ଭୁବନେଶ୍ବର:ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ତାଲିମ ପାଇଁ ଓଡିଶାରେ ଖୋଲିବ ନୂଆ ଏସଟିସି (Security Training Center) । ମାଓ ଅପରେସନ ବା ଆତଙ୍କବାଦୀ ଆକ୍ରମଣ ଭଳି ପରିସ୍ଥିତି ମୁକାବିଲା ପାଇଁ ଯବାନଙ୍କୁ ଦିଆଯିବ ତାଲିମ। ଖୁବଶୀଘ୍ର ଚନ୍ଦକା ଏସଓଜି କ୍ୟାମ୍ପରେ ଖୋଲିବ ଏହି ସିକ୍ୟୁରିଟି ଟ୍ରେନିଂ ସେଣ୍ଟର। ଏଥର ନୂଆ କର୍ଣ୍ଣର ସଟ୍ ଗନ୍ ବା ବନ୍ଧୁକ ସହ ମଗାଯାଇଛି ୬ଟି ଅତ୍ୟାଧୁନିକ ଡ୍ରୋନ୍ । ଏନେଇ ସୂଚନା ଦେଇଛନ୍ତି ଗୁଇନ୍ଦା ନିର୍ଦ୍ଦେଶକ ସଞ୍ଜିବ ପଣ୍ଡା ।
ସୂଚନା ଅନୁସାରେ, ଆଗକୁ ମାଓ ଅପରେସନ ଓ ଆତଙ୍କୀ ଆକ୍ରମଣ ପ୍ରତିହତ ପାଇଁ ଓଡ଼ିଶା ପୋଲିସ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଆଣୁଛି । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅନୁମତି କ୍ରମେ ଏପରି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ବ୍ୟବହାର କରିବେ ଓଡ଼ିଶାର ଯବାନ । ଏନେଇ ଇସ୍ରାଏଲ ଢାଞ୍ଚାରେ ପ୍ରସ୍ତୁତ କର୍ଣ୍ଣର ସଟ୍ ଭଳି ଅତ୍ୟାଧୁନିକ ବନ୍ଧୁକ ଏବଂ ଅତ୍ୟାଧୁନିକ ଡ୍ରୋନ୍ ମଧ୍ୟ ବ୍ୟବହାର କରିବେ ଓଡ଼ିଶା ଯବାନ । ଯାହାକି ଉପାନ୍ତ ଓ ଦୁର୍ଗମ ଅଞ୍ଚଳର ଅଣ ଆଢ଼ୁଆଳରେ ରହି ଏକା ଥରକେ ଅନେକ ମାଓବାଦୀ ଓ ଆତଙ୍କବାଦୀଙ୍କୁ ମୁକାବିଲା କରିହେବ । ତେଣୁ ଇସ୍ରାଏଲ ଢାଞ୍ଚାରେ ଓଡ଼ିଶା ଯବାନଙ୍କୁ ଏଭଳି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ବ୍ୟବହାର ତାଲିମ ଦିଆଯିବା ପାଇଁ ସ୍ବତନ୍ତ୍ର ଭାବେ ଖୋଲାଯାଉଥିବା STCରେ ତାଲିମ ଦିଆଯିବ । ବିଶେଷ କରି ଦୁଇଟି ଢାଞ୍ଚାରେ ତାଲିମ ଦିଆଯିବ । ଗୋଟିଏ ଭିଭିଆଇପି ସୁରକ୍ଷା ଓ ଅନ୍ୟଟି ପବ୍ଲିକ୍ ସେଫ୍ଟି ଅପରେସନ୍ ।
ଏହା ମଧ୍ୟ ପଢନ୍ତୁ-ନିର୍ବାଚନ ପୂର୍ବରୁ ମାଓ ମୁକାବିଲା ଚିନ୍ତା, ଶୀତ ଦିନେ ଜୋରଦାର ହେବ ଅପରେସନ
ଅନେକ ସମୟରେ ଯବାନମାନେ ଭିଭିଆଇପି ସୁରକ୍ଷାରେ ନିୟୋଜିତ ହେଉଛନ୍ତି । କେନ୍ଦ୍ରିୟ SPG ଢାଞ୍ଚାରେ ଅନେକ ଭିଆଇପି ଓ ଭିଆଇପିଙ୍କ ଗସ୍ତ ବେଳେ ସୁରକ୍ଷାର ଆବଶ୍ୟକତା ରହିଥାଏ । ତେଣୁ ସେହି ସମୟରେ ନିୟୋଜିତ ଯବାନ ମାନେ କିଭଳି ଏସପିଜି ଢାଞ୍ଚାରେ ତାଲିମ ନେବେ ସେନେଇ ମଧ୍ୟ ତାଲିମ ଦିଆଯିବ । ଏପରିକି ଜେ ଜେ, ପ୍ଲସ, ଓ୍ବାଇ, ଓ୍ବାଇ ପ୍ଲସ, ବ୍ଲୁ ବୁକ୍ ସିକ୍ୟୁରିଟି ସହ ଭିଆଇପି ଓ ଭିଆଇପିଙ୍କ ସଭା ସ୍ଥଳରେ କିପରି କେଉଁ ଦିଗରେ ଜଗି ରହିବେ ଯବାନ, ସଭାସ୍ଥଳରେ କିଛି ଅଘଟଣ ହେଲେ କିପରି ମୁକାବିଲା ହେବ ସେନେଇ ତାମିଲ ଦିଆଯିବ । କୌଣସି ଭିଆଇପି ଗସ୍ତବେଳେ କିଛି ଅଜଣା ଆକ୍ରମଣ ବା ଅଘଟଣ ଘଟିଲେ ପ୍ରଥମେ ଭିଆଇପି ଓ ଭିଭିଆଇପିକୁ କିପରି ସୁରକ୍ଷା ଦିଆଯିବ ସେ ନେଇ ଏହି STCରେ ତାଲିମ ନିଆଯିବ । ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ପରେ ଏହିଭଳି ଭିଆଇପି ଭିଭିଆଇପି ସୁରକ୍ଷା ଏକ ପ୍ରକାର ପ୍ରାଥମିକତା ହୋଇଛି ।