ଓଡିଶା

odisha

ETV Bharat / state

ପ୍ରଶଂସା ସାଉଁଟୁଛି ମୋ ସ୍କୁଲ ଅଭିଯାନ, ମଡେଲ ଉପରେ ଅନ୍ୟ ରାଜ୍ୟର ନଜର - ପ୍ରଶଂସା ସାଉଁଟୁଛି ମୋ ସ୍କୁଲ ଅଭିଯାନ

ପ୍ରଶଂସା ସାଉଁଟୁଛି ‘ମୋ ସ୍କୁଲ’ ଅଭିଯାନ । ବୋଡୋଲ୍ୟାଣ୍ଡ ଟେରିଟୋରିଆଲ ରିଜିଅନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୋଦ ବୋରୋଙ୍କ ସହ ଏକ ଟିମ ମୋ କଲେଜ ଓ 5 ଟି ସ୍କୁଲର ରୂପାନ୍ତରିକରଣକୁ ପରିଦର୍ଶନ କରିଛନ୍ତି । ଅଧିକ ପଢନ୍ତୁ

ମୋ ସ୍କୁଲ ଅଭିଯାନ
mo college abhiyan

By

Published : May 3, 2023, 10:45 AM IST

ଭୁବନେଶ୍ବର:ଜାତୀୟସ୍ତରରେ ପ୍ରଶଂସା ସାଉଁଟୁଛି ଓଡିଶାର ‘ମୋ ସ୍କୁଲ’ ଅଭିଯାନ । ବିଭିନ୍ନ ରାଜ୍ୟର ଅଧିକାରୀ ଓଡିଶା ଗସ୍ତ କରି ଏହି ଯୋଜନାକୁ ଅନୁଧ୍ୟାନ କରୁଛନ୍ତି । ନିଜ ରାଜ୍ୟରେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ରୂପରେଖ ପ୍ରସ୍ତୁତ କରୁଛନ୍ତି । ପୂର୍ବରୁ ଆସାମ, ବିହାର, ଝାଡ଼ଖଣ୍ଡ ଓ ମଧ୍ୟପ୍ରଦେଶ ଆଦି ରାଜ୍ୟର ପ୍ରତିନିଧି ଓଡିଶା ଗସ୍ତ କରି ମୋ ସ୍କୁଲ ମଡେଲକୁ ଅନୁସରଣ କରିଛନ୍ତି । ଏପଟେ ବୋଡୋଲ୍ୟାଣ୍ଡ ଟେରିଟୋରିଆଲ ରିଜିଅନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୋଦ ବୋରୋଙ୍କ ସହ ଏକ ଟିମ ଓଡିଶା ଗସ୍ତରେ ରହିଛି । ଯାହା 3 ଦିନ ଧରି ଓଡିଶାର ଅନେକ ସ୍ଥାନରେ ଥିବା ମୋ ସ୍କୁଲ ଓ 5ଟି ସ୍କୁଲର ରୂପାନ୍ତରିକରଣକୁ ପରିଦର୍ଶନ କରିବା ସହ ଅନୁଧ୍ୟାନ କରିଛନ୍ତି ।

ଓଡ଼ିଶା ମଡେଲ ଉପରେ ଅନ୍ୟ ରାଜ୍ୟର ନଜର

ବୋଡୋଲ୍ୟାଣ୍ଡ ଟେରିଟୋରିଆଲ ଆଞ୍ଚଳିକ କ୍ଷେତ୍ରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୋଦ ବୋରୋ କହିଛନ୍ତି ଯେ, ''ରାଜ୍ୟ ସରକାରଙ୍କ ଏହି ଉଦ୍ୟମ ଶିକ୍ଷାନୁଷ୍ଠାନ ପ୍ରତି ପୁରାତନ ଛାତ୍ରଛାତ୍ରୀମାନଙ୍କୁ ଯୋଡ଼ିବାର ଏକ ଅଭିନବ ପ୍ରୟାସ । ନିଜ ଶିକ୍ଷାନୁଷ୍ଠାନର ବିକାଶ ପାଇଁ ପୁରାତନ ଛାତ୍ରଛାତ୍ରୀ ମାନେ ମିଶି କରି ନିଜ ଶିକ୍ଷାନୁଷ୍ଠା ଗୁଡ଼ିକର ଭିତ୍ତିଭୂମିକୁ ସଜାଡ଼ିବା ପାଇଁ ଆର୍ଥିକ ସହାୟତା ରାଶି ପ୍ରଦାନ କରୁଛନ୍ତି । ତେବେ ଏହି ମଡେଲ ବେଶ ଅନୁପ୍ରାଣିତ କରିଛି ।''

