ଭୁବନେଶ୍ବର: ପ୍ରଚଣ୍ଡ ଖରାରେ ଜଳୁଛି ସାରା ଓଡ଼ିଶା । ଡହଡହ ଖରାରେ ସନ୍ତୁଳି ହେଉଛନ୍ତି ଓଡ଼ିଶାବାସୀ । ଧୀରେଧୀରେ ଏହାର ପ୍ରକୋପ ଅନୁଭୂତ ହେବାରେ ଲାଗିଛି । ପ୍ରଚଣ୍ଡ ଅଗ୍ନିବର୍ଷାରେ ଜଳୁଛି ରାଜଧାନୀ । ୮ଟା ପରେ ଘରୁ ବାହାରିବା ଅସମ୍ଭବ ହୋଇପଡିଛି । ଝାଞ୍ଜି ମାଡକୁ ନେଇ ଅସହ୍ୟ ଗରମ ହେବା ସହ ଅସ୍ତବ୍ୟସ୍ତ ହେଲାଣି ଜନଜୀବନ । ପ୍ରଚଣ୍ଡ ରୌଦ୍ରତାପ ନେଇ ଆସନ୍ତାକାଲିଠୁ(ଶୁକ୍ରବାର) ୧୫ ତାରିଖ ପର୍ଯ୍ୟନ୍ତ ହିଟ୍ୱେଭ୍ ଜାରି ରହିବା ନେଇ ଆକଳନ କରିଛି ପାଣିପାଗ ବିଭାଗ । କାଲି(ଶୁକ୍ରବାର) ପାଇଁ ହିଟ୍ ୱେଭ୍ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହି ସବୁ ଜିଲ୍ଲା ଗୁଡ଼ିକ ହେଲା ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ଵର ।
ସେହିପରି ୧୪ ତାରିଖରେ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ଏହିସବୁ ଜିଲ୍ଲାଗୁଡ଼ିକ ହେଲା ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ଵର, ସମ୍ବଲପୁର, ଅନୁଗୁଳ ଓ ଦେଓଗଡ । ସେହିପରି ୧୫ ତାରିଖରେ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଜିଲ୍ଲାଗୁଡ଼ିକ ହେଲା ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର, ବାଲେଶ୍ବର, ସମ୍ବଲପୁର, ଦେବଗଡ, ସୋନପୁର ଓ ବୌଦ୍ଧ ।
ଅଧିକ ପଢ଼ନ୍ତୁ: ମରିଗଲା ମଣିଷପଣିଆ, ଚୋର ସନ୍ଦେହରେ ପିିଟିପିଟି ନେଇ ଗଲେ ଜୀବନ