଟିଆଇ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ଖାରବେଳ ଭବନ ପରିସରରେ ଏକ ପ୍ରଦର୍ଶନୀ ତଥା ବିକ୍ରୟର ଶୁଭାରମ୍ଭ ଆରମ୍ଭ ହୋଇଛି। ଏନେଇ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ ଏବଂ ଦକ୍ଷତା ବିକାଶ ଓ ବୈଷୟୀକ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢୀଙ୍କ ଉପସ୍ଥିତିରେ ପ୍ରଦର୍ଶନୀକୁ ଉଦ୍ଘାଟନ କରାଯାଇଛି। ଅଧିକ ପଢନ୍ତୁ

ଆରମ୍ଭ ହେଲା ସ୍କିଲ୍ଡ ଇନ ଓଡିଶାର ପ୍ରଦର୍ଶନୀ, ରାଜ୍ୟରେ ଯୁବ ସାମର୍ଥ୍ୟକୁ ବୃଦ୍ଧି କରିବ
ଆରମ୍ଭ ହେଲା ସ୍କିଲ୍ଡ ଇନ ଓଡିଶାର ପ୍ରଦର୍ଶନୀ, ରାଜ୍ୟରେ ଯୁବ ସାମର୍ଥ୍ୟକୁ ବୃଦ୍ଧି କରିବ

By

Published : Aug 7, 2023, 10:35 PM IST

ଭୁବନେଶ୍ବର: ଆରମ୍ଭ ହେଲା ସ୍କିଲ୍ଡ ଇନ ଓଡିଶାର ପ୍ରଦର୍ଶନୀ। ରାଜ୍ୟରେ ଯୁବ ସାମର୍ଥ୍ୟକୁ ବୃଦ୍ଧି କରିବ। ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଆଇଟିଆଇ ଛାତ୍ରଛାତ୍ରୀ ମନଙ୍କ ଦ୍ବାରା ଖାରବେଳ ଭବନ ପରିସରରେ ଏକ ପ୍ରଦର୍ଶନୀ ତଥା ବିକ୍ରୟର ଶୁଭାରମ୍ଭ ଆରମ୍ଭ ହୋଇଛି। ଯାହା ରାଜ୍ୟରେ ଯୁବ ସାମର୍ଥ୍ୟକୁ ବୃଦ୍ଧି କରୁଛି।

ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଆଇଟିଆଇ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ଖାରବେଳ ଭବନ ପରିସରରେ ଏକ ପ୍ରଦର୍ଶନୀ ତଥା ବିକ୍ରୟର ଶୁଭାରମ୍ଭ ଆରମ୍ଭ ହୋଇଛି। ଏନେଇ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ ଏବଂ ଦକ୍ଷତା ବିକାଶ ଓ ବୈଷୟୀକ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢୀଙ୍କ ଉପସ୍ଥିତିରେ ପ୍ରଦର୍ଶନୀକୁ ଉଦ୍ଘାଟନ କରାଯାଇଛି।

