ଭୁବନେଶ୍ବର:ଦକ୍ଷିଣ ପୂର୍ବ ରେଳପଥ ଚକ୍ରଧରପୁର ରେଳ ମଣ୍ଡଳ ଅନ୍ତର୍ଗତ ବାମରା ଏବଂ ଧରୁଆଡିହ ଷ୍ଟେସନ ମଧ୍ୟରେ ଚାଲିଛି ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ। ଏନେଇ ଦୃଷ୍ଟିରେ ପୂର୍ବତଟ ରେଳପଥକୁ ଆସୁଥିବା ଏବଂ ଏହାର ପରିସୀମାରୁ ଛାଡୁଥିବା ଟ୍ରେନଗୁଡିକ ଗୋଟିଏ ଦିନକ ପାଇଁ ପ୍ରଭାବିତ ହେଉଛି। ତେଣୁ ଏହି ରେଳ ମଣ୍ଡଳ ଦେଇ ଚଳାଚଳ କରୁଥିବା କିଛି ଟ୍ରେନ ବାତିଲ ହୋଇଥିବା ବେଳେ ଆଉ କିଛି ଆଂଶିକ ବାତିଲ କରାଯାଇଛି। ଏହା ସହ କିଛି ଟ୍ରେନ ର ମଧ୍ୟ ସମୟରେ ପରିବର୍ତ୍ତନ କରାଯାଇଛି।
ତେବେ ବାତିଲ ହେବାକୁ ଥିବା ଟ୍ରେନ ଗୁଡ଼ିକ ହେଲା:- 18125/18126 ରାଉରକେଲା-ପୁରୀ-ରାଉରକେଲା ଏକ୍ସପ୍ରେସ ଉଭୟ ପାର୍ଶ୍ୱରୁ 26 ତାରିଖ ଦିନ ବାତିଲ ହୋଇଛି। ସେହିପରି 8108 ଜଗଦଲପୁର-ରାଉରକେଲା ଇଣ୍ଟର ସିଟି ଏକ୍ସପ୍ରେସ ଜଗଦଲପୁରରୁ 25 ତାରିଖ ଦିନ ବାତିଲ ହୋଇଛି। ଅନ୍ୟପଟେ 18107 ରାଉରକେଲା-ଜଗଦଲପୁର ଇଣ୍ଟର ସିଟି ଏକ୍ସପ୍ରେସ ରାଉରକେଲାରୁ 26 ତାରିଖ ଦିନ ବାତିଲ କରାଯାଇଥିବା ବେଳେ 8118 ଗୁଣୁପୁର-ରାଉରକେଲା ରାଜ୍ୟରଣୀ ଏକ୍ସପ୍ରେସ ଗୁଣୁପୁରରୁ 25 ତାରିଖ ଦିନ ବାତିଲ ହୋଇଛି। ସେହିପରି 18117 ରାଉରକେଲା-ଗୁଣୁପୁର ରାଜ୍ୟରଣୀ ଏକ୍ସପ୍ରେସ ରାଉରକେଲାରୁ 26 ତାରିଖ ଦିନ ବାତିଲ କରାଯାଇଛି।
ଅନ୍ୟପଟେ କିଛି ଟ୍ରେନର ସମୟରେ ପରିବର୍ତ୍ତନ କରାଯାଇଛି। 25 ତାରିଖ ଦିନ ବାଙ୍ଗାଲୋରରୁ ଛାଡିବାକୁ ଥିବା 12836 ବାଙ୍ଗାଲୋର-ହଟିଆ ଏକ୍ସପ୍ରେସ 03 ଘଣ୍ଟା 45 ମିନିଟ ବିଳମ୍ବରେ ଛାଡିବ। ସେହିପରି 26 ତାରିଖ ଦିନ ସମ୍ବଲପୁରରୁ ଛାଡିବାକୁ ଥିବା 18311 ସମ୍ବଲପୁର-ବନାରସ ଏକ୍ସପ୍ରେସ 02 ଘଣ୍ଟା 45 ମିନିଟ ବିଳମ୍ବରେ ଛାଡିବ। ଏଥିସହ 25.04.2023 ଦିନ ଋଷିକେଶରୁ ଛାଡିବାକୁ ଥିବା 18478 ଯୋଗ ନାଗରୀ ଋଷିକେଶ-ପୁରୀ କଳିଙ୍ଗ ଉତ୍କଳ ଏକ୍ସପ୍ରେସ 03 ଘଣ୍ଟା 45 ମିନିଟ ବିଳମ୍ବରେ ଛାଡିବ।