ଭୁବନେଶ୍ବର:ଆଇଡବ୍ଲ୍ୟୁଏର ଉପଦେଷ୍ଟା ପରିଷଦରେ ସାମିଲ ହୋଇଛନ୍ତି ଜି.ମାଥି ଭାଥନନ । ଜି.ମାଥି ଭାଥନନଙ୍କୁ ଇଣ୍ଟରନ୍ୟାସନାଲ ୱାଟର ଆସୋସିଏସନ ସଦସ୍ୟ ଭାବେ ମନୋନୀତ କରାଯାଇଛି । ଇଣ୍ଟରନ୍ୟାସନାଲ ୱାଟର ଆସୋସିଏସନରେ ସାମିଲ ହୋଇଥିବା ୧୧ ଜଣ ବୋର୍ଡ ସଦସ୍ୟଙ୍କ ମଧ୍ୟରେ ଜି.ମାଥି ଭାଥନନ ଅନ୍ୟତମ । ଜି. ମାଥି ଭାଥନନ ହେଉଛନ୍ତି ରାଜ୍ୟ ସରକାରଙ୍କ ବରିଷ୍ଠ ଆଇଏଏସ ଅଫିସର । ସେ ରାଜ୍ୟ ଗୃହ ର୍ନିମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଭାବେ କାର୍ଯ୍ୟରତ । ଭାରତରୁ ଜଣେ ପ୍ରତିନିଧି ଭାବରେ ସେ ଏହି ଆର୍ନ୍ତଜାତିକ ପରିଷଦକୁ ମନୋନୀତ ହୋଇଛନ୍ତି ।
ସହରାଞ୍ଚଳ ପରିମଳ ଅଭିଯାନକୁ ମାର୍ଗଦର୍ଶନ କରିବା ସହ ଆବଶ୍ୟକୀୟ ନିର୍ଦ୍ଦେଶ ଦେବା ଇଣ୍ଟରନ୍ୟାସନାଲ ୱାଟର ଆସୋସିଏସନ କାର୍ଯ୍ୟ । ସହରାଞ୍ଚଳ ପରିମଳ ଅଭିଯାନର କାର୍ଯ୍ୟଧାରାକୁ ସମୀକ୍ଷା କରି ସାମଗ୍ରିକ ଭାବେ ଏହି କାର୍ଯ୍ୟକ୍ରମକୁ ସଫଳ କରାଇବା ଦିଗରେ ଆସୋସିଏସନ କାର୍ଯ୍ୟ କରୁଛି । ଏହାର ସଦସ୍ୟ ଭାବରେ ମନୋନୀତ ହେବା ଗୌରବର କଥା ବୋଲି କହିଛନ୍ତି ଜି. ମାଥି ଭାଥନନ । ଟିମ ଓଡ଼ିଶା ଏବଂ ଟିମ ଅର୍ବାନ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେ ସମସ୍ତ ଶ୍ରେୟ ଦେଇଛନ୍ତି । ସହରାଞ୍ଚଳ ପରିମଳ କ୍ଷେତ୍ରରେ ଟିମ ଓଡ଼ିଶା ଏବଂ ଗୃହ ର୍ନିମାଣ ଓ ନଗର ଉନ୍ନୟନ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛି । ବିଭାଗର ସମସ୍ତ ସଦସ୍ୟଙ୍କ ପରିଶ୍ରମରେ ଏହା ସଫଳ ହୋଇଛି ।
ଏହା ବି ପଢନ୍ତୁ...ଭିନ୍ନ ଏକ ପରମ୍ପରା ପାରଳାଖେମୁଣ୍ଡିର ଗଜମୁହାଁ, ମହାମାରୀରୁ ରକ୍ଷା କରନ୍ତି ମାଆ