ଏହାବି ପଢନ୍ତୁ- ସ୍କିଲ୍ଡ ଇନ ଓଡିଶା କନକ୍ଲେଭ ପାଇଁ ସମନ୍ୱୟ ବୈଠକ

ଉଦଘାଟନୀ ଉତ୍ସବରେ ଯୋଗଦେଇ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ କହିଛନ୍ତି ଯେ, ଆଟିଆଇ ତାଲିମପ୍ରାପ୍ତ ବ୍ୟକ୍ତିଙ୍କ ପାଇଁ ସ୍ବୀକୃତି ଏବଂ ଆୟ ସୃଷ୍ଟିର ସୁଯୋଗ ପ୍ରଦାନ କରିବା ସହିତ ଏହି କାର୍ଯ୍ୟକ୍ରମ ସାରା ରାଜ୍ୟରେ ବିସ୍ତାର କରିବାକୁ ଯୋଜନା କରାଯାଇଛି। କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ହେଉଛି ଲୋକମାନଙ୍କ ମଧ୍ୟରେ ସ୍କିଲ ଇନ ଓଡିଶା ବ୍ରାଣ୍ଡକୁ ଲୋକପ୍ରିୟ କରିବା ଏବଂ ପ୍ରଯୁକ୍ତି ବିଦ୍ୟା ଯୋଗାଇବା। "ସ୍କିଲ ଇନ ଓଡିଶା" ନାମରେ ଏହି ସ୍ବୀକୃତିପ୍ରାପ୍ତ ବ୍ରାଣ୍ଡର ସ୍ଥିତିକୁ ମଜଭୁତ କରିବାକୁ ଆଉଟଲେଟ ଗୁଡିକୁ ବୃଦ୍ଧି କରିବାକୁ ଯୋଜନା କରାଯାଉଛି। ଏପଟେ ପ୍ରମୁଖ ଶାସନ ସଚିବ ଉଶା ପାଢୀ କହିଛନ୍ତି ଯେ, ସ୍କିଲ୍ଡ ଇନ ଓଡିଶା ହେଉଛି ଏକ ପରିବର୍ତ୍ତନଶୀଳ ଯାତ୍ରା। ଯାହା ରାଜ୍ୟରେ ଯୁବ ସାମର୍ଥ୍ୟକୁ ବ୍ୟବହାର କରୁଛି। କୁଶଳୀ ଓଡିଶା ଯୁବକମାନେ ଆଜି ବିଶ୍ବ ଦକ୍ଷତା ପ୍ରତିଯୋଗିତାରେ ସ୍ବର୍ଣ୍ଣ ଜିତିଛନ୍ତି। ସିଙ୍ଗାପୁର ଏବଂ ଦୁବାଇରେ ଆନ୍ତର୍ଜାତୀୟ ପ୍ରତିଭା ସହିତ କାର୍ଯ୍ୟ କରୁଛନ୍ତି। ଅଗଷ୍ଟ ୭ ରୁ ୧୧ ତାରିଖ ପର୍ଯ୍ୟନ୍ତ ଆରମ୍ଭ ହୋଇଥିବା ଏହି ପ୍ରଦର୍ଶନୀରେ ଓଡିଶାର ଆଇଟିଆଇ ଛାତ୍ରମାନେ ସେମାନଙ୍କର ବିଭିନ୍ନ ପ୍ରତିଭା ଏବଂ କାରିଗରୀ ପ୍ରଦର୍ଶନ କରିବେ। ଏହି ପ୍ରଦର୍ଶନୀର ଥିମ ହେଲା "ବର୍ଜ୍ୟବସ୍ତୁରୁ ସମ୍ପଦ"। ବିଭିନ୍ନ ପ୍ରକାର ବର୍ଜ୍ୟବସ୍ତୁ ବ୍ୟବହାର କରାଯାଇ ସେଥିରୁ ସୁନ୍ଦର ଓ ଆକର୍ଷଣିୟ ଉତ୍ପାଦ ପ୍ରସ୍ତୁତ କରି କିପରି ଅର୍ଥ ଉପାର୍ଜନ କରା ଯାଇ ପାରିବ, ତାହା ହିଁ ପ୍ରଦର୍ଶନୀର ମୂଳ ଲକ୍ଷ। କୁଶଳୀ ଓଡ଼ିଶା କେବଳ ଯୁବକମାନଙ୍କୁ ଦକ୍ଷ ନୁହେଁ ବରଂ ଓଡିଶାରେ ପରିବର୍ତ୍ତନର ମାର୍ଗ ବିସ୍ତାର କରୁଛି ବୋଲି ବିଭାଗୀୟ ସଚିବ କହିଛନ୍ତି।

ସୂଚନା ଅନୁଯାୟୀ, ଏହି ପ୍ରଦର୍ଶନୀରେ ବର୍ଜ୍ୟବସ୍ତୁ ଯଥା ଗାଡି, ମୋଟର ସାଇକେଲ, ସାଇକେଲ ଆଦିର ଯନ୍ତ୍ରାଂଶ ବଲ, ବିୟରିଙ୍ଗ, ଚେନ କ୍ରାଙ୍କ, ନଟବୋଲ୍ଟ କମ୍ପ୍ୟୁଟର କି ବୋର୍ଡ ଆଦି ବ୍ୟବହାର କରାଯାଇ ଗାନ୍ଧୀ, ସୁବାସ ବୋଷଙ୍କ ପୂର୍ଣ୍ଣ ଅବୟବ ପ୍ରତିମୂର୍ତ୍ତି, ଘୋଡା, ପେଙ୍ଗୁଇନ ଓ ମାଛ ଆଦି ପ୍ରଦର୍ଶିତ କରା ଯାଇଛି। ସୁନ୍ଦର, ନିକ୍ଷୁଣ ଓ ଆକର୍ଷଣୀୟ କାଠ ଓ ହସ୍ତତନ୍ତ ଉତ୍ପାଦ, ଘର ସାଜସଜ୍ଜା, ଅଫିସ ଷ୍ଟେସନାରୀ, ଚିତ୍ରକଳା ଏବଂ ବେକେରୀ ଭଳି ବିଭିନ୍ନ ସାମଗ୍ରି ତିଆରି କରି ସେମାନଙ୍କର ଦକ୍ଷତା ପ୍ରଦର୍ଶନ କରିଛନ୍ତି।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details