ଓଡିଶା

odisha

By

Published : Dec 16, 2022, 10:58 PM IST

ETV Bharat / state

Dec 17 to 26: କଟକ-ପାରାଦୀପ ସେକ୍ସନରେ ପ୍ରଭାବିତ ହେବ ଟ୍ରେନ ସେବା

ଆସନ୍ତାକାଲି (ଡିସେମ୍ବର 17) ରୁ 26 ମଧ୍ୟରେ କଟକ-ପାରାଦୀପ ରେଳ ସେକ୍ସନରେ ପ୍ରଭାବିତ ହେବ ଟ୍ରେନ ସେବା । ଅଧିକ ପଢନ୍ତୁ

Etv Bharat
Etv Bharat

ଭୁବନେଶ୍ବର: ଆସନ୍ତାକାଲି (ଡିସେମ୍ବର 17) ରୁ 26 ମଧ୍ୟରେ କଟକ-ପାରାଦୀପ ରେଳ ସେକ୍ସନରେ ପ୍ରଭାବିତ ହେବ ଟ୍ରେନ ସେବା । ଡିସେମ୍ବର 17 ରୁ 26 ମଧ୍ୟରେ ପାରାଦୀପ ଷ୍ଟେସନ ଠାରେ ନିରାପତ୍ତା ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ କଟକ-ପାରାଦୀପ ରେଳ ସେକ୍ସନରେ ପ୍ରଭାବିତ ହେବ ଟ୍ରେନ ସେବା । ଯାହା 5 ଟି ଟ୍ରେନ ବାତିଲ କରାଯାଇଛି । ଟ୍ରେନ ବାତିଲ ଡିସେମ୍ବର 18 ଏବଂ 25 ରେ ବିଶାଖାପାଟନମ ରୁ ଛାଡିବାକୁଥିବା 22810 ବିଶାଖାପାଟନମ-ପାରାଦୀପ ଏକ୍ସପ୍ରେସ ବାତିଲ ରହିବ । ଡିସେମ୍ବର 19 ଏବଂ 26 ତାରିଖରେ ପାରାଦୀପରୁ ଛାଡିବାକୁଥିବା 22809 ପାରାଦୀପ-ବିଶାଖାପାଟନମ ଏକ୍ସପ୍ରେସ ବାତିଲ ରହିବ।

ଉଭୟ ପାର୍ଶ୍ବରୁ 17 ରୁ 26 ଡିସେମ୍ବର 2022 ମଧ୍ୟରେ ବାତିଲ ହେବାକୁଥିବା ଟ୍ରେନ :18414/18413 ପୁରୀ-ପାରାଦୀପ-ପୁରୀ ଏକ୍ସପ୍ରେସ। 08445/08446 କଟକ-ପାରାଦୀପ-କଟକ ମେମୂ । 08407/08408 କଟକ-ପାରାଦୀପ-କଟକ ପାସେଞ୍ଜର ସ୍ପେଶାଲ ଟ୍ରେନ ଆଦି ବାତିଲ ରହିଥିବା ନେଇ ରେଳ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହି ମାର୍ଗରେ ଯିବାକୁ ଥିବା ଯାତ୍ରୀ ମାନେ ଯାତ୍ରା ପୂର୍ବରୁ ଟ୍ରେନ ସମ୍ପର୍କରେ ସଠିକ ସୂଚନା ସଂଗ୍ରହ କରି ଯାତ୍ରା କରନ୍ତୁ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details