ଓଡିଶା

odisha

ETV Bharat / state

Lady blackmailer case: SIT ସ୍କାନରରେ ବ୍ଲାକମେଲର ଅର୍ଚ୍ଚନା ନାଗ - ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲା

ଏସଆଇଟି ସ୍କାନରେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ । ଏସଆଇଟି (Special Investigation Team) ହାତକୁ ଯାଇଛି ଅର୍ଚ୍ଚନା ନାଗ ମାମଲା । ଅଧିକ ପଢନ୍ତୁ

Lady blackmailer case
SIT ସ୍କାନରରେ ବ୍ଲାକମେଲର ଅର୍ଚ୍ଚନା ନାଗ

By

Published : Nov 11, 2022, 11:01 AM IST

କଟକ:ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ବିଭିନ୍ନ ଦିଗରୁ ତଦନ୍ତ ଆଗଉଛି । ବର୍ତ୍ତମାନ ଏସଆଇଟି ସ୍କାନରେ ପଡିଛନ୍ତି ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ(Lady Blackmailer Archana Nag) । ଏସଆଇଟି (Special Investigation Team) ହାତକୁ ଯାଇଛି ଅର୍ଚ୍ଚନା ନାଗ ମାମଲା । ଅର୍ଚ୍ଚନାଙ୍କ କଳା ଧନ ସମ୍ପର୍କିତ ଯାଞ୍ଚ ପାଇଁ ଏସଆଇଟି ଟିମ ଗଠିତ ହୋଇଛି ।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଏସ୍ଆଇଟି ରିପୋର୍ଟ ମାଗିଥିବା ସୂଚନା ମିଳିଛି । ଆସନ୍ତା ୧୩ ତାରିଖରେ ଦିଲ୍ଲୀରେ ଏସଆଇଟି ବୈଠକ ବସିବ। ଜଷ୍ଟିସ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ବସିବ SIT ବୈଠକ। ବୈଠକରେ ଅର୍ଚ୍ଚନା ନାଗ ମାମଲା ସମ୍ପର୍କରେ ଆଲୋଚନା ହେବ । କେଉଁଠାରୁ ଅର୍ଚ୍ଚନା ଏତେ କଳାଟଙ୍କା ଆଣିଲେ ତାର ତଦନ୍ତ କରିବ ଟିମ । ସେପଟେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଅର୍ଚ୍ଚନାଙ୍କ ବେଆଇନ୍ ଅର୍ଥ କାରବାର ମାମଲାରେ ରିପୋର୍ଟ ମାଗିଛି SIT । ଏନେଇ ଏସଆଇଟି ନିର୍ଭର ଯୋଗ୍ୟ ସୁତ୍ରରୁ ସୂଚନା ମିଳିିଛି ।

ଏହା ବି ପଢନ୍ତୁ...ବ୍ଲାକମେଲର ଅର୍ଚ୍ଚନା‌ ନାଗ ମାମଲା, ୮ଟି ସ୍ଥାନରେ EDର ତନାଘନା

ପ୍ରକାଶ ଥାଉ କି, ଗତକାଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଖୋଳତାଡ କରିଥିଲା । ଅର୍ଚ୍ଚନାଙ୍କ ପୈତୃକ ଘର ସହିତ ଭୁବନେଶ୍ବର ସତ୍ୟବିହାର ବିଳାସପୂର୍ଣ୍ଣ ଘର, ଶାଶୁ ଘରେ ଚଢ଼ାଉ କରିଥିଲା ଇଡି । ଅର୍ଚ୍ଚନାଙ୍କ ବିଜନେସ ପାର୍ଟନର ଖଗେଶ୍ବରଙ୍କ ବାଲିପାଟଣା ଘରେ ବି ଚଢ଼ାଉ କରିଥିଲା । ମୋଟ 8ଟି ସ୍ଥାନରେ ଛାପା ମାରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅର୍ଚ୍ଚନାଙ୍କ ବିଜନେସ ପାର୍ଟନର ଖଗେଶ୍ବରଙ୍କୁ ମଧ୍ୟ ଗିରଫ କରିଥିଲା ଇଡି । ଅର୍ଚ୍ଚନା ନାଗ ହାଇପ୍ରୋଫାଇଲ ମାମଲାରେ ଅନେକ ବଡ ବଡିଆ ସାମିଲ ଥିବା ଜଣାପଡିଥିଲା ।

ଫିଲ୍ମ ପ୍ରଯୋଜକଙ୍କଠୁ ନେଇ ବହୁ ବଡ ବଡିଆଙ୍କୁ ଫସାଇ ବ୍ଲାକମେଲ କରୁଥିବା ଜଣାପଡିବା ପରେ ପୋଲିସ ତାଙ୍କୁ ଅକ୍ଟୋବର 6 ତାରିଖରେ ଗରିଫ କରିଥିଲା । ଦିନକୁ ଦିନ ନେତା ଓ ବ୍ୟବସାୟୀଙ୍କ ଲିଙ୍କ ମଧ୍ୟ ଲମ୍ବିବାରେ ଲାଗିିଥିଲା । ଏହି ମାମଲାକୁ ନେଇ ଶାସକ ଦଳକୁ ବିରୋଧୀ ଟାର୍ଗେଟ କରିଥିଲେ । ବର୍ତ୍ତମାନ ଅର୍ଚ୍ଚନା ଓ ତାଙ୍କ ସ୍ବାମୀ ଜଗବନ୍ଧୁ ଗିରଫ ହୋଇ ହାଜତରେ ଅଛନ୍ତି । ଅକ୍ଟୋବର 26ରେ କୋର୍ଟରେ ହାଜର ହୋଇଥିଲେ ଅର୍ଚ୍ଚନା । କୋର୍ଟ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି । ଅର୍ଚ୍ଚନା ମାମଲାରେ ED ଏଣ୍ଟ୍ରି ମାରିବା ପରେ ଏବେ ଏସଆଇଟି ତଦନ୍ତ ହେବା ବହୁ ବଡ ବଡିଆଙ୍କ ଗୁମର ଖୋଲିବା ନେଇ ଚର୍ଚ୍ଚା ହେଉଛି ।

ଇଟିଭି ଭାରତ, କଟକ

ABOUT THE AUTHOR

...view details