ଓଡିଶା

odisha

ପୋଲିସ-ବିଜେପି ଯୁବମୋର୍ଚ୍ଚା ଖଣ୍ଡଯୁଦ୍ଧ: ଇରାଶିଷ ଆଚାର୍ଯ୍ୟଙ୍କ ସହ ୨୨କର୍ମୀ ଗିରଫ

By

Published : Mar 1, 2023, 10:08 AM IST

ନବ ଦାସ ହତ୍ୟାକାଣ୍ଡରେ ବିଜେପି ଯୁବମୋର୍ଚ୍ଚାର ବିଶାଳ ରାଲି ବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଥିଲା । ଏହି ଘଟଣାରେ କମିଶନରେଟ ପୋଲିସ ପକ୍ଷରୁ ଦୃଢ କାର୍ଯ୍ୟନୁଷ୍ଠାନ ନିଆଯାଇ ଇରାଶିଷ ଆଚାର୍ଯ୍ୟଙ୍କ ସହ ୨୨ଜଣ ବିଜେପି କର୍ମୀଙ୍କୁ ଗିରଫ କରାଯାଇଛି । ଅଧିକ ପଢନ୍ତୁ

BJP Yuva Morcha arrested
BJP Yuva Morcha arrested

BJP Yuva Morcha arrested

ଭୁବନେଶ୍ବର:ରାଜ୍ୟରେ ବପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ଏବଂ ନବଦାସ ହତ୍ୟା ପ୍ରସଙ୍ଗରେ ରାସ୍ତାରୁ ଓହ୍ଲାଇଥିଲା ବିଜେପି । ତେବେ ବିଧାନସଭା ଅଭିମୁଖେ ଧସେଇ ପଶୁଥିବା ବେଳେ ବିଜେପି ଯୁବ ମୋର୍ଚ୍ଚା ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଗାନ୍ଧୀମାର୍ଗ ରଣାଙ୍ଗନା ପାଲଟିଥିଲା । ପୋଲିସ ଉପରକୁ ବିଜେପି ପଥର ଏବଂ ଅଣ୍ଡାମାଡ କରିଥିବା ବେଳେ ବିଜେପି କର୍ମୀଙ୍କୁ ଗୋଡାଇ ଗୋଡାଇ ପିଟିଥିଲା ପୋଲିସ । ତେବେ ଏହି ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଇଛି କମିଶନରେଟ ପୋଲିସ । ବିଜେପି ଯୁବମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟଙ୍କ ସହ ୨୨ଜଣ ବିଜେପି କର୍ମୀଙ୍କୁ ଗିରଫ କରିଛି ପୋଲିସ ।

ଧାରା 147, ୨୯୪, ୩୫୩, ୩୨୩, ୩୩୨, ୩୨୫, ୩୦୭, ୫୦୬, ୧୪୯, ୧୪୮, ୨୨୪, ୩୩୩ ଏବଂ କ୍ରିମିନାଲର ଧାରା ୭, ସର୍ବସାଧାରଣଙ୍କ ସମ୍ପତ୍ତିଙ୍କ ନଷ୍ଟ କରିବା ଧାରା ୩, ଅନୁସାରେ ଗିରଫ କରିଛି କ୍ୟାପିଟାଲ ଥାନା ପୋଲିସ । ପୋଲିସ ଦର୍ଶାଇଛି ଯେ,"ଏମାନେ ବିକ୍ଷୋଭ ବେଳେ ଆଇନକୁ ହାତକୁ ନେଇଥିଲେ । ନିଷେଧାଞ୍ଚଳରେ ଆଇନକୁ ହାତକୁ ନେଇ ବିକ୍ଷୋଭ କରିଥିଲେ । ପୋଲିସ ଅଧିକାରୀଙ୍କୁ କାର୍ଯ୍ୟରେ ବାଧା ଦେଇଥିଲେ । ସର୍ବସାଧାରଣରେ ଗାଳିଗୁଲଜ ସହ ଆଇନକୁ ଅମାନ୍ୟ କରିଥିଲେ । ସରକାରୀ ଗାଡ଼ି ପୋଡିବାକୁ ଉଦ୍ୟମ କରିବା, ପୋଲିସକୁ ରକ୍ତାକ୍ତ କରିବା ଆଦି ବିଭିନ୍ନ ଦଫାରେ ଗିରଫ କରାଯାଇଛି ।"

