ଖୋର୍ଦ୍ଧା:ଖୋର୍ଦ୍ଧା ତହସିଲ ଗୋଡିପଡା ନିକଟ ଜାତୀୟ ରାଜପଥର ଗୟାବନ୍ଧ ଛକରେ ଥିବା ଦୋକାନ ଘର ଉଚ୍ଛେଦକୁ ନେଇ ଉତେଜନା ପରିସ୍ଥିତି ଉପୁଜିଛି । ଏହାକୁ ନେଇ ଘଟଣାସ୍ଥଳରେ ବ୍ୟବସାୟୀ ଓ ଗ୍ରାମବାସୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଉତ୍ତେଜନାକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ମୁତୟନ କରାଯାଇଛି ।
ପ୍ରବଳ ବିରୋଧ ସତ୍ତ୍ବେ ଦୋକାନ ଘର ଉଚ୍ଛେଦ କଲା ଜିଲ୍ଲା ପ୍ରଶାସନ - ଖୋର୍ଦ୍ଧାରେ ଦୋକାନଘର ଉଚ୍ଛେଦ
ଦୋକାନ ଘର ଉଚ୍ଛେଦକୁ ନେଇ ଉତେଜନା । ପ୍ରବଳ ବିରୋଧ ସତ୍ତ୍ବେ ଉଚ୍ଛେଦ କରିଲା ଜିଲ୍ଲା ପ୍ରଶାସନ । ଅଧିକ ପଢନ୍ତୁ
ପ୍ରବଳ ବିରୋଧ ସତ୍ତ୍ବେ ଦୋକାନଘର ଉଛେଦ କରିଲା ଜିଲ୍ଲା ପ୍ରଶାସନ
ପ୍ରବଳ ବିରୋଧ ସତ୍ତ୍ବେ ଦୋକାନଘର ଉଛେଦ କରିଲା ଜିଲ୍ଲା ପ୍ରଶାସନ
ଜାତୀୟ ରାଜପଥ ପ୍ରଶସ୍ତିକରଣ ପାଇଁ ଜାତୀୟ ରାଜପଥ ପ୍ରାଧିକରଣ ଅନୁକମ୍ପା ରାଶି ପ୍ରଦାନ କରିଥିବା ବେଳେ ଦୋକାନ ଗୃହ ଗୁଡିକୁ ଭାଙ୍ଗିବାକୁ ଦେଉନଥିଲେ ସ୍ଥାନୀୟ ବ୍ୟବସାୟୀ । ଏହାକୁ ଦେଖି ଘଟଣାସ୍ଥଳରେ ଖୋର୍ଦ୍ଧା ଉପଜିଲ୍ଲାପାଳ ୧୪୪ ଧାରା ଜାରି କରି ବିକ୍ଷୋଭ ପ୍ରଦର୍ଶନକାରୀଙ୍କୁ ପୋଲିସ ଅଟକ ରଖିବା ପରେ ଦୋକାନ ଘର ଗୁଡିକୁ ଭାଙ୍ଗିଥିଲା ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