ଓଡିଶା

odisha

By

Published : Aug 8, 2023, 8:11 PM IST

ETV Bharat / state

ପ୍ରକାଶ ପାଇଲା ପଲିଟେକ୍ନିକ୍‌ କଲେଜ ରାଙ୍କିଂ, ଏଥର ବି ଆଗରେ ଘରୋଇ ଶିକ୍ଷାନୁଷ୍ଠାନ

ଦ୍ବିତୀୟ ଥର ପାଇଁ ପ୍ରକାଶ ପାଇଛି ପଲିଟେକ୍‌ନିକ୍‌ କଲେଜ ରାଙ୍କିଂ । ଦକ୍ଷତା ବିକାଶ ଓ ବୈଷୟିକ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ ଏହାର ରାଙ୍କ୍‌ ଉନ୍ମୋଚନ କରିଛନ୍ତି । ୧୦୦ଟି ସରକାରୀ ଓ ବେସରକାରୀ ପଲିଟେକ୍‌ନିକ୍‌ କଲେଜକୁ ରାଙ୍କ୍ ମିଳିଛି । ଅଧିକ ପଢ଼ନ୍ତୁ

ପ୍ରକାଶ ପାଇଲା ପଲିଟେକ୍ନିକ୍‌ କଲେଜ ରାଙ୍କିଂ
ପ୍ରକାଶ ପାଇଲା ପଲିଟେକ୍ନିକ୍‌ କଲେଜ ରାଙ୍କିଂ

ପ୍ରକାଶ ପାଇଲା ପଲିଟେକ୍ନିକ୍‌ କଲେଜ ରାଙ୍କିଂ

ଭୁବନେଶ୍ବର:ଦ୍ବିତୀୟ ଥର ପାଇଁ ରାଜ୍ୟରେ ପଲିଟେକ୍‌ନିକ୍‌ କଲେଜ ରାଙ୍କିଂ ପ୍ରକାଶ ପାଇଛି । ଆଜି ଦକ୍ଷତା ବିକାଶ ଓ ବୈଷୟିକ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ ଏହାର ରାଙ୍କ୍‌ ଉନ୍ମୋଚନ କରିଛନ୍ତି । ୧୦୦ଟି ସରକାରୀ ଓ ବେସରକାରୀ ପଲିଟେକ୍‌ନିକ୍‌ କଲେଜକୁ ରାଙ୍କ୍ ମିଳିଛି । ୩୦ଟି ଜିଲ୍ଲାରେ ଥିବା ପଲିଟେକ୍‌ନିକ୍‌ ଇନଷ୍ଟିଚ୍ୟୁଟ ଏଥିରେ ଅଂଶଗ୍ରହଣ କରିଛନ୍ତି । ରାଜ୍ୟରେ ୩୪ଟି ସରକାରୀ ପଲିଟେକ୍‌ନିକ୍‌ ସହ ୬୬ଟି ବେସରକାରୀ ପଲିଟେକ୍‌ନିକ୍‌ ଅନୁଷ୍ଠାନ ରହିଛି । ତେବେ ଆଜି ଦକ୍ଷତା ବିକାଶ ଓ ବୈଷୟିକ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ ଉନ୍ମୋଚନ କରିଥିବା ରାଙ୍କ୍‌ର ପ୍ରଥମ ୧୦ଟି ସ୍ଥାନ ମଧ୍ୟରେ ୪ଟି ସରକାରୀ ଓ ୬ଟି ବେସରକାରୀ କଲେଜ ରହିଛି ।

