ଓଡିଶା

odisha

ୟୁନିଟ-୧ ମାର୍କେଟକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କଲା ବ୍ୟବସାୟୀ ସଂଘ, ପାର୍କିଂ ସମସ୍ୟାର ସମାଧାନ ଦାବି

ପାର୍କିଂ ବ୍ୟବସ୍ଥାର ସୁବିଧା ନହେବାରୁ ୟୁନିଟ୍ ୧ ମାର୍କେଟ ବନ୍ଦ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ବ୍ୟବସାୟୀ ସଂଘ । ପାର୍କିଂ ସମସ୍ୟାକୁ ବ୍ୟବସାୟୀ ସଂଘ ଓ ଉଠାଦୋକାନୀଙ୍କ ମଧ୍ୟରେ ଲାଗି ରହିଛି ବିବାଦ । ଅଧିକ ପଢନ୍ତୁ

By ETV Bharat Odisha Team

Published : Sep 30, 2023, 10:09 PM IST

Published : Sep 30, 2023, 10:09 PM IST

ପାର୍କିଂ ସମସ୍ୟାକୁ ବ୍ୟବସାୟୀ ଓ ଉଠାଦୋକାନୀଙ୍କ ମଧ୍ୟରେ  ଲାଗି ରହିଛି ବିବାଦ
ପାର୍କିଂ ସମସ୍ୟାକୁ ବ୍ୟବସାୟୀ ଓ ଉଠାଦୋକାନୀଙ୍କ ମଧ୍ୟରେ ଲାଗି ରହିଛି ବିବାଦ

ପାର୍କିଂ ସମସ୍ୟାକୁ ବ୍ୟବସାୟୀ ଓ ଉଠାଦୋକାନୀଙ୍କ ମଧ୍ୟରେ ଲାଗି ରହିଛି ବିବାଦ

ଭୁବନେଶ୍ବର: ବନ୍ଦ ରହିଛି ୟୁନିଟ ୧ ମାର୍କେଟ । ଧାରଣାରେ ବସିରହିଛନ୍ତି ରାଜଧାନୀ ଦୈନିକ ମାର୍କେଟ ବ୍ୟବସାୟୀ । ପାର୍କିଂ ବ୍ୟବସ୍ଥାର ସୁବିଧା ନହେବାରୁ ୭ ଦଫା ଦାବିକୁ ନେଇ ଅନିର୍ଦ୍ଦିଷ୍ଟ କାଳ ପାଇଁ ସମ୍ପୂର୍ଣ୍ଣ ମାର୍କେଟକୁ ବନ୍ଦ କରି ଆନ୍ଦୋଳନକୁ ଓହ୍ଲାଇଛି ବ୍ୟବସାୟୀ ସଂଘ । ତେବେ ପାର୍କିଂ ସମସ୍ୟାକୁ ନେଇ ଗତ ଗୁରୁବାର ଦିନ ୟୁନିଟ ୧ ମାର୍କେଟ ବ୍ୟବସାୟୀ ଓ ଉଠାଦୋକାନୀଙ୍କ ମଧ୍ୟରେ କଥା କଟା କାଟି ହୋଇଥିଲା । ଏହାର ସ୍ଥାୟୀ ସମାଧାନକୁ ନେଇ ଗତକାଲି ବିଏମ୍ସି କମିଶନରଙ୍କ ସହ ଆଲୋଚନା ବିଫଳ ହେବ ପରେ ଆଜିଠାରୁ ଧାରଣାରେ ବସି ରହିଛନ୍ତି ଶତାଧିକ ବ୍ୟବସାୟୀ ।