ଓଡ଼ିଶା ମଡେଲ ଉପରେ ଅନ୍ୟ ରାଜ୍ୟର ନଜର

ଅନ୍ୟପଟେ ଏହି ଅବସରରେ ଯାଜପୁର ଜିଲ୍ଲା ଦାନଗଦି ସ୍ଥିତ ବୁଢ଼ାରାଜା ସରକାରୀ ବିଦ୍ୟାପୀଠ ପରିଦର୍ଶନ କରି ଛାତ୍ରଛାତ୍ରୀ ଓ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ସହ କାର୍ଯ୍ୟକ୍ରମର ପ୍ରଭାବ ସମ୍ବନ୍ଧରେ ଆଲୋଚନା କରିଛନ୍ତି । ସ୍ମାର୍ଟ କ୍ଲାସ୍‌ରୁମ୍‌, ଇ-ଲାଇବ୍ରେରୀ, ସାଇନ୍ସ ଲ୍ୟାବ୍‌ ଆଦି ଅନୁଧ୍ୟାନ କରି ୫-‘ଟି’ ହାଇସ୍କୁଲ ରୂପାନ୍ତରୀକରଣରେ ହୋଇଥିବା ଡିଜିଟାଲ ରୂପାନ୍ତୀକରଣକୁ ପ୍ରଶଂସା କରିଛନ୍ତି ।

ଏହା ବି ପଢନ୍ତୁ...ହନିଟ୍ରାପ କୁଇନ ଅର୍ଚ୍ଚନା ନାଗ ମାମଲା, ମେ’ ୮ରେ ଶ୍ରଦ୍ଧାଞ୍ଜଳିଙ୍କୁ ହାଜର ହେବାକୁ ନିର୍ଦ୍ଦେଶ

ସୂଚନା ଅନୁଯାୟୀ, ମୋ ସ୍କୁଲ ଅଭିଯାନରେ ୩୦ ଲକ୍ଷରୁ ଅଧିକ ପୁରାତନ ଛାତ୍ରଛାତ୍ରୀ ଯୋଡ଼ି ହୋଇଛନ୍ତି । ଏନେଇ ସେମାନେ ୩୦୦ କୋଟିରୁ ଅଧିକ ଆର୍ଥିକ ଅନୁଦାନ ଦେଇ ଶିକ୍ଷାନୁଷ୍ଠାନର ଉନ୍ନତି କ୍ଷେତ୍ରରେ ବିକାଶ କରିଛନ୍ତି । ତେବେ ରାଜ୍ୟ ସରକାରଙ୍କ ଦୁଇଗୁଣା ଅର୍ଥ ରାଶି ମିଶାଇ ପ୍ରାୟ ୫୦ ହଜାର ସ୍କୁଲରେ ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି । ଓଡିଶାର ଏହି ଅଭିନବ ମଡେଲକୁ ସର୍ବଭାରତୀୟ ସ୍ତରରେ ଅନୁକରଣୀୟ ହୋଇଛି । ଏହି ମଡେଲ ଅନ୍ୟ ରାଜ୍ୟଙ୍କ ନଜରରେ ରହିଛି । ମୋ ସ୍କୁଲ ଅଭିଯାନ ଏକ ବ୍ୟାପକ ଚିନ୍ତାଧାରା ହୋଇଛି । ମୋ ସ୍କୁଲ ପରି ମୋ କଲେଜ ଅଭିଯାନ ମଧ୍ୟ ରହିଛି । ନିକଟରେ ସ୍କିଲକାର୍ଟ ସହ ମୋ କଲେଜ ଏମଓୟୁ ସ୍ବାକ୍ଷରିତ କରିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details