ଖୋର୍ଦ୍ଧା:ଚିନ୍ତାରେ ଜିଲ୍ଲାର ଥାଲେସେମିଆ ରୋଗୀ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସେମାନଙ୍କ ପାଇଁ ଆନୁସଙ୍ଗିକ ସୁବିଧା ସୁଯୋଗ ନ ଥିବା ଓ ରକ୍ତଭଣ୍ଡାରରେ ଆବଶ୍ୟକ ରକ୍ତ ମିଳୁନି । ଏନେଇ ଅଭିଯୋଗ କରିଛନ୍ତି ଥାଲେସେମିଆ ସିକିଲ ସେଲ ସଂଘର ଖୋର୍ଦ୍ଧା ଜିଲ୍ଲା ସଭାପତି ନିମାଇଁ ଚରଣ ମହାରଣା । ଖୋର୍ଦ୍ଧା ଜିଲ୍ଲାରେ 500ରୁ ଊର୍ଦ୍ଧ୍ବ ଥାଲେସେମିଆ ରୋଗୀ ଥିବାବେଳେ ଭୁବନେଶ୍ୱରକୁ ଛାଡି ଖୋର୍ଦ୍ଧାରେ ଏହାର ସଂଖ୍ୟା 200ରୁ ଊର୍ଦ୍ଧ୍ବ ରହିଛନ୍ତି ଏଥିସହ ଏମାନେ ରକ୍ତ ମଧ୍ୟ ନେଉଛନ୍ତି । ବର୍ଷକୁ 5 ହଜାର ୟୁନିଟ ରକ୍ତ ଥାଲେସେମିଆ ରୋଗୀଙ୍କ ପାଇଁ ସଂଗ୍ରହ କରାଯାଉଥିବା ବେଳେ ଠିକ୍ ସମୟରେ ରୋଗୀଙ୍କୁ ରକ୍ତ ମିଳୁ ନଥିବା ଅଭିଯୋଗ କରିଛନ୍ତି ସଭାପତି ।
ଏହା ମଧ୍ୟ ପଢନ୍ତୁ- UN Report: ଚୀନ୍କୁ ଟପି ବିଶ୍ବର ଜନବହୁଳ ରାଷ୍ଟ୍ର ହେଲା ଭାରତ, ଜନସଂଖ୍ୟା 142 କୋଟି ପାର୍
ସେହିପରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରୁ ରକ୍ତ ଭଣ୍ଡାରର ଦୂରତା ପ୍ରାୟ 3ରୁ 4 କିଲୋମିଟର ହୋଇଥିବାରୁ ରୋଗୀମାନେ ପ୍ରତିଦିନ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ନୂତନ ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିର୍ମାଣ ହୋଇଥିଲେ ମଧ୍ୟ ରକ୍ତ ଭଣ୍ଡାରକୁ ମେଡ଼ିକାଲ ପରିସରରେ ରଖାଯାଇ ନାହିଁ । ଏଥିସହ ଥାଲେସେମିଆ ରୋଗୀଙ୍କ ପାଇଁ ଆବଶ୍ୟକ ଔଷଧ ମିଳୁ ନଥିବା ବେଳେ ଶଯ୍ୟାର ମଧ୍ୟ ବ୍ୟବସ୍ଥା ନଥିବା ଅଭିଯୋଗ ହୋଇଛି ।