ଭୁବନେଶ୍ବର: ଆକ୍ଟିଭ ମୋଡରେ କମିସନରେଟ ପୋଲିସ । ହକି ବିଶ୍ବକପ ଓ ନୂଆବର୍ଷକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜଧାନୀର ବିଭିନ୍ନ ଜାଗାରେ ରେଡ ମାରିଛି ପୋଲିସ । ବିଶ୍ବସ୍ତ ସୂତ୍ରରୁ ଦେହ ବ୍ୟବସାୟ ଖବର ପାଇ ଚଢାଇ କରିଥିଲା ଡିସିପିଙ୍କ ଟିମ । ମଞ୍ଚେଶ୍ବର ଥାନା ଚକେଇଶିଆଣି ବସ୍ତିରେ ହୋଇଛି ରେଡ କରାଯାଇଛି । ରେଡ ବେଳେ କିଛି ଯୁବତୀଙ୍କ ଜରିଆରେ ଗୋଲଖ ଧନ୍ଦା ଚଳାଉଥିବା ମାଷ୍ଟର ମାଇଣ୍ଡକୁ ଠାବ କରିଛି ପୋଲିସ । ତିନି ଜଣ ଗ୍ରାହକଙ୍କୁ ଥାନାରେ ଅଟକ ରଖିବା ସହ ୪ଜଣ ମହିଳାଙ୍କୁ ଉଦ୍ଧାର କରାଯାଇଛି ।
ସେଠାରେ ଦୀର୍ଘଦିନ ଧରି ସେକ୍ସ ରାକେଟ ଚଳାଉ ଥିଲେ ଜଣେ ଦଲାଲ । ଏନେଇ ଅନେକ ଥର ମହେଶ୍ବର ଥାନାକୁ ସ୍ଥାନୀୟ ଲୋକେ ଜଣାଇଥିଲେ । ହେଲେ ପୋଲିସ ଏହାକୁ କର୍ଣ୍ଣପାତ କରିନଥିଲା । ପରବର୍ତ୍ତୀ ସମୟରେ ଅନ୍ୟ କୌଣସି ଥାନାଧିକାରୀଙ୍କ ଜରିଆରେ ସେକ୍ସ ରାକେଟ ବାବଦରେ ଖବର ମିଳିବା ପରେ ଆକ୍ସନ ମୋଡରେ ଆସିଥିଲା ଡିସିପିଙ୍କ ସ୍ପେଶାଲ ଟିମ । ଏହା ପରେ ମଞ୍ଚେଶ୍ବର ଥାନା ଚକେଇଶିଆଣି ବସ୍ତିରେ ଅଚାନକ ଚଢାଉ କରାଯାଇଥିଲା ।
ଏହା ବି ପଢନ୍ତୁ...ରାଜଧାନୀରେ ବଙ୍ଗଳା ଦେହଜୀବୀ ସକ୍ରିୟ, ବେଧଡ଼କ ଚାଲୁଛି ଦେହ ବ୍ୟବସାୟ !