ଭୁବନେଶ୍ବର:ବାମରା ଷ୍ଟେସନ୍ରେ ଏକ୍ସପ୍ରେସ୍ ରହଣି ଦାବିରେ ରେଳ ରୋକ ଦାବି କରି ଆନ୍ଦୋଳନ। ପୂର୍ବରୁ ରହୁଥିବା ଏକ୍ସପ୍ରେସ୍ ପୁନର୍ବାର ରହଣି ଦାବିରେ ଆନ୍ଦୋଳନ କରାଯାଇଛି। ବାମରା ରେଳ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସକାଳ ୬ରୁ ଆନ୍ଦୋଳନ କରାଯାଉଥିବା ବେଳେ ବର୍ତ୍ତମାନ ଟ୍ରେନ ଗୁଡ଼ିକ ଆଂଶିକ ବାତିଲ ହୋଇଛି ଆଉ କିଛି ଟ୍ରେନ୍ ଦିଗ ପରିବର୍ତ୍ତନ କରିଛି। ବାତିଲ ଟ୍ରେନଗୁଡିକ ହେଲା:1. 18125/18126 ଆଜି ରାଉରକେଲା-ପୁରୀ -ରାଉରକେଲା ଏବଂ ଆସନ୍ତାକାଲି ମଧ୍ୟ ପୁରୀରୁ ଟ୍ରେନ ବାତିଲ ରହିଛି। 2. 22839/22840 22 ତାରିଖରେ ଉଭୟ ଦିଗରୁ ରାଉରକେଲା-ଭୁବନେଶ୍ୱର-ରାଉରକେଲା ଇଣ୍ଟର ସିଟି ଏକ୍ସପ୍ରେସ ବାତିଲ ରହିଛି। 3. 18311 22 ତାରିଖ ରେ ସମ୍ବଲପୁର-ବାରାଣାସୀ ଏକ୍ସପ୍ରେସ ବାତିଲ ହୋଇଛି।
ଟ୍ରେନ ଗୁଡ଼ିକ ଆଂଶିକ ବାତିଲ୍: 1. 18005 ହାୱାଡ-ଜଗଦଲପୁର ସମଲେଶ୍ୱରୀ ଏକ୍ସପ୍ରେସ ରାଜଗଙ୍ଗପୁର ପର୍ଯ୍ୟନ୍ତ ଚାଲିବ। ରାଜଗଙ୍ଗପୁର ଏବଂ ଜଗଦଲପୁରରୁ ବାତିଲ ହୋଇ ରହିବ।
2. 18451 ହାଟିଆରୁ ହାଟିଆ-ପୁରୀ ତପସ୍ୱିନି ଏକ୍ସପ୍ରେସ ଆଜି ହାଟିଆ ପରିବର୍ତ୍ତେ ଝାରସୁଗୁଡ଼ା ଛାଡିବ। ହାଟିଆରୁ ଝାରସୁଗୁଡ଼ା ପର୍ଯ୍ୟନ୍ତ ଟ୍ରେନ ବାତିଲ ରହିବ । ଟ୍ରେନର ଡାଇଭର୍ସନ:01. 12834 ହାୱାଦ ରୁ ହାୱାଡା-ଅହମ୍ମଦାବାଦ ଏକ୍ସପ୍ରେସ ରାଉରକେଲା-ଚକ୍ରଧରପୁର- ନୟାଗଡ଼- କପିଲାସ ରୋଡ- ରାଜଥଗଡ-ଅନୁଗୁଳ- ସମ୍ବଲପୁର ସହର- ଝାରସୁଗୁଡ଼ା ରୋଡ- ରାଉରକେଲା- ଝାରସୁଗୁଡ଼ା ଦେଇ ଟ୍ରେନ ଚଳାଚଳ କରିବ। 02. 12262 ଆଜି ହାୱଡା-ମୁମ୍ବାଇ ଏକ୍ସପ୍ରେସ ଖଗଡପୁର-ଭଦ୍ରାକ-କପିଲାସ ରୋଡ- ଖଗଡପୁର- ଟାଟା- ରାଉରକେଲା- ଝାରସୁଗୁଡ଼ା ବଦଳରେ ଖଗଡପୁର-ଭଦ୍ରାକ- କପିଲାସ ରୋଡ ଦେଇ ଚାଲିବ। 03. 22511 LTT ମୁମ୍ବାଇ-କାମାକ୍ଷା ଏକ୍ସପ୍ରେସ ଝାରସୁଗୁଡ଼ା ରୋଡ-ସମ୍ବଲପୁର ସହର- ଅନୁଗୁଳ-ଭଦ୍ରାକ- ଖଗଡପୁର ଝରସୁଗୁଡ଼ା-ଟାଟା-ଖଗଡପୁର ବଦଳରେ ଚାଲିବ । 04. ପୁରୀ ରିଶିକେସ ଏକ୍ସପ୍ରେସ ଟ୍ରେନ ନୟାଗଡ଼ କପିଳାସ ରୋଡ, ଅନୁଗୁଳ, ସମ୍ବଲପୁର ସିଟି ଝାରସୁଗୁଡ଼ା ରୋଡ ଦେଇ ଚଳାଚଳ କରିବ।