ଓଡିଶା

odisha

ରାଜଧାନୀର ଡ୍ୟାନ୍ସ ବାର୍‌ରେ ଅନୈତିକ କାର୍ଯ୍ୟ, ଆଗରେ ବାର୍‌ ଭିତରେ ଦେହ ବ୍ୟବସାୟ

By

Published : Dec 11, 2022, 6:31 PM IST

Updated : Dec 11, 2022, 7:48 PM IST

ରଙ୍ଗୀନ ଆଲୁଅରେ କଳା କାରନାମା । ଆଗରେ ବାର୍‌ ଭିତରେ ଦେହ ବେପାର । ରାଜଧାନୀ ଭୁବନେଶ୍ବରରେ ସେକ୍ସ ରାକେଟର ନୂଆ ଟ୍ରେଣ୍ଡ । ଡ୍ୟାନ୍ସ ବାର୍‌ (Dance bar)ଆଳରେ ଚାଲିଛି ଦେହ ବ୍ୟବସାୟ । ଦେଖନ୍ତୁ ଇଟିଭି ଭାରତର ଏହି ସ୍ବତନ୍ତ୍ର ରିପୋର୍ଟ

ରାଜଧାନୀର ଡ୍ୟାନ୍ସ ବାର୍‌ରେ ଅନୈତିକ କାର୍ଯ୍ୟ, ଆଗରେ ବାର୍‌ ଭିତରେ ଦେହ ବ୍ୟବସାୟ
ରାଜଧାନୀର ଡ୍ୟାନ୍ସ ବାର୍‌ରେ ଅନୈତିକ କାର୍ଯ୍ୟ, ଆଗରେ ବାର୍‌ ଭିତରେ ଦେହ ବ୍ୟବସାୟ

ରାଜଧାନୀର ଡ୍ୟାନ୍ସ ବାର୍‌ରେ ଅନୈତିକ କାର୍ଯ୍ୟ, ଆଗରେ ବାର୍‌ ଭିତରେ ଦେହ ବ୍ୟବସାୟ

ଭୁବନେଶ୍ବର: ସାମନାକୁ ଆସିଲା ବାର ମାଲିକଙ୍କ କଳାଫର୍ଦ୍ଦ । ଡ୍ୟାନ୍ସ ବାର୍‌ ଆଳରେ ଚଲାଇଛନ୍ତି ଦେହ ବ୍ୟବସାୟ । ଆଗରେ ବାର୍‌ ଆଉ ଭିତରେ ଚାଲିଛି ଅନୈତିକ କାର୍ଯ୍ୟ (Illegal work in dance bar ) । ସିକ୍ରେଟ ଚାମ୍ବରରେ ଚାଲୁଛି କାରବାର । ପୋଲିସ କି ଅବକାରୀ ପାଖରେ ନାହିଁ ସୁରାକ । ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଗ୍ରାହକଙ୍କ ଭିଡ଼ ଜମୁଥିବା ବେଳେ ଗ୍ରାହକଙ୍କୁ ସୁବିଧା ଯୋଗାଇ ମାଲିକ ହେଉଛନ୍ତି ମାଲେମାଲ । ଜଣେ ବାର ମାଲିକଙ୍କ ବିରୋଧରେ ଖୋଦ ବାର ମ୍ୟାନେଜର କମିଶନନରେଟ ପୋଲିସର ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିବା ପରେ ରାଜଧାନୀରେ ଦେହ ବ୍ୟବସାୟର ଏପରି କିଛି କାରନାମା ଏବେ ସାମ୍ନାକୁ ଆସିଛି ।

ରାଜଧାନୀରେ ଡ୍ୟାନ୍ସ ବାର ଆଳରେ ଏମିତି ଚାଲିଛି ଦେହ ବ୍ୟବସାୟ । ବାର ଲାଇସେନ୍ସ ନେଇ ଦେହ ବ୍ୟବସାୟ ଚଳାଇଛନ୍ତି କିଛି ବାର ମାଲିକ । ମାନୁ ନାହାନ୍ତି ଏକସାଇଜ କି ପୋଲିସର ନିୟମ । ନିୟମକୁ ବେଖାତିର କରି ନିଜ ପତି ଆରାରରେ ଚଳାଇଛନ୍ତି ଏଭଳି କାରବାର । ରାତି ବଢିଲେ ବାର୍‌ରେ ବଢେ ଗ୍ରାହକଙ୍କ ଭିଡ଼ । ବାର ଗାର୍ଲଙ୍କ ମଧ୍ୟରୁ ଯିଏ ଆସେ ପସନ୍ଦ ତାକୁ ଦିଆଯାଏ ସିଗ୍ନାଲ । ଗ୍ରାହକଙ୍କ ପସନ୍ଦ ବାର୍‌ ଗାର୍ଲ୍ ସହ ବିତାଇଥାନ୍ତି ସମୟ । ରେଟ୍ ଫିକ୍ସ କରିଥାନ୍ତି ବାର୍‌ ମାଲିକ ଓ ତାଙ୍କ ଲୋକ। ବାରଗାର୍ଲ୍ ବିରୋଧ କଲେ ବି ମାଲିକ ଦେଇଥାଏ ଧମକ । ଚାକିରି ଆଳରେ ଶେଷରେ ବାର୍‌ ଗାର୍ଲ୍ ଶୋଷଣର ଶିକାର ହେଉଥିବା ଅଭିଯୋଗ ହୋଇଛି ।

