ଓଡିଶା

odisha

ETV Bharat / state

Chandrayaan3: ସଫ୍ଟଲ୍ୟାଣ୍ଡିଂ ଲ୍ୟାଣ୍ଡର ଗୋଡରେ ହେବା ଦରକାର, ଭୁଲ ହେଲେ ସଜାଡିବ ସେନ୍ସର

ଆଜି ଲ୍ୟାଣ୍ଡର ବିକ୍ରମ ପ୍ରପଲସନ ମଡ୍ୟୁଲଠାରୁ ଅଲଗା ହୋଇଥିବା ବେଳେ ଆଗକୁ କିପରି ଲ୍ୟାଣ୍ଡ କରିବ ସେ ନେଇ ପ୍ରତିକ୍ରିୟା ରଖିଛନ୍ତି ପଠାଣି ସାମନ୍ତ ପ୍ଲାନେଟୋରିୟମର ପୂର୍ବତନ ଉପନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ । ଅଧିକ ପଢନ୍ତୁ

By

Published : Aug 17, 2023, 6:11 PM IST

Updated : Aug 17, 2023, 7:17 PM IST

Chandrayaan 3
Chandrayaan 3

Chandrayaan3: ସଫ୍ଟଲ୍ୟାଣ୍ଡିଂ ଲ୍ୟାଣ୍ଡର ଗୋଡରେ ହେବା ଦରକାର, ଭୁଲ ହେଲେ ସଜାଡିବ ସେନ୍ସର

ଭୁବନେଶ୍ବର:ଆସନ୍ତା ଅଗଷ୍ଟ ୨୩ ତାରିଖରେ ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡିଂ କରିବ ଭାରତର ତୃତୀୟ ମୁନ୍‌ ମିଶନ ଚନ୍ଦ୍ରଯାନ-୩ । ଆଜି ପ୍ରପଲସନ ମଡ୍ୟୁଲଠାରୁ ସଫଳତାର ସହ ଅଲଗା ହୋଇ ଚନ୍ଦ୍ର ଆଡ଼କୁ ଅଗ୍ରଗତି କରୁଛି ଲ୍ୟାଣ୍ଡର । ସମସ୍ତେ ଏହି ମିଶନ ସଫଳ ହେବା ନେଇ ଆଶା ରଖିଥିବା ବେଳେ ପ୍ରତିକ୍ରିୟା ରଖିଛନ୍ତି ରାଜଧାନୀ ସ୍ଥିତ ପଠାଣି ସାମନ୍ତ ପ୍ଲାନେଟୋରିୟମର ପୂର୍ବତନ ଉପନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ । ଚନ୍ଦ୍ରଯାନ-୩ ସଫ୍ଟଲ୍ୟାଣ୍ଡିଂ ଲ୍ୟାଣ୍ଡରର ଗୋଡ଼ରେ ହେବା ଆବଶ୍ୟକ । ଏଥିଲାଗି ସମସ୍ତ ବ୍ୟବସ୍ଥା ହୋଇଥିବା ସେ କହିଛନ୍ତି ।

ଏନେଇ ପଟ୍ଟନାୟକ କହିଛନ୍ତି, "ସଫ୍ଟ ଲ୍ୟାଣ୍ଡିଂ ସମୟରେ ଲ୍ୟାଣ୍ଡର ବିକ୍ରମ ନିଜ ଗୋଡରେ ଲ୍ୟାଣ୍ଡ୍‌ କରିବା ଦରକାର । ଯଦି ଢଳି କରି କିମ୍ବା ଅନ୍ୟ କୌଣସି ଉପାୟରେ ଲ୍ୟାଣ୍ଡ କରେ ତେବେ ଅସୁବିଧା ହେବ । ବଡ଼ କଥା ହେଲା ଏଥର ଲ୍ୟାଣ୍ଡିଂ ପ୍ରକ୍ରିୟାକୁ ସହଜ ଓ ସୁବିଧାଜନକ କରିବା ପାଇଁ ଲ୍ୟାଣ୍ଡରର ଗୋଡକୁ ଶକ୍ତିଶାଳୀ କରିଦିଆଯାଇଛି । ଯାହା ଚନ୍ଦ୍ରାୟନ-2 ସମୟରେ ହୋଇନଥିଲା । ଲ୍ୟାଣ୍ଡିଂ ସମୟରେ ଲ୍ୟାଣ୍ଡର ଯେପରି ଢଳି ନଯାଏ ସେଥିପାଇଁ ସେନ୍ସର ଲଗାଯାଇଛି । ଧୀରେ ଧୀରେ ଲ୍ୟାଣ୍ଡିଂ ସମୟରେ ଯଦି କୌଣସି ତ୍ରୁଟି ହୁଏ ତେବେ ଲ୍ୟାଣ୍ଡରରେ ଲାଗିଥିବା ସେନ୍ସର ଏହାକୁ ସଜାଡି ନେବ । ଫଳରେ ଚନ୍ଦ୍ରାୟନ-୨ ସମୟରେ ଯେପରି କ୍ରାସ ଲ୍ୟାଣ୍ଡିଂ ହୋଇଥିଲା ସେପରି ହେବ ନାହିଁ ।"

