ଖୋର୍ଦ୍ଧା : ବାଣପୁର ଓ ବାଲୁଗାଁରେ ସଟ୍ଡାଉନ୍ ସ୍ଥିତି ପରଖିଲେ ଖୋର୍ଦ୍ଧା ଜିଲ୍ଲାପାଳ । କୋରୋନା ସଂକ୍ରମଣକୁ ପ୍ରତିରୋଧ କରିବା ପାଇଁ ରାଜ୍ୟ ସରକାର 11ଟି ଜିଲ୍ଲାରେ ଦୁଇଦିନିଆ ସଟ୍ଡାଉନ୍ ଘୋଷଣା କରିଛନ୍ତି । ଜୁନ୍ 30 ପର୍ଯ୍ୟନ୍ତ ଏହି ନିୟମ ବଳବତ୍ତର ରହିବ ।
ବାଣପୁର ଓ ବାଲୁଗାଁରେ ସଟ୍ଡାଉନ୍ ସ୍ଥିତି ପରଖିଲେ ଖୋର୍ଦ୍ଧା ଜିଲ୍ଲାପାଳ - covid19 latest news
କୋରୋନା ସଂକ୍ରମଣକୁ ପ୍ରତିରୋଧ କରିବା ପାଇଁ ରାଜ୍ୟ ସରକାର 11ଟି ଜିଲ୍ଲାରେ ଦୁଇଦିନିଆ ସଟ୍ଡାଉନ୍ ଘୋଷଣା କରିଛନ୍ତି । ଆଜି ଖୋର୍ଦ୍ଧା ଜିଲ୍ଲାପାଳ ବାଣପୁର ଓ ବାଲୁଗାଁରେ ସଟ୍ଡାଉନ୍ ସ୍ଥିତି ପରଖିଛନ୍ତି । ଅଧିକ ପଢନ୍ତୁ...
ଖୋର୍ଦ୍ଧା ଜିଲ୍ଲାରେ ଲାଗୁ କରାଯାଇଥିବା 48 ଘଣ୍ଟିଆ ସଟ୍ଡାଉନକୁ କଡାକଡି କରିବା ପାଇଁ ପୋଲିସ୍ ପାଟ୍ରୋଲିଂ କରିବା ସହ ଯାଞ୍ଚ ମଧ୍ୟ କରୁଛି । ଏହି ପରିପ୍ରେକ୍ଷୀରେ ଆଜି ଖୋର୍ଦ୍ଧା ଜିଲ୍ଲାପାଳ ଓ ତାଙ୍କର ଏକ ଟିମ୍ ଆଜି ଖୋର୍ଦ୍ଧା ଜିଲ୍ଲାର ବାଣପୁର ଓ ବାଲୁଗାଁ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ପରଖିଛନ୍ତି । ଲୋକମାନେ ସ୍ବତଃପ୍ରବୃତ୍ତ ଭାବେ ସଟ୍ଡାଉନ୍ ନିୟମ ପାଳନ କରୁଥିବାରୁ ଜିଲ୍ଲାପାଳ ଖୁସି ବ୍ୟକ୍ତ କରିଛନ୍ତି । ଖୋର୍ଦ୍ଧା ଜିଲ୍ଲାପାଳ ସୀତାଂଶୁ କୁମାର ରାଉତଙ୍କ ସହ ଏସ୍ପି ଅଜେୟ ପ୍ରତାପ ସ୍ବାଇଁ, ଉପ ଜିଲ୍ଲାପାଳ ଶାନ୍ତନୁ ମହାନ୍ତି , ଡିଏସ୍ପି ସତୀଶ ପାଢୀ ଏବଂ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ମାନେ ବାଲୁଗାଁ ଓ ବାଣପୁର ଅଞ୍ଚଳ ପରିଦର୍ଶନ କରିଥିଲେ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