ଓଡିଶା

odisha

ETV Bharat / state

ମଣ୍ଡିରେ ଧାନକିଣାରେ ଚଞ୍ଚକତା, ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଚାଷୀ

ଅସରଳା ସେବା ସମବାୟ ସମିତିର ସମ୍ପାଦକ ଏବଂ ଡାଟା ଏଣ୍ଟ୍ରି ଅପରେଟରଙ୍କ ବିରୋଧରେ ସଙ୍ଗିନ ଅଭିଯୋଗ । ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଚାଷୀ । ଅଧିକ ପଢନ୍ତୁ...

ମଣ୍ଡିରେ ଧାନ କିଣାରେ ଚଞ୍ଚକତା, ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଚାଷୀ
ମଣ୍ଡିରେ ଧାନ କିଣାରେ ଚଞ୍ଚକତା, ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଚାଷୀ

By

Published : Mar 19, 2021, 3:20 PM IST

ଖୋର୍ଦ୍ଧା: ଅସରଳା ସେବା ସମବାୟ ସମିତିର ସମ୍ପାଦକ ଏବଂ ଡାଟା ଏଣ୍ଟ୍ରି ଅପରେଟରଙ୍କ ବିରୋଧରେ ସଙ୍ଗିନ ଅଭିଯୋଗ । ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଚାଷୀ । କିଛି ଅସାଧୁ ବ୍ୟବସାୟୀଙ୍କ ଠାରୁ ବେଆଇନ ଭାବେ ସମିତି ମାଧ୍ୟମରେ ଧାନ କିଣା ଯାଇଛି ଫଳରେ ଯୋଗ୍ୟ ଚାଷୀ ମାନେ ସରକାରଙ୍କୁ ଧାନ ବିକ୍ରି କରିବାରୁ ବଞ୍ଚିତ ହୋଇଛନ୍ତି ।

ମଣ୍ଡିରେ ଧାନ କିଣାରେ ଚଞ୍ଚକତା, ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଚାଷୀ

ଏହି କାର୍ଯ୍ୟରେ ସମ୍ପୃକ୍ତ ସମିତିର ସମ୍ପାଦକ ଏବଂ ଡାଟା ଏଣ୍ଟ୍ରି ଅପରେଟରଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ଚାଷୀମାନେ । ତେବେ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନହେଲେ ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details