ଏହା ବି ପଢନ୍ତୁ- Chandrayaan-3: ସଫ୍ଟ ଲ୍ୟାଣ୍ଡିଂ ପାଇଁ ହୋଇଛି ସମସ୍ତ ବ୍ୟବସ୍ଥା, ଅପେକ୍ଷା ସେହି ମୁହୂର୍ତ୍ତକୁ

ଗତ ଜୁଲାଇ ୧୪ ତାରିଖରେ ଲଞ୍ଚ ହୋଇଥିବା ଚନ୍ଦ୍ରାୟନ-୩ ଏବେ ୧୫୩/୧୬୫ କିଲୋମିଟର ଉପରେ କକ୍ଷପଥରେ ବୁଲୁଛି । ଆଜି ପ୍ରପଲସନ ମଡ୍ୟୁଲଠାରୁ ଲ୍ୟାଣ୍ଡର ଅଲଗା ହୋଇଛି । ପ୍ରପଲସନ ମଡ୍ୟୁଲ ୧୦୦ କିଲୋମିଟର ଉପରେ କକ୍ଷ ପଥରେ ଘୁରିବୁ ଲିବ । କିନ୍ତୁ ଲ୍ୟାଣ୍ଡର ୩୦/୧୦୦ କିଲୋମିଟର କକ୍ଷ ପଥରେ ଅଣ୍ଡାକୃତିର କକ୍ଷପଥରେ ଘୁରି ବୁଲିବ । ବଡ଼ କଥା ହେଲା ଲ୍ୟାଣ୍ଡର ଲ୍ୟାଣ୍ଡିଂ କରିବା ସମୟରେ ଏହାର ବେଗ କମାଇବ । ଚନ୍ଦ୍ରାୟନ-୨ରେ ବେଗ କମାଇବା ପାଇଁ ନିର୍ଦ୍ଦେଶ ଗଲା ବେଳେ ଯୋଗସୂତ୍ର କଟିବାରୁ କ୍ରାସ ଲ୍ୟାଣ୍ଡିଂ ହୋଇଥିଲା ।

ଏହା ବି ପଢନ୍ତୁ- Chandrayaan-3: ଲ୍ୟାଣ୍ଡିଂର ନିକଟତର ଚନ୍ଦ୍ରଯାନ-3, ପ୍ରୋପଲସନ୍ ମଡ୍ୟୁଲରୁ ଅଲଗା ହେଲା ଲ୍ୟାଣ୍ଡର

କିନ୍ତୁ ଚନ୍ଦ୍ରଯାନ-୩ରେ ବେଗ କମାଇବା ପାଇଁ ସମସ୍ତ ଅତ୍ୟାଧୁନିକ ଜ୍ଞାନ କୌଶଳରେ ବ୍ୟବସ୍ଥା କରାଯାଇଛି । ତେଣୁ ଅଗଷ୍ଟ ୨୩ ତାରିଖରେ ଲ୍ୟାଣ୍ଡର ସଫ୍ଟ ଲ୍ୟାଣ୍ଡିଂ କରି ପୃଥିବୀରେ ଏକ ମାଇଲ ଷ୍ଟୋନ ହାସଲ କରିବାକୁ ଯାଉଛି । ଚନ୍ଦ୍ରଯାନ-୩ର ଏହି ସଫ୍ଟ ଲ୍ୟାଣ୍ଡିଂ ଯଦି ସଫଳ ହୁଏ ଭାରତ ଚନ୍ଦ୍ରରେ ପହଞ୍ଚିବାରେ ବିଶ୍ବରେ ହେବ ଚତୁର୍ଥ ରାଷ୍ଟ୍ର । ଏବେ ଅପେକ୍ଷା ଅଗଷ୍ଟ ୨୩ ତାରିଖକୁ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 17, 2023, 7:17 PM IST

ABOUT THE AUTHOR

...view details