ଭୁବନେଶ୍ବର:ରାଜ୍ୟରେ ବର୍ତ୍ତମାନ ଶୁଖିଲା ପାଗ ଥିବା ବେଳେ ଧୀରେ ଧୀରେ ଶୀତର ଅନୁଭୂତ ହେଲାଣି । ରାଜ୍ୟରେ ସ୍ବାଭାବିକ ଠାରୁ ୨ରୁ ୩ ପ୍ରତିଶତ ତାପମାତ୍ରା ଅନେକ ସ୍ଥାନରେ ହ୍ରାସ ପାଇଥିବା ବେଳେ ଧୀରେ ଧୀରେ ଶୀତର ପ୍ରଭାବ ଦେଖିବାକୁ ମିଳିଛି । କଟକ ଭୁବନେଶ୍ବରରେ ଶୀତର ଅନୁଭୂତ ହେଉଥିବା ବେଳେ ଆଗାମୀ ୨୪ ଘଣ୍ଟାରେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ କୁହୁଡି ପଡ଼ିବାର ସମ୍ଭାବନା ଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ବିଶେଷ କରି ଦକ୍ଷିଣ ଓଡ଼ିଶାର କନ୍ଧମାଳ ଓ ବଲାଙ୍ଗୀର ଜିଲ୍ଲାରେ କୁହୁଡିର ଆସ୍ତରଣ ଦେଖିବାକୁ ମିଳିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ବର୍ତ୍ତମାନ ରାଜ୍ୟରେ କୌଣସି ପାଣିପାଗ ନିୟାମକ ସକ୍ରିୟ ନଥିବା ବେଳେ ଆଗାମୀ ୫ ଦିନ ମଧ୍ୟରେ ତାପମାତ୍ରାରେ ସେଭଳି କିଛି ପରିବର୍ତ୍ତନ ହେବାର ନଥିବା ବେଳେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ଜିଲା ଛାଡିଦେଲେ ବାକି ସବୁ ଜିଲ୍ଲାରେ ସ୍ବାଭାବିକ ତାପମାତ୍ରା ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ତେଣୁ ବର୍ତ୍ତମାନ ସମୟରେ ରାଜ୍ୟରେ ଶୀତର ଅନୁଭବ ଅଧିକ ହେବାର ସମ୍ଭାବନା ନଥିବା ଆକଳନ କରିଛି ପାଣିପାଗ ବିଭାଗ ।
ଏହା ବି ପଢନ୍ତୁ- ଡିସେମ୍ବରରେ ରାଜ୍ୟରେ ଶୀତ ଉଭାନ, ୨ ଦିନରେ ୪ ଡିଗ୍ରୀ ଖସିବ ପାରଦ