ୟୁନିଟ-1 ବ୍ୟବସାୟୀ ସଂଘ ସଭାପତି ଗୟାଧର ସ୍ୱାଇଁ କହିଛନ୍ତି,‘‘ ଉଠାଦୋକାନୀଙ୍କ ପାଇଁ ମାର୍କେଟରେ ପାର୍କିଂ ସମସ୍ୟା ଦେଖାଦେଇଛି । ଅନୁମତି ଦିଆଯାଇଥିବା ଭେଣ୍ଡିଙ୍ଗ ଜୋନରୁ ଅଧିକ ଜାଗା ମାଡ଼ି ବସି ବ୍ୟବସାୟ କରୁଥିବାରୁ ଭିଡ ଜମୁଛି । ପାର୍କିଂ ସମସ୍ୟା ପାଇଁ ସାମଗ୍ରୀ କିଣିବାକୁ ଆସୁଥିବା ଲୋକମାନେ ଅସୁବିଧାରେ ପଡୁଛନ୍ତି । ହଜାର ହଜାର ଟଙ୍କାର ଜରିମାନା ଗ୍ରାହକଙ୍କର କଟୁଛି । ତେଣୁ ମାର୍କେଟରୁ ଉଠାଦୋକାନୀ ବା ଭେଣ୍ଡିଙ୍ଗ ଜୋନକୁ ଉଠାନ୍ତୁ ବୋଲି ଦାବି କରିଛନ୍ତି । କାରଣ ଉଠାଦୋକାନୀଙ୍କ ଭୁଲ ପାଇଁ ଏଠାରେ ଟ୍ରାଫିକ ଜମା ହେବାରୁ ବିଏମ୍ସି ଏହାକୁ ନୋ ପାର୍କିଂ ଜୋନ କରିଦେଇଛି । ଏହାସହ ଗ୍ରହକାଙ୍କ ପାଇଁ ଯେଉଁ ଭୂତଳ ପାର୍କିଂ ହେଉଛି ତାହାକୁ ଆମେ ସ୍ୱାଗତ କରୁଛୁ । କିନ୍ତୁ ତାକୁ ନେଇ ଅନେକ ସମସ୍ୟା ଦେଖାଦେଇଛି । ଯେଉଁମାନେ ସେଠାରେ ଗାଡି ରଖିବେ ସେମାନଙ୍କର ହାଟକୁ ଆସିବା ପାଇଁ କୌଣସି ବ୍ୟବସ୍ଥା ବା ରାସ୍ତା ନାହିଁ । ଯାହା ଫଳରେ ଗ୍ରାହକଙ୍କ ସଂଖ୍ୟା କମିବାରେ ଲାଗିଛି ।’’

ଏହା ମଧ୍ୟ ପଢନ୍ତୁ...୧୮ଦିନ ପରେ ଖୋଲିଲା ମାର୍କେଟ ବିଲ୍ଡିଂ, ୧୦୦ କୋଟିର କ୍ଷତି ସହିଛନ୍ତି ବ୍ୟବସାୟୀ

ଅନ୍ୟପଟେ ଏକ ନମ୍ବର ହାଟ ବନ୍ଦ ନେଇ ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି, ‘‘ୟୁନିଟ ୧ ବ୍ୟବସାୟୀ ଓ ଉଠଦୋକାନୀ ଉଭୟଙ୍କ ସହ ଆଲୋଚନା କରି ଦୁଇ ରୁ ତିନି ଦିନ ଭିତରେ ସାମସ୍ୟା ସମାଧାନ ଦିଗରେ ପଦକ୍ଷେପ ନିଆଯିବ । ବ୍ୟବସାୟୀମାନଙ୍କ ଯେଉଁ ଦାବି ରହିଛି ସେହି ଦାବି ଗୁଡ଼ିକ ଉପରେ ମଧ୍ୟ ଆଲୋଚନା ହେବ। କାରଣ ଏହି ହାଟ ଉପରେ ରାଜଧାନୀର ଅଧିକାଂଶ ଲୋକେ ଦୈନଦିନ ଜୀବନର ସାମଗ୍ରୀ ନେବା ପାଇଁ ନିର୍ଭର କରିଥାନ୍ତି । ତେଣୁ ଏହା ବନ୍ଦ ରହିବାରୁ ଗ୍ରହକାମାନେ ବେଶ ପ୍ରଭାବିତ ହେବେ ।’’

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details