ଭୁବନେଶ୍ବର:ରାଜଧାନୀରେ ପଡିଛି ଘନ କୁହୁଡି । କୁହୁଡିର ଆସ୍ତରଣ ଯୋଗୁଁ ରାସ୍ତାଘାଟ ଠିକ୍ରେ ଆଖିକୁ ଦିଶୁନି । ଘନ କୁହୁଡି ଯୋଗୁଁ ଯାତାୟତରେ ସମସ୍ୟା ହେଉଥିବା ବେଳେ ବିମାନ ସେବା ମଧ୍ୟ ପ୍ରଭାବିତ ହୋଇଛି । ଆଜି ସକାଳ ସମୟରେ ଭୁବନେଶ୍ବର ସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବିମାନ ଚଳଚଳାରେ ବାଧା ଉପୁଜିଛି । ଦୃଶ୍ୟମାନ ଦୂରତା ୫୦ ମିଟରରୁ କମ୍ ଥିବା କାରଣରୁ ୪ଟି ବିମାନ ଅବତରଣ ବିଳମ୍ବିତ ହୋଇଛି(Several flights delayed due to dense fog) । ଏହାକୁ ନେଇ ବିମାନ ବନ୍ଦରରେ ଯାତ୍ରୀଙ୍କ ଭିଡ ଦେଖିବାକୁ ମିଳିଛି ।
ଭୁବନେଶ୍ବରରେ ଦିଶୁନି ରାସ୍ତା: ଘନ କୁହୁଡି ଯୋଗୁଁ ବିମାନ ସେବା ବାଧାପ୍ରାପ୍ତ - ଭୁବନେଶ୍ବରରେ ବିମାନ ସେବା ବାଧାପ୍ରାପ୍ତ
ରାଜଧାନୀ ଭୁବନେଶ୍ବରରେ ଘନ କୁହୁଡିର ଆସ୍ତରଣ । କୁହୁଡି ଯୋଗୁଁ ବିମାନ ସେବା ବାଧାପ୍ରାପ୍ତ(Several flights delayed due to dense fog) । ଅଧିକ ପଢନ୍ତୁ
![ଭୁବନେଶ୍ବରରେ ଦିଶୁନି ରାସ୍ତା: ଘନ କୁହୁଡି ଯୋଗୁଁ ବିମାନ ସେବା ବାଧାପ୍ରାପ୍ତ Several flights delayed at Bhubaneswar airport due to dense fog](https://etvbharatimages.akamaized.net/etvbharat/prod-images/768-512-17190276-thumbnail-3x2-fog.jpg)
ଭୁବନେଶ୍ବରରେ ଦିଶୁନି ରାସ୍ତା: ଘନ କୁହୁଡି ଯୋଗୁଁ ବିମାନ ସେବା ବାଧାପ୍ରାପ୍ତ
ଭୁବନେଶ୍ବରରେ ଦିଶୁନି ରାସ୍ତା: ଘନ କୁହୁଡି ଯୋଗୁଁ ବିମାନ ସେବା ବାଧାପ୍ରାପ୍ତ
ସୂଚନା ଅନୁଯାୟୀ, ରାଜ୍ୟରେ ଆହୁରି ପାରଦ ଖସିବ । ଅଧିକାଂଶ ଅଞ୍ଚଳରେ ଶୀତର ପ୍ରକୋପ ବଢିବ । ତେବେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡି ଦେଖିବାକୁ ମିଳିଛି । ଦୃଶ୍ୟମାନ ଦୂରତା ୫୦ ମିଟରରୁ କମ୍ ଥିବାକୁ ଯାତାୟତ ବାଧାପ୍ରାପ୍ତ ହୋଇଛି । ଏହାଯୋଗୁଁ ଭୁବନେଶ୍ବର ବିମାନ ବନ୍ଦରରେ ବିମାନ ଚଳାଚଳ ପ୍ରଭାବିତ ହୋଇଛି ।
Last Updated : Dec 13, 2022, 12:25 PM IST