ଭୁବନେଶ୍ବର: ଭାରତ ଉଚ୍ଚଶିକ୍ଷା ମାନ୍ୟତା 2022-23ରେ ଓଡ଼ିଶାର ଶୀର୍ଷ ମାନ୍ୟତାପ୍ରାପ୍ତ ସରକାରୀ ସ୍ୱୟଂଶାସିତ କଲେଜଗୁଡିକର ତାଲିକା ପ୍ରକାଶ ପାଇଛି । ଟପ୍ 10 ସ୍ବଂୟଶାସିତ କଲେଜ ମଧ୍ୟରେ ଆଗରେ ରହିଛି କଟକର ଶୈଳବାଳା ମହିଳା ସ୍ୱୟଂଶାସିତ ମହାବିଦ୍ୟାଳୟ । ତେବେ ତାଲିକାରେ ଷଷ୍ଠ ସ୍ଥାନକୁ ଖସିଛି ଭୁବନେଶ୍ବରର ବିଜେବି ସ୍ୱୟଂଶାସିତ କଲେଜ । ଏଥର ବିଜେପି କଲେଜ ରାଙ୍କ ୬ରେ ରହିଛି । ଏନେଇ ଟ୍ବିଟ୍ ଯୋଗେ ସୂଚନା ଦେଇଛି ଉଚ୍ଚଶିକ୍ଷା ବିଭାଗ ।
ଏହାମଧ୍ୟ ପଢନ୍ତୁ: ACF ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲା: ପତ୍ନୀ, ଡିଏଫଓ ଓ ରୋଷେୟାଙ୍କୁ ହାଜର ହେବାକୁ ସମନ
ରାଜ୍ୟର ନାମୀଦାମୀ ସ୍ୱୟଂଶାସିତ ମହାବିଦ୍ୟାଳୟର ତାଲିକା ପ୍ରକାଶ ପାଇଛି । ଟପ୍ 10 ମାନ୍ୟତାପ୍ରାପ୍ତ ସରକାରୀ ସ୍ୱୟଂଶାସିତ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡିକ ମଧ୍ୟରେ ପ୍ରଥମ ସ୍ଥାନରେ ରହିଛି କଟକର ଶୈଳବାଳା ମହିଳା ସ୍ୱୟଂଶାସିତ କଲେଜ । ଏହାପଛକୁ ଦ୍ବିତୀୟରେ ରହିଛି ପୁରୀର ସାମନ୍ତ ଚନ୍ଦ୍ର ଶେଖର ସ୍ୱୟଂଶାସିତ କଲେଜ । ଏହି କ୍ରମରେ ତୃତୀୟରେ ସ୍ଥାନରେ ଢେଙ୍କାନାଳ ସ୍ୱୟଂଶାସିତ କଲେଜ, ଚତୁର୍ଥରେ ବାଲେଶ୍ବରର ଫକୀର ମୋହନ ସ୍ୱୟଂଶାସିତ କଲେଜ, ପଞ୍ଚମରେ ପୁରୀର ନିମାପଡା ସ୍ୱୟଂଶାସିତ କଲେଜ, ଷଷ୍ଠରେ ବ୍ରହ୍ମପୁରର ଏସବିଆରଜି ସ୍ୱୟଂଶାସିତ କଲେଜ ଓ ବିଜେବି ସ୍ୱୟଂଶାସିତ କଲେଜ, ସପ୍ତମରେ କଳାହାଣ୍ଡି ସରକାରୀ ସ୍ୱୟଂଶାସିତ କଲେଜ, ଅଷ୍ଟମରେ ମୟୂରଭଞ୍ଜର ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ କଲେଜ, ନବମରେ କେନ୍ଦୁଝରର ଧରଣୀଧର ସ୍ୱୟଂଶାସିତ କଲେଜ ଓ ଦଶମରେ ରାଉରକେଲା ସରକାରୀ ସ୍ୱୟଂଶାସିତ କଲେଜ ରହିଛି ।
ଏହାମଧ୍ୟ ପଢନ୍ତୁ: ଚାରିଟି ଟ୍ରଷ୍ଟ ଆଳରେ କଳାରୁ ଧଳା ହେଉଥିଲା ଠକେଇ ଟଙ୍କା, ଅନଲାଇନ ପଞ୍ଜି ସ୍କାମରେ ଆଉ ଜଣେ ଗିରଫ