ଓଡିଶା

odisha

ETV Bharat / state

ଗାଁ ଦାଣ୍ଡରେ ଭାସୁଛି ନର୍ଦ୍ଦମା ପାଣି, ଲୋକେ ହନ୍ତସନ୍ତ

ନର୍ଦ୍ଦମା ପାଣିରେ ଭାସୁଛି ଗାଁ ଦାଣ୍ଡ । ହନ୍ତସନ୍ତ ହେଉଛନ୍ତି ଗ୍ରାମବାସୀ । ବାରମ୍ବାର ପ୍ରଶାସନିକ ଅଧିକାରୀଙ୍କୁ ଜଣାଇଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ...

By

Published : May 10, 2020, 12:20 PM IST

Sewage water is floating in the village streets
ଗାଁ ଦାଣ୍ଡରେ ଭାସୁଛି ନର୍ଦ୍ଦମା ପାଣି, ଲୋକେ ହନ୍ତସନ୍ତ

ଖୋର୍ଦ୍ଧା: ନର୍ଦ୍ଦମା ପାଣିରେ ଭାସୁଛି ଗାଁ ଦାଣ୍ଡ । ହନ୍ତସନ୍ତ ହେଉଛନ୍ତି ଗ୍ରାମବାସୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଆରିକମା ଗ୍ରାମରେ । ପୂର୍ବରୁ ଥିବା ଡ୍ରେନ ପୋତି ହୋଇଯିବାରୁ ଏବେ ଗାଁ ଦାଣ୍ଡରେ ଲହଡି ମାରୁଛି ନର୍ଦ୍ଦମା ପାଣି । ଏଥିଯୋଗୁ ମଶାମାଛିଙ୍କ ବଂଶବୃଦ୍ଧି ହେବାରେ ଲାଗିଛି । ଫଳରେ ଲୋକମାନେ ବହୁ ରୋଗର ଶିକାର ହେଉଛନ୍ତି । ଏଥିପାଇଁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।

ଗାଁ ଦାଣ୍ଡରେ ଭାସୁଛି ନର୍ଦ୍ଦମା ପାଣି, ଲୋକେ ହନ୍ତସନ୍ତ

ଏ ସମ୍ପର୍କରେ ବାରମ୍ବାର ପ୍ରଶାସନିକ ଅଧିକାରୀଙ୍କୁ ଜଣାଇଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details