ଓଡିଶା

odisha

ETV Bharat / state

ଜାଲ ଆଧାର କାର୍ଡରେ ବିକୁଥିଲେ ଜମି, ଧରିଲେ ସବରେଜିଷ୍ଟାର - ବେଗୁନିଆ ସବରେଜିଷ୍ଟାର

ଜାଲ ଆଧାର କାର୍ଡ ଚାଲିଥିଲା ଜମି ବିକା କାର୍ଯ୍ୟକ୍ରମ । ଜମି ବିକ୍ରି ସମୟରେ ଧରିଦେଲେ ସବରେଜିଷ୍ଟାର । ଅଧିକ ପଢନ୍ତୁ ।

ଜାଲ ଆଧାର କାର୍ଡ ଚାଲିଥିଲା ଜମି କିବା କାର୍ଯ୍ୟକ୍ରମ
ଜାଲ ଆଧାର କାର୍ଡ ଚାଲିଥିଲା ଜମି କିବା କାର୍ଯ୍ୟକ୍ରମ

By ETV Bharat Odisha Team

Published : Oct 18, 2023, 9:16 PM IST

ଜାଲ ଆଧାର କାର୍ଡ ଚାଲିଥିଲା ଜମି କିବା କାର୍ଯ୍ୟକ୍ରମ

ଖୋର୍ଦ୍ଧା: ଜାଲ ଆଧାର କାର୍ଡ କରି ଜମି ବିକ୍ରି କରିବାକୁ ରଚିଥିଲେ ଚକ୍ରାନ୍ତ । ଧରି ଦେଲେ ବେଗୁନିଆ ସବରେଜିଷ୍ଟାର । ଏଭଳି ଘଟଣା ବେଗୁନିଆ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଆଉ ଜାଲ ଆଧାର କାର୍ଡ କରି ଯାଗା ବିକ୍ରି ଘଟଣା ଜାଣିବା ପରେ ବେଗୁନିଆ ଥାନାରେ ଅଭିଯୋଗ କରିଛନ୍ତି ସବରେଜିଷ୍ଟାର ।

ସୂଚନା ଅନୁଯାୟୀ, ବୋଲଗଡ଼ ଥାନା ଅନ୍ତର୍ଗତ କଅଁରପୁର ଗ୍ରାମର ସ୍ବର୍ଗତ ମୋତି ସାମନ୍ତରାଙ୍କର ଦୁଇ ଝିଅ ବାଳାମଣୀ ଦାଶ ଓ ଶାନ୍ତିଲତା ପଣ୍ଡା । ବାଳାମଣୀ ନିଜ ଗାଁରେ ବିବାହ କରିଥିବା ବେଳେ ଶାନ୍ତିଲତା ବାଘମାରି ଥାନା ଅନ୍ତର୍ଗତ ବାଘମାରି ଗ୍ରାମରେ ସୁରେନ୍ଦ୍ର ପଣ୍ଡାଙ୍କୁ ବିବାହ କରିଥିଲେ । ତେବେ ଉଭୟଙ୍କ ମୃତ ମା’ ମୋତି ସାମନ୍ତରାଙ୍କ ନାଁରେ ଥିବା ବାଙ୍କପଲ୍ଲୀ ମୌଜାର ପ୍ଲଟ ଜମିକୁ ବିକ୍ରି କରିବା ପାଇଁ ସମସ୍ତ କାଗଜପତ୍ର କରି ପାଞ୍ଚ ଜଣ କ୍ରେତାଙ୍କୁ ଧରି ଜମି ବିକ୍ରି କରିବା ପାଇଁ ବେଗୁନିଆ ସବରେଜିଷ୍ଟାରଙ୍କ କାର୍ଯ୍ୟାଳୟକୁ ଆସିଥିଲେ । ଜମି ବିକ୍ରିର ନଥିପତ୍ର ସବରେଜିଷ୍ଟାର ଅମିତ କୁମାର ସେଠି ଯାଞ୍ଚ କଲାବେଳେ ବିକ୍ରେତା ଶାନ୍ତିଲତା ପଣ୍ଡାଙ୍କ ଆଧାର କାର୍ଡ ଜାଲ ଥିବା ସନ୍ଦେହ କରିଥିଲେ । ଆଧାରକାର୍ଡ଼ରେ ଥିବା ବାରକୋଡ଼ ସ୍କାନ କରି ଯାଞ୍ଚ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ସବରେଜିଷ୍ଟାର ଅମିତ ।

ଆଉ ବାରକୋଡ଼ ଯାଞ୍ଚରୁ ଆସିଥିଲା ସାଙ୍ଘାତିକ ତଥ୍ୟ । ଶାନ୍ତିଲତାଙ୍କ ଫଟୋ ଥିବା ଆଧାରକାର୍ଡର ନମ୍ବର ଥିଲା ଢେଙ୍କାନାଳ ଶଙ୍କରପୁର ଅଞ୍ଚଳର କୁଳମଣି ରାଉତଙ୍କର । ଢେଙ୍କାନାଳ ଶଙ୍କରପୁର ଅଞ୍ଚଳର କୁଳମଣିଙ୍କ ଆଧାର ନମ୍ବରକୁ ବ୍ୟବହାର କରି ଶାନ୍ତିଲତାଙ୍କ ଫଟୋ ଲଗାଯାଇ ଜାଲିଆତି କରାଯାଇଥିବା ଧରାପଡିବା ପରେ ଜମି ବିକ୍ରିକୁ ରଦ୍ଦ କରିଥିଲେ ସବରେଜିଷ୍ଟାର । ଏଥିସହ ଏହି ଘଟଣାରେ ଖୋର୍ଦ୍ଧାର ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ଅନୁନିବନ୍ଧକ ଭୁବନେଶ୍ୱର ଏବଂ କଟକ ଡେପୁଟି ଆଇଜିଆରଙ୍କୁ ଅବଗତ କରିଥିଲେ ସବରେଜିଷ୍ଟାର ଅମିତ ।ଏହାପରେ ବେଗୁନିଆ ଥାନାରେ ଏହି ଘଟଣାର ତଦନ୍ତ ପାଇଁ ଲିଖିତ ଅଭିଯୋଗ କରିଥିଲେ ।

ଏହା ମଧ୍ୟ ପଢନ୍ତୁ...One Country, One Identity:ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ହେବ ଏକକ ପରିଚୟ ପତ୍ର

ଏହି ଘଟଣାରେ ଶାନ୍ତିଲତାଙ୍କ ଝିଅ ଏବଂ ଜ୍ୱାଇଁ ଆଧାରକାର୍ଡ ଠିକ ଅଛି ଏବଂ ଆମେ ଏହି ଆଧାରକାର୍ଡ ବ୍ୟବହାର କରି ଖୋର୍ଦ୍ଧା ସବରେଜିଷ୍ଟାରଙ୍କ କାର୍ଯ୍ୟାଳୟରେ ଜମି ବିକ୍ରି କରିଥିଲୁ ବୋଲି ଯୁକ୍ତି କରି ପାଟୁତୁଣ୍ଡ କରିଥିଲେ । ସେପଟେ ଅଭିଯୋଗ ପାଇ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।ଏହାସହ ଜମି କିଣୁଥିବା ବ୍ୟକ୍ତି ସତର୍କତାର ସହ ସମସ୍ତ କାଗଜପତ୍ର ଯାଞ୍ଚ କରି ଜାଗାବାଡ଼ି କ୍ରୟ କରିବା ପାଇଁ ଜନସାଧାରଣଙ୍କୁ ସତର୍କ କରିଛନ୍ତି ।

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details