ଅନ୍ୟପଟେ ଏହି ରାଙ୍କିଂର ପ୍ରଥମ ସଂସ୍କରଣ ୨୦୨୨ ମସିହାରେ ପ୍ରକାଶିତ ହୋଇଥିଲା । ଏହି ରାଙ୍କିଂ ବ୍ୟବସ୍ଥାରେ କିଭଳି ଭାବରେ ସ୍ଵଚ୍ଛତା ରହିବ, ସେନେଇ କ୍ବାଲିଟି କଣ୍ଟ୍ରୋଲ ଅଫ୍‌ ଇଣ୍ଡିଆକୁ ଦାୟିତ୍ବ ଦିଆଯାଇଛି । ଏହି ସଂସ୍ଥା ରାଙ୍କିଂରେ ସ୍ଥାନ ପାଇଥିବା ରାଜ୍ୟର ୧୦୦ଟି ପଲିଟେକ୍‌ନିକ୍‌ କ୍ଷେତ୍ର ପରିଦର୍ଶନ ସହିତ ଏକାଧିକ ପର୍ଯ୍ୟାୟରେ ମୂଲ୍ୟାଙ୍କନ କାର୍ଯ୍ୟ କରୁଛି । ଏଥିରେ ରହିଛନ୍ତି ଉଭୟ ସରକାରୀ ଏବଂ ଘରୋଇ ପଲିଟେକ୍‌ନିକ୍‌ ଶିକ୍ଷାନୁଷ୍ଠାନ । ରାଙ୍କ ପାଇଁ ବ୍ୟବହୃତ ପାରାମିଟର ଗୁଡ଼ିକ ସରକାରୀ ଦ୍ବାରା ଅନୁମୋଦିତ ହୋଇଛି । ପଲିଟେକ୍‌ନିକ୍‌ର ରାଙ୍କିଂ ସରକାରୀ 5T କାର୍ଯ୍ୟକ୍ରମ ଅଧୀନରେ ଆସୁଛି ।

ଏହା ମଧ୍ୟ ପଢ଼ନ୍ତୁ...୬.୫ ଲକ୍ଷ ଯୁବକଙ୍କୁ ମିଳୁଛି ଦକ୍ଷତା ବିକାଶ ତାଲିମ: ଦକ୍ଷତା ବିକାଶ ମନ୍ତ୍ରୀ

ତେବେ ଏନେଇ ଦକ୍ଷତା ବିକାଶ ଓ ବୈଷୟିକ ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡାଇ କହିଛନ୍ତି, "ଏହା ପଲିଟେକ୍‌ନିକ୍‌ ମଧ୍ୟରେ ସୁସ୍ଥ ପ୍ରତିଯୋଗିତାକୁ ବୃଦ୍ଧି କରିବ । ଏହିପରି ରାଙ୍କିଂ ବ୍ୟବସ୍ଥା କରିବାରେ ଓଡ଼ିଶା ପ୍ରଥମ ରାଜ୍ୟ । ଯେଉଁଥିପାଇଁ 'National Accrediation Board for Education and Training' ଓଡ଼ିଶା ସରକାରଙ୍କୁ ପ୍ରଶଂସା କରିଛନ୍ତି । ଏହାକୁ ସାରା ଦେଶ ଅନୁକରଣ କରିବା ନେଇ ପରାମର୍ଶ ଦିଆଯାଇଛି ।" ବିଭାଗ ପକ୍ଷରୁ ଦିଆଯାଇଥିବା ରାଙ୍କ୍ ଆଧାରରେ ଟପ୍ ୧୦ରେ ରହିଛନ୍ତି ଭୁବନେଶ୍ବରର କିଟ୍‌ ପଲିଟେକ୍ନିକ୍ସ ରହିଛି, ଯାହାର ପଏଣ୍ଟ୍‌ ରହିଛି ୭୮.୮ । ଦ୍ଵିତୀୟରେ କଟକର ଡ୍ରିମ୍ସ, ଯାହାର ପଏଣ୍ଟ ୭୬.୩ ରହିଛି, ତୃତୀୟରେ ୭୪.୬ ପଏଣ୍ଟ ସହ ରହିଛି କଟକର ସରକାରୀ ଇଞ୍ଜିୟରିଂ କଲେଜ । ତେବେ ଶୀର୍ଷ ୧୦ଟି ମଧ୍ୟରେ ୪ଟି ଘରୋଇ ପଲିଟେକ୍‌ନିକ୍‌ କଲେଜ ରହିଥିବା ବେଳେ ୬ଟି ସରକାରୀ ପଲିଟେକ୍‌ନିକ୍‌ କଲେଜ ରହିଛି । ମୋଟ ୧୦୦ଟି ପଲିଟେକ୍ନିକ୍ସ ଶିକ୍ଷାନୁଷ୍ଠାନକୁ ଆଧାର କରି ଏହି ରାଙ୍କିଂ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details