ରାଜଧାନୀରେ ଏବେ ଏମିତି ଢଙ୍ଗରେ ଚାଲିଛି ଦେହ ବ୍ୟବସାୟ । ସୁପ୍ରିମକୋର୍ଟରେ ଦେହଜୀବୀଙ୍କ ପାଇଁ ଅନୁମତି ମିଳିବା ପରେ ଏହାର ଫାଇଦା ନେଉଛନ୍ତି ଏଭଳି ସେକ୍ସ ରାକେଟ ଚଲାଇଥିବା ବାର୍‌ ମାଲିକ । ହେଲେ ବାର ଗାର୍ଲଙ୍କୁ ଏପରି ଶୋଷଣ ଏବେ ପଦାରେ ପଡ଼ିଛି । ସୂଚନା ଅନୁସାରେ ଏନେଇ ରାତି ଅଧିଆ ପୋଲିସ ଓ ଅବକାରୀ ଟିମ୍ ଚଢାଉ କରୁଛନ୍ତି । ହେଲେ ବାର୍‌ ମାଲିକଙ୍କ ଧୁସର ନୋଟରେ ସବୁକିଛି ଚାଲୁଥିବା ଚର୍ଚ୍ଚା ହେଉଛି ।

ଏହା ବି ପଢନ୍ତୁ- ରାଜଧାନୀରେ ବଙ୍ଗଳା ଦେହଜୀବୀ ସକ୍ରିୟ, ବେଧଡ଼କ ଚାଲୁଛି ଦେହ ବ୍ୟବସାୟ !

ଭୁବନେଶ୍ବରରେ ୨୦୨୨ରୁ ଏଯାବତ ସେକ୍ସ ରାକେଟ କାରବାର ଠାବ କରିପାରିନି କମିଶନରେଟ୍ ପୋଲିସ । ସେହିପରି ୨୦୨୧ ମସିହାରେ ସହିଦ ନଗର, ଲକ୍ଷ୍ମୀସାଗର ବୁଦ୍ଧେଶ୍ବରୀ କଲୋନିରେ ଧରାପଡିଥିଲା ସେକ୍ସ ରାକେଟ । ସେତେବେଳେ ସାମ୍ନାକୁ ଆସିଥିଲା ହୋମ ସର୍ଭିସର ସେକ୍ସ ରାକେଟ । ସେହିପରି ବଙ୍ଗଳା ଯୁବତୀ ନକଲି ଆଧାର କାର୍ଡରେ କିପରି ସେକ୍ସ ରାକେଟର ନେଟୱର୍କ ଚାଲିଥିଲା ତାହାର ନଜିର ମଧ୍ୟ ୨୦୧୯ ମସିହାରେ ସାମ୍ନାକୁ ଆଣିଥିଲା ଏସଟିଏଫ୍ ଟିମ ।

ସେହି ସମୟରେ ୧୫ରୁ ୧୯ ବଙ୍ଗଳା ଯୁବତୀ ଧରାପଡିବା ସହ ସର୍ଟ ଷ୍ଟେ ହୋମରେ ଥିବା ବେଳେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଖସିଯାଇଥିଲେ । ତେବେ ସୁପ୍ରିମକୋର୍ଟର ନୂଆ ଅନୁମତି ପରେ ଏବେ ଆଖିବୁଜି ଦେଇଛି ପୋଲିସ । ସେକ୍ସ ରାକେଟ ବିଭିନ୍ନ ଆଳରେ ନୂଆ ଟ୍ରେଣ୍ଡରେ ଚାଲୁଥିଲେ ମଧ୍ୟ ନିୟମର ଆଳରେ ପୋଲିସ ଚୁପ ବସିଛି । ଯାହାର ଜ୍ବଳନ୍ତ ଉଦାହରଣ ହେଉଛି ଚଳିତ ୨୦୨୨ରେ ଗୋଟିଏ ବି ଏଭଳି ଘଟଣା ସାମ୍ନାକୁ ଆଣି ପାରିନାହିଁ ପୋଲିସ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Dec 11, 2022, 7:48 PM IST

ABOUT THE AUTHOR

...view details