ଭୁବନେଶ୍ବର:ଓସିସିଏସ ପ୍ରଶ୍ନପତ୍ରରେ ସାଂଘାତିକ ତ୍ରୁଟି । ପ୍ରଶ୍ନପତ୍ରରେ ଓଡ଼ିଆ ଭାଷାକୁ କଦର୍ଯ୍ୟ କରି ଲେଖା ଯାଇଛି। ଇଂରାଜୀ ଭାଷାକୁ ଟ୍ରାନ୍ସଲେଟ କରି ଓଡିଆରେ ପ୍ରଶ୍ନ ପ୍ରସ୍ତୁତ କରାଯାଇଛି । ଆକାଉଣ୍ଟାଣ୍ଟ ପରୀକ୍ଷା ପାଇଁ ଓସିସିଏସ ପ୍ରଶ୍ନପତ୍ରରେ ଓଡିଆ ଅନୁବାଦର ତ୍ରୁଟି ହୋଇଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଆଣିଛନ୍ତି ଓଡିଶା ଷ୍ଟାଫ ସିଲେକ୍ସନ କମିଶନ ବା OSSC ପରୀକ୍ଷା ଦେଉଥିବା ଆଶାୟୀ । ଏନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛିନ୍ତି ବିରୋଧୀ ।
ଏହା ବି ପଢନ୍ତୁ...ଆମ୍ବ ଗୋଟାଇବାକୁ ଯାଇଥିଲେ 2 ମହିଳା, କଚାଡି ମାରିଲା ଦନ୍ତା
ରବିବାର ଓଏସଏସସି ପକ୍ଷରୁ ଆକାଉଣ୍ଟାଣ୍ଟ 65 ପଦ ପାଇଁ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ପ୍ରାୟ 50 ହଜାରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ଏଥିରେ ପ୍ରସ୍ତୁତ ପ୍ରଶ୍ନପତ୍ରରେ ସମସ୍ୟା ଦେଖା ଦେଇଛି । ବିଶେଷ କରି ଓଡିଆ ଭାଷାରେ ପ୍ରଶ୍ନପତ୍ର ଚୟନ କରିଥିବା ଆଶାୟୀଙ୍କୁ ପ୍ରଶ୍ନ ପଢି ବୁଝିବା କଷ୍ଟକର ହୋଇଥିଲା । ସମସ୍ତ ପ୍ରଶ୍ନ ଇଂରାଜୀ ଭାଷାରୁ ଓଡିଆକୁ ଅନୁବାଦ ହୋଇଥିବା ଅଭିଯୋଗ କରିଛନ୍ତି ପରୀକ୍ଷାର୍ଥୀ । ଗୁଗୁଲ ଟ୍ରାନ୍ସଲେଟ ଜରିଆରେ ଇଂରାଜୀ ପ୍ରଶ୍ନ ଗୁଡିକୁ ଅନୁବାଦ କରାଯାଇଥିବା ଦେଖିବାକୁ ମିଳିଛି । ଓଡିଆରେ ତିଆରି ପ୍ରଶ୍ନ ପରୀକ୍ଷାର୍ଥୀଙ୍କୁ ଚକିତ କରିଥିଲା । ପରୀକ୍ଷାର୍ଥୀଙ୍କୁ ପ୍ରଶ୍ନପତ୍ର ବୁଝିବା ଓ ପଢିବା ନେଇ ସମସ୍ୟା ସୃଷ୍ଟି ହୋଇଥିଲା । ପ୍ରଶ୍ନପତ୍ର ପ୍ରସ୍ତୁତ ପୂର୍ବରୁ OSSCର କୌଣସି ଅଧିକାରୀ ଏହାକୁ ତଦାରଖ ବି କରିନାହାନ୍ତି । ଯାହା ଫଳରେ ସମସ୍ତ ପ୍ରଶ୍ନରେ ସବୁ ଲେଖା ଭୁଲ୍ ରହିଛି । ଓଏସଏସସି ଭଳି ସଂସ୍ଥା ଏପରି ପ୍ରଶ୍ନପତ୍ର ପ୍ରସ୍ତତ କରୁଛନ୍ତି ତେବେ କେନ୍ଦ୍ରୀୟ ସଂସ୍ଥାଠୁ କଣ ଆଶା କରିବେ ବୋଲି କ୍ଷୋଭ ପ୍ରକାଶ କରିଛନ୍ତି ପରୀକ୍ଷାର୍ଥୀ ।