ଓଡିଶା

odisha

ETV Bharat / state

ଖବର ବାଜିଲା ପୋଲିସ ଚେତିଲା, ରାଜଧାନୀରେ ସେକ୍ସ ରାକେଟ ଠାବ

ଲିଙ୍ଗରାଜ ଥାନା ନାଗେଶ୍ବର ଟାଙ୍ଗିରେ ରେଡ ବେଳେ ସେକ୍ସ ରାକେଟ ଠାବ କରିଛି ପୋଲିସ । ଅଧିକ ପଢନ୍ତୁ

By

Published : Mar 17, 2023, 1:41 PM IST

sex racket busted in bhubaneswar
sex racket busted in bhubaneswar

ଭୁବନେଶ୍ବର: ରାଜଧାନୀରେ ସେକ୍ସ ରାକେଟ ଠାବ । ଲିଙ୍ଗରାଜ ଥାନା ନାଗେଶ୍ବର ଟାଙ୍ଗିରେ ରେଡ ବେଳେ ସେକ୍ସ ରାକେଟ ଠାବ କରିଛି ପୋଲିସ । ତେବେ କିଛି ଦିନ ତଳେ ଦେହ ବ୍ୟବସାୟୀଙ୍କ ଗୋଷ୍ଠୀସଂଘର୍ଷ ପରେ ଚେତିଛି ପୋଲିସ । ଏନେଇ ରାଜଧାନୀରେ ସେକ୍ସ ରାକେଟ ଉପରେ ରେଡ ମାରିଛି ପୋଲିସ୍ । ପୂର୍ବରୁ ଓଲ୍ଡଟାଉନ ଅଞ୍ଚଳରେ ଦେହବ୍ୟବସାୟୀ ଇବ୍ରାହିମ ଲିଙ୍କରେ ଖୁଲାସା ହୋଇଥିଲା । ଏନେଇ ପୋଲିସ ସନ୍ଦେହ କରି ଲିଙ୍ଗରାଜ ଥାନା ନିକଟରେ ରେଡ ବେଳେ ଏକ ସେକ୍ସ ରାକେଟ ଠାବ କରିଛି ପୋଲିସ । ଘଟଣାସ୍ଥଳରେ ଜଣେ ରୂପଜୀବୀକୁ ଉଦ୍ଧାର କରିବା ସହ 3 ଜଣଙ୍କୁ ଗିରଫ କରିଛି ପୋଲିସ ।

ସେପଟେ ଅଭିଯୁକ୍ତ ଏକ ଭଡ଼ା ଘରେ ଦେହ ବ୍ୟବସାୟ ଚଲାଇଥିବା ବେଳେ ପୋଲିସ ଚଢାଉ କରିଥିଲା । ଏଥିସହ ସେଠାକୁ ଆସିଥିବା ଗ୍ରାହକଙ୍କ ୩ ମୋଟର ସାଇକେଲ ସହ ୭ଟି ମୋବାଇଲ ଫୋନ ଓ ୭୫୦୦ଟଙ୍କା ଜବତ କରିଛି ପୋଲିସ । ସେହିପରି କିଛି ଆପତ୍ତିଜନକ ସାମଗ୍ରୀ ସହ ୪ଟି ଲାଇବ୍ରେରୀ ସହ ଗୋଟିଏ ଲାପଟପ୍ ଜବତ କରାଯାଇଛି ।

ପୋଲିସ ସୂଚନା ମୁତାବକ, ଜବତ ଡାଏରୀରୁ ଅନେକ କଣ୍ଟାକ୍ଟ ନମ୍ବର ମିଳିଥିବା ବେଳେ ଯାହାକୁ ନେଇ ପୋଲିସ ସନ୍ଦେହ କରୁଛି ଯେ ଏହା କିଛି ଦଲାଲ ଓ ରୂପଜୀବୀଙ୍କ ନମ୍ବର ହୋଇପାରେ । ଯାହାକୁ ନେଇ ଟ୍ରାକ କରି ହୁଏତ ବଡ଼ ସେକ୍ସ ରାକେଟର ଖୁଲାସା ହୋଇପାରେ । ତେବେ ଅନଲାଇନ ଜରିଆରେ ପ୍ରଥମେ ଯୁବତୀଙ୍କ ଫଟୋ ପଠାଇ ଗ୍ରାହାକଙ୍କୁ ଆକୃଷ୍ଟ କରାଯାଉଥିଲା । ପରେ ଯୁବତୀଙ୍କ ଅନୁସାରେ ‌ରେଟ ଫିକ୍ସ ହେଉଥିଲା ଏବଂ ସେହି ଆଧାରରେ ଗ୍ରାହକ ନିର୍ଦ୍ଦିଷ୍ଟ ଜାଗାରେ ପହଞ୍ଚି ଯାଉଥିଲେ । ସେପଟେ ଉଦ୍ଧାର ହୋଇଥିବା ମହିଳା ଜଣକ ଇବ୍ରାହିମ୍ ଗ୍ୟାଙ୍ଗର କି ନାହିଁ ସେ ନେଇ ତଦନ୍ତ କରୁଛି ପୋଲିସ ।

ଅନ୍ୟପଟେ ମଞ୍ଚେଶ୍ବର ଥାନା ଅଞ୍ଚଳରୁ ମଧ୍ୟ ଏକ ଜୁଆ ଆଡ୍ଡା ଠାବ କରିଥିବା ବେଳେ ୫ ଜଣଙ୍କୁ ଅଟକ ରଖିଛି ପୋଲିସ୍ । ସେମାନଙ୍କ ଠାରୁ ୪ ଲକ୍ଷ ୪୦ ହଜାର ଟଙ୍କା ଓ 2 ଚକିଆ ଓ 4 ଚକିଆ କାର ମଧ୍ୟ ଜବତ କରିଛି ପୋଲିସ । ତେବେ ଜୁଆ ପାଇଁ ବ୍ୟବହୃତ ହେଉଥିବା ଷ୍ଟ୍ରାଇକର ବା କାସିନୋ ଗୋଟି ମଧ୍ୟ ଜବତ କରାଯାଇଛି । ଏନେଇ କିଛି ଦିନ ତଳେ ରାଜଧାନୀରେ ଦେହବ୍ୟବସାୟ ଓ ଜୁଆ ଆଡ୍ଡା ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ନେଇ ଖବର ପ୍ରସାର ହୋଇଥିଲା । ଯାହାକୁ ନେଇ କ୍ୟାପିଟାଲ ଥାନା ପୋଷ୍ଟମର୍ଟମ ଓ୍ବାର୍ଡ ପଛପଟେ ଏକ କାରରେ କାଚ ଭାଙ୍ଗିବା ସହ ଦେହବ୍ୟବସାୟୀଙ୍କ ଉପରକୁ ଆକ୍ରମଣ ହୋଇଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ସେମାନଙ୍କୁ ଛାଡି ଦେଇଥିଲା । ତେବେ କିଭଳି ନୂଆ ଟ୍ରେଣ୍ଡରେ ଦେହ ବ୍ୟବସାୟ ଅପରେଟ ହେଉଛି ଏନେଇ ଖବର‌ପ୍ରସାରଣ ପରେ ପୋଲିସ ତତ୍ପର ହୋଇ ଏକ କାଳୀନ ଭାବେ ଲିଙ୍ଗରାଜ ଥାନା ଅଞ୍ଚଳରୁ ସେକ୍ସ ରାକେଟ ସହ ମଚେଶ୍ବର ଥାନା ଅଞ୍ଚଳରୁ ଜୁଆ ଆଡ୍ଡା ଠାବ କରିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details