ଓଡିଶା

odisha

ଖୋର୍ଦ୍ଧାରେ ସିରିଜ ଲୁଟ: 11ଜଣଙ୍କ ଘରେ ପଶି ଲୁଟିଲେ ଟଙ୍କା-ସୁନାଗହଣା

By

Published : Nov 14, 2019, 2:24 PM IST

ଖୋର୍ଦ୍ଧାରେ ସିରିଜ ଲୁଟ । ଦୁବୃର୍ତ୍ତମାନେ ଗ୍ରାମରେ ପଶି 11ଜଣଙ୍କ ଘରେ ଲକ୍ଷାଧିକ ଟଙ୍କା ସହ ସୁନା ଗହଣା ଲୁଟ କରିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ।

ଫଟୋ ସୌଜନ୍ୟ : ପ୍ରତିନିଧି, ଖୋର୍ଦ୍ଧା

ଖୋର୍ଦ୍ଧା: ଗ୍ରାମରେ ପଶି ସିରିଜ ଲୁଟ । ଗତକାଲି ରାତିରେ କିଛି ଦୁବୃର୍ତ୍ତମାନେ ଅଟ୍ରି ଗ୍ରାମରେ 15ଜଣଙ୍କ ଘରେ ପଶି ଲକ୍ଷାଧିକ ଟଙ୍କା ସହ ସୁନା ଗହଣା ଲୁଟ କରିଛନ୍ତି ।ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ।

ଜିଲ୍ଲା ବାଘମାରି ଥାନା ଅନ୍ତର୍ଗତ ଅଟ୍ରି ଗ୍ରାମରୁ ସିରିଜ ଲୁଟ କରାଯାଇଛି । ତେବେ ଦୁବୃର୍ତ୍ତମାନେ ଅଭିନବ ଉପାୟରେ ଏହି ଲୁଟ କରିଛନ୍ତି । କେହି ଘରେ ନଥିବାବେଳେ ତାଲା ଭାଙ୍ଗି ଘରେ ପଶିଛନ୍ତି ତ ଆଉ କେଉଁଠି ଘର ପାଚେରୀ ଡେଇଁ କରିଛନ୍ତି ଲୁଟ । ଘରର ଆସବାବ ପତ୍ର ଗୁଡିକ ଆଲମିରା ଲକର ଖୋଲି ସୁନା ଅଳଙ୍କାର ଓ ଲକ୍ଷାଧିକ ଟଙ୍କା ଲୁଟ କରିନେଇଛନ୍ତି । ସକାଳେ ହେବା ପରେ ଲୋକମାନେ ସ୍ଥାନୀୟ ବାଘମାରି ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଭିଡିଓ ସୌଜନ୍ୟ : ପ୍ରତିନିଧି, ଖୋର୍ଦ୍ଧା
ଅନ୍ୟପଟେ ଏକ ସିସିଟିଭି ଫୁଟେଜକୁ ଆଧାର କରି ଜଣାପଡିଛି ରାତି ପ୍ରାୟ ସାଢ଼େ ଗୋଟାଏ ସମୟରେ ତିନିରୁ ଚାରି ଦୁବୃର୍ତ୍ତ ଗାଁରେ ପଶି ଲୁଟ କରିଥିବା ଅନୁମାନ କରାଯାଉଛି । ଖୋର୍ଦ୍ଧା ଅତିରିକ୍ତ ଏସପି ପରିଦର୍ଶନ କରିବେ । ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ ଓ ସନ୍ଧାନୀକୁକୁର ସାହାଯ୍ୟରେ ଯାଞ୍ଚ କରାଯିବ ବୋଲି ଅତିରିକ୍ତ ଏସପି କହିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details