ଓଡିଶା

odisha

ETV Bharat / state

ସେସୁ ଗ୍ରାହକ ସାବଧାନ ! ବକେୟା ବିଲ ନଦେଲେ ନୂଆବର୍ଷରୁ କଟିବ ଲାଇନ୍ - ହୁସିଆର ସେସୁ କଷ୍ଟମର

ବାକି ବିଲ ନଦେଲେ ନୂଆବର୍ଷରୁ କଟିବ ଲାଇନ। ଗ୍ରାହକଙ୍କୁ ସେସୁର ଚେତାବନୀ, 15 ଜାନୁୟାରୀ ଡେଡଲାଇନ। ପ୍ରେସମିଟରେ CEO ଅରୁଣ ବୋଥ୍ରାଙ୍କ ସୂଚନା। ଅଧିକ ଖବର ପଢନ୍ତୁ...

sesu-press-meet
ସେସୁ ଗ୍ରାହକ ସାବଧାନ! ବାକି ବିଲ ନଦେଲେ ନୂଆବର୍ଷରୁ କଟିବ ଲାଇନ୍

By

Published : Dec 10, 2019, 8:35 PM IST

Updated : Dec 10, 2019, 9:45 PM IST

ଭୁବନେଶ୍ବର: ହୁସିଆର ସେସୁ କଷ୍ଟମର। ବାକି ରଖିଛନ୍ତି କି ଇଲେକ୍ଟ୍ରିକ ବିଲ । ୧୫ ଜାନୁଆରି ସୁଦ୍ଧା ଏହି ବିଲକୁ ପୈଠ କରିଦିଅନ୍ତୁ । ନଚେତ ଆପଣଙ୍କ ସଂଯୋଗ କାଟିବ ସେସୁ ଡିସକନେକ୍ସନ ସ୍କ୍ବାର୍ଡ। କାରଣ ସେସୁ ଉପରେ ବାକି ପଡିଛି ୧୯୭୧ କୋଟି ଟଙ୍କା।

ସେସୁ ଗ୍ରାହକ ସାବଧାନ! ବାକି ବିଲ ନଦେଲେ ନୂଆବର୍ଷରୁ କଟିବ ଲାଇନ୍

ପ୍ରାୟ ୫୮ ହଜାର ଲୋକଙ୍କ ଉପରେ ୫୦ ହଜାର ଟଙ୍କାରୁ ଅଧିକ ଟଙ୍କାର ବିଲ ବାକି ରହିଛି ଯାହାକି ୬୯୧ କୋଟି ଟଙ୍କା। ୧ ଲକ୍ଷ ୪ ହଜାର ଲୋକଙ୍କ ଉପରେ ଶେଷ ୨ ବର୍ଷ ଧରି କୌଣସି ଟଙ୍କା ଦେଇନାହାନ୍ତି। ଯେଉଁମାନଙ୍କ ଉପରେ ୩୯୪ କୋଟି ଟଙ୍କା ବାକି ରହିଛି। ସେହିପରି ୯୨ ପ୍ରତିଶତ ଘରୋଇ କନେକସନ ୧୦୨୩ କୋଟି ଟଙ୍କା ବାକିଆ ରହିଛି। ସେଥିମଧ୍ୟରୁ ୭.୧ ପ୍ରତିଶତ ଲୋକଙ୍କ କମର୍ସିଆଲ, ଦୋକାନ ଓ ଅଫିସିଆଲ କନେକ୍ସନ ରହିଛି।

କେବଳ ଶିଳ୍ପ ସଂସ୍ଥା ଉପରେ ରହିଛି ୧୦୮ କୋଟି ଟଙ୍କା । ଯାହା କୋର୍ଟରେ ଡିସପୁଟ ନେଇ ପଡିରହିଛି। ଏହି ବକେୟା ବିଲକୁ 1 ମାସ ମଧ୍ୟରେ ଭରିବାକୁ ଡେଡଲାଇନ ଦିଆଯାଇଛି। ଏହାସହ ଅଧିକ ବକେୟା ରହିଥିବା ଲୋକେ ପର୍ଯ୍ୟାୟ କ୍ରମେ ଟଙ୍କା ପୈଠ କରିବେ।

ଏଥିପାଇଁ ଖବରକାଗଜ,ପୋଲିସ ଷ୍ଟେସନ, ପଞ୍ଚାୟତ ଅଫିସ, ୱାର୍ଡ କାର୍ଯ୍ୟାଳୟରେ ସୂଚନା ଦିଆଯିବ। ଧାର୍ଯ୍ୟ ସମୟର ଏକ ମାସ ମଧ୍ୟରେ ଅର୍ଥ ପୈଠ ନକଲେ ୧୬ ଜାନୁଆରୀରୁ ସଂଯୋଗ କାଟିବା ଆରମ୍ଭ କରିବେ ସେସୁ ସ୍କ୍ବାର୍ଡ।


ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Dec 10, 2019, 9:45 PM IST

ABOUT THE AUTHOR

...view details