ଭୁବନେଶ୍ବର:ଆଜି ରାଜଧାନୀରେ ପାଳନ ହେଉଛି ବଡଦିନ । ଆଉ ଦିନ କେଇଟା ପରେ ନୂଆବର୍ଷ । ତେଣୁ ଏବେଠାରୁ ଭୁବନେଶ୍ବରରେ ହାଇ ଆଲର୍ଟ । ଜିରୋନାଇଟ ସେଲିବ୍ରେସନ ପାଇଁ ସମସ୍ତେ ଉତ୍ସାହିତ । ହୋଟେଲ, ପବ୍ ଓ କ୍ଲବ୍ଗୁଡ଼ିକରେ ଜମିବ ଲୋକଙ୍କ ଆସର । ଏହାକୁ ଦୃଷ୍ଟିରେ ରଖି ରାଜଧାନୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି କମିଶନରେଟ ପୋଲିସ । ଆଜି ବଡ଼ଦିନ ଥିବାରୁ ସମସ୍ତ ଥାନାକୁ ଆଲର୍ଟ ସହ ଚର୍ଚ୍ଚରେ ପୋଲିସ ପ୍ରହରା ଦେଉଛନ୍ତି । ସେହିପରି ନୂଆବର୍ଷ ପୂର୍ବରୁ ଆଜି(ସୋମବାର) ହୋଟେଲ ଆସୋସିଏସନ୍ର ବୈଠକ ବସିବ । ସୁରକ୍ଷା ଦୃଷ୍ଟିରୁ ଡ୍ରିଙ୍କ ଆଣ୍ଡ୍ ଡ୍ରାଇଭ ବ୍ଲକିଂ ଚେକିଂ ଉପରେ ଅଧିକ ଗୁରୁତ୍ବ ଦିଆଯାଉଛି ।
ଆଜିଠାରୁ ନୂଆ ବର୍ଷ ପର୍ଯ୍ୟନ୍ତ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । କମିଶନରେଟ୍ ପୋଲିସ ସ୍ପିଡ୍ ଡ୍ରାଇଭ୍ ଓ ମଦ୍ୟପାନ କରି ଗାଡ଼ି ନଚଳାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଆର୍ଟିଓ ଜରିଆରେ ବ୍ରେଥ୍ ଆନାଲାଇଜର(ନିଶା ସେବନ ପରୀକ୍ଷା) ମଗାଯାଇଛି । ଯଦି କେହି ମଦ୍ୟପାନ କରି ଗାଡ଼ି ଚଳାନ୍ତି ବ୍ରେଥ୍ ଆନାଲାଇଜରରେ ଧରାପଡ଼ିଥିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ରାତି ଅଧ ପର୍ଯ୍ୟନ୍ତ ଚେକିଂ ଓ ବ୍ଲକିଂ ଜାରି ରହିବ । ଭୁବନେଶ୍ୱର ପ୍ରବେଶ ଓ ପ୍ରସ୍ଥାନର ସମସ୍ତ ପ୍ରମୁଖ ଛକ ଓ ଟ୍ରାଫିକ ପୋଷ୍ଟରେ ପୋଲିସ ଉପସ୍ଥିତ ରହିବେ । ହୋଟେଲ ହେଉ ବା କମର୍ସିଆଲ ଇଭେଣ୍ଟ । ପବ୍ଲିକ ପ୍ଲେସ୍ ହେଉ ବା ଟୁରିଷ୍ଟ ପ୍ଲେସ୍ । ଜିରୋ ନାଇଟ୍ସ ସେଲିବ୍ରେସନ ହେଉ ବା ବଡ଼ଦିନ ପାଳନରେ ସହରରେ ଯୁଆଡେ ବି ଯାଆନ୍ତୁ ସତର୍କ ରୁହନ୍ତୁ । ଏହି ସ୍ଥାନ ଗୁଡିକରେ ବିଶୃଙ୍ଖଳା ଆଶଙ୍କା କରି ଆଲର୍ଟ କରାଯାଇଛି । ଅଘଟଣ ଏଡାଇବା ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି ପାଇଁ ନିର୍ଦେଶ ଦେଇଛନ୍ତି ଭୁବନେଶ୍ୱରେ ଡିସିପି । ଏନେଇ ହୋଟେଲ ଆସୋସିଏସନର ଆଜି ବୈଠକ ବସିବ ।
ଏହା ମଧ୍ୟ ପଢନ୍ତୁ- ଧରାବତରଣ କଲେ ଯିଶୁଖ୍ରୀଷ୍ଟ, ଚଳଚଞ୍ଚଳ ରାଜଧାନୀର ବିଭିନ୍ନ ଚର୍ଚ୍ଚ