ପ୍ରକାଶଥାଉକି, ତେବେ ନବଦାସ ହତ୍ୟାକାଣ୍ଡ ମାମଲାରେ ଅପରାଧୀଙ୍କୁ ଧରିବାରେ ବିଫଳ ହେବା ସହ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଥିବା ନେଇ ବିଜେପି ଅଭିଯୋଗ କରିଥିଲା । ଏନେଇ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଏକ ବିଶାଳ ବିକ୍ଷୋଭ ପ୍ରଦର୍ଶନ ଡକାଯାଇଥିଲା । ୫ ହଜାରରୁ ଊର୍ଦ୍ଧ୍ବ ବିଜେପି ଯୁବ ମୋର୍ଚ୍ଚାର ନେତୃତ୍ବରେ ମହିଳା, ନେତା ଓ ଯୁବକ ଏକାଠି ହୋଇ ସରକାର ବିରୋଧୀ ନାରାବାଜି ସହ ପୋଲିସ ବିରୋଧି ଆନ୍ଦୋଳନ କରିଥିଲେ ।

ଏହାସହ ବିଧାନସଭା ଆଡକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ । ପୋଲିସ ମାତ୍ରାଧିକ ବିଜେପି କର୍ମୀଙ୍କୁ ଅଟକାଇବାକୁ ଚେଷ୍ଟା କରିଥିବା ସତ୍ତ୍ବେ ବିଫଳ ହୋଇଥିଲା । ଫଳରେ ଲାଠି ଚାର୍ଜ କରିବା ପାଇଁ ବାଧ୍ୟ ହୋଇଥିଲା । ତେବେ ଏଭଳି କାର୍ଯ୍ୟର ଜବାବ ଦେବାକୁ ଯାଇ ଆଇନକୁ ହାତକୁ ନେଇଥିଲେ ବିଜେପି ଯୁବ ମୋର୍ଚ୍ଚାକର୍ମୀ ।

ଏହା ମଧ୍ୟ ପଢନ୍ତୁ: ବ୍ୟାରିକେଡ ଭାଙ୍ଗିଲେ, ଧସେଇ ପଶିଲେ ବିଧାନସଭା ଅଭିମୁଖେ, ବିଜେପି କର୍ମୀ-ପୋଲିସ ମଧ୍ୟରେ ଢେଲାମାଡ

ଏଥିପାଇଁ ପୋଲିସ ଉପରକୁ ଅଣ୍ଡା ମାଡ଼ ସହ ପାଣି ପାଉଚ ଏବଂ ପଥରମାଡ କରିଥିଲେ । ପରେ ପରିସ୍ଥିତି ଅଣାୟତ୍ତ ହୋଇଥିଲା । ଯାହାକୁ ନେଇ ଧସ୍ତାଧସ୍ତି ପରେ ଶେଷରେ ଭିଡ଼କୁ ନିୟନ୍ତ୍ରଣ ପାଇଁ ବିଜେପି କର୍ମୀଙ୍କୁ ଗିରଫ କରିଥିଲା । ହେଲେ ଏନେଇ କିଛି ପୋଲିସ ଏଥିରେ ଆହତ ହୋଇଥିବା ନେଇ ପୋଲିସ କହିବା ସହ ସରକାରୀ ସମ୍ପତ୍ତି ନଷ୍ଟ ପାଇଁ ଉଦ୍ୟମ ଓ ସରକାରୀ କର୍ମଚାରୀଙ୍କୁ ହତ୍ୟା ଉଦ୍ୟମ ଓ ଦୁର୍ବ୍ୟବହାର ସହ କାର୍ଯ୍ୟରେ ବାଧା ଦେବା ଆଦି ସଙ୍ଗୀନ ମାମଲାରେ ବିଜେପି ଯୁବମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯଙ୍କ ସହ ବିଜେପି ଯୁବ ମୋର୍ଚ୍ଚା କର୍ମୀଙ୍କୁ ଗିରଫ କରିଥିଲା ।

ଆଜି ମୋଟ ୨୨ଜଣଙ୍କୁ କୋର୍ଟ ଚାଲାଣ କରାଯିବା ନେଇ ସୂଚନା ମିଳିଛି । ତେବେ ଏହି ଘଟଣାରେ କ୍ୟାପିଟାଲ ଥାନା ସମ୍ମୁଖରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ବିଜେପି ପକ୍ଷରୁ ଧାରଣା ଦିଆଯାଇଥିଲା । ଅଭିଯୁକ୍ତ ପୋଲିସ କର୍ମଚାରୀଙ୍କୁ ଗିରଫ କରାଯାଉ ବୋଲି ବିଜେପି ପକ୍ଷରୁ ଦାବି କରାଯାଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details