ଓଡିଶା

odisha

ETV Bharat / state

ଭାଇ ନାଁରେ ଜମି ହଡପ ଅଭିଯୋଗ ଆଣିଲା ଭଉଣୀ

ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ରେ ଜମି କେଳେଙ୍କାରୀ ଅଭିଯୋଗ । BDO ତଥା ଭାରପ୍ରାପ୍ତ ତହସିଲଦାର, ଭାରପ୍ରାପ୍ତ ଉପନିବନ୍ଧକ ଓ ଭାଇଙ୍କ ବିରୋଧରେ ଜମି କେଳେଙ୍କାରୀର ଅଭିଯୋଗ ଆଣିଛନ୍ତି ଭଉଣୀ । ଅଧିକ ପଢନ୍ତୁ

ଭାଇ ନାଁରେ ଜମି ହଡପ ଅଭିଯୋଗ ଆଣିଲା ଭଉଣୀ
ଭାଇ ନାଁରେ ଜମି ହଡପ ଅଭିଯୋଗ ଆଣିଲା ଭଉଣୀ

By

Published : Sep 8, 2022, 2:50 PM IST

ଖୋର୍ଦ୍ଧା:ଜିଲ୍ଲା ବୋଲଗଡ଼ରେ ପୁଣି ଜମି କେଳେଙ୍କାରୀ ଅଭିଯୋଗ । ବୋଲଗଡ଼ ବିଡିଓ ତଥା ଭାରପ୍ରାପ୍ତ ତହସିଲଦାର, ଭାରପ୍ରାପ୍ତ ଉପନିବନ୍ଧକଙ୍କ ବିରୋଧରେ ଆଉ ଏକ ଜମି କେଳେଙ୍କାରୀର ଅଭିଯୋଗ ହୋଇଛି । ଦାୟିତ୍ବରେ ଥିବା ତହସିଲଦାର ଚଞ୍ଚକତା କରି ଜମିର ମାଲିକାନା ସତ୍ବ ପରିବର୍ତ୍ତନ କରିଥିବା ନେଇ ଜିଲ୍ଲାପାଳଙ୍କୁ ସାଙ୍ଘାତିକ ଅଭିଯୋଗ କରିଛନ୍ତି ଚୁଡା ଗ୍ରାମର କଳ୍ପନା ରାଉତ । ଏହା ସହ ତାଙ୍କ ଭାଇଙ୍କ ନାମରେ ମଧ୍ୟ ଜମି ହଡପ ଅଭିଯୋଗ ଆଣିଛନ୍ତି କଳ୍ପନା ।

ଭାଇ ନାଁରେ ଜମି ହଡପ ଅଭିଯୋଗ ଆଣିଲା ଭଉଣୀ

ଅଭିଯୋଗ ଅନୁସାରେ କଳ୍ପନାଙ୍କ ଘର ବୋଲଗଡ଼ ବ୍ଲକ ଚୁଡ଼ା ଗ୍ରାମରେ । ତାଙ୍କ ବାପା କୈଳାସ ରାଉତଙ୍କ ନାମରେ ଚୁଡ଼ା ମୌଜାର ଖାତା ନଂ ୭୩୧/୨୦୨, ପ୍ଲଟ୍‌ ନମ୍ବର ୬୩୮/୨୧୧୭ରେ ୦.୦୩୮ ଡିସିମିଲର ଏକ ଜମି ଓ ଖାତା ନଂ ୭୩୧/୨୦୨ ପ୍ଲଟ ନଂ ୧୬୪୮/୨୧୨୧ର ୦.୦୨୧ ଡେସିମଲ ଜମି ରହିଛି । ପିତାଙ୍କ ଦେହାନ୍ତ ପରେ ଭାଇ ବିଭୂ କଲ୍ୟାଣ ରାଉତ ଓ କଳ୍ପନା ରାଉତ ଏହି ଜମିର ଉତ୍ତରାଧିକାରୀ । କିନ୍ତୁ ଏହି ଜମି ତାଙ୍କ ଭାଇଙ୍କ ନାମରେ ପଞ୍ଜୀକୃତ ହୋଇଛି ।

ପୂର୍ବରୁ ଏଭଳି ଚଞ୍ଚକତା ହୋଇଥିବା ସନ୍ଦେହ କରି କଳ୍ପନା ବୋଲଗଡ଼ ଅନୁନିବନ୍ଧକଙ୍କ କାର୍ଯ୍ୟାଳରେ ଅଭିଯୋଗ କରିଥିଲେ । ତାଙ୍କର ବିନା ଅବଗତିରେ ନିୟମ ବହିର୍ଭୁତ ଭାବେ ଏଭଳି ପଞ୍ଜୀକରଣ କରାଯିବାକୁ ଅନୁମତି ଦେଇଥିବାରୁ ଭାରପ୍ରାପ୍ତ ତହସିଲଦାର ଓ ଉପନିବନ୍ଧକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । ଏହା ସହ ତାଙ୍କ ଭାଇଙ୍କ ନାମରେ ହୋଇଥିବା ଉକ୍ତ ପଟାକୁ ଖାରଜ କରାଯିବାକୁ ନିବେଦନ କରିଛନ୍ତି । ନଚେତ୍‌ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ କରିବାକୁ ଚେତାବନୀ ଦେଇଛନ୍ତି କଳ୍ପନା ।

ଏହା ବି ପଢନ୍ତୁ...ସଫଳତାର ସହ ଭାରତର QRSAM ପରୀକ୍ଷଣ ଶେଷ: DRDO

ପ୍ରକାଶ ଥାଉକି ପୂର୍ବେ ଅନୁରୂପ ଭାବେ ବେଆଇନ ଭାବେ ଜମି ବିଭିନ୍ନ ବ୍ୟକ୍ତିଙ୍କ ନାମରେ ପଞ୍ଜୀକୃତ ହୋଇଥିବା ଦର୍ଶାଇ ବୋଲଗଡ଼ ତହସିଲ ଆଗରେ ଲୋକମାନେ ଦୁଇ ଦୁଇଥର ଧାରଣା ଦେଇଥିଲେ । ଏନେଇ ବୋଲଗଡ଼ ବିକାଶ ମଞ୍ଜ ପକ୍ଷରୁ ଏକ ଦାବିପତ୍ର ମଧ୍ୟ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ଏନେଇ ଜିଲ୍ଲାପାଳ ମଧ୍ୟ ଅତିରିକ୍ତ ଜିଲ୍ଲାପାଳଙ୍କ ତତ୍ୱାବଧାନରେ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details