ଖୋର୍ଦ୍ଧା: ଚଳିତ ବର୍ଷ କୋରୋନା କଟକଣା କାରଣରୁ ସମସ୍ତ ପର୍ବ ପର୍ବାଣୀ ଉପରେ ରୋକ୍ ଲଗାଯାଉଛି । କେବଳ ପରମ୍ପରା ଦୃଷ୍ଟିରୁ ଅଳ୍ପ କେତେଜଣଙ୍କୁ ନେଇ ପୂଜା ପାଳନ କରାଯାଉଛି । ସେହିପରି ଚଳିତ ବର୍ଷ ଡଙ୍ଗାଭସା ଉପରେ ମଧ୍ୟ ରୋକ୍ ଲଗାଯାଇଛି । ପୁଷ୍କରିଣୀରେ ଭିଡ ନ ଲଗାଇବା ପାଇଁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।
ଖୋର୍ଦ୍ଧାର ସମସ୍ତ ଦେବାଳୟ ଓ ଜଳାଶୟରେ 144 ଧାରା ଜାରି - ଡଙ୍ଗାଭସା ପର୍ବ ଖୋର୍ଦ୍ଧା
ଖୋର୍ଦ୍ଧାର ସମସ୍ତ ଦେବାଳୟ ଓ ଜଳାଶୟରେ ପ୍ରଶାସନ ପକ୍ଷରୁ 144 ଧାରା ଜାରି । ଡଙ୍ଗାଭସାରେ ଜନ ସମାଗମ ଉପରେ ରୋକ୍ ଲଗାଇବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ଅଧିକ ପଢନ୍ତୁ...

ଆଗକୁ ଶୀତ ବଢୁଥିବାରୁ ପୁଣିଥରେ କୋରୋନା ସଂକ୍ରମଣ ଆଶଙ୍କା କରାଯାଉଛି । ତେଣୁ ରାଜ୍ୟ ସରକାରଙ୍କ ପକ୍ଷରୁ ପର୍ବ ପର୍ବଣୀରେ ତଥା ଅନ୍ୟ କୌଣସି କ୍ଷେତ୍ରରେ ଜନସମାଗମ ଉପରେ ରୋକ୍ ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଜନ ସମାଗମ ଉପରେ କିପରି ଅଙ୍କୁଶ ଲଗାଯାଇପାରିବ ସେ ଦାଇତ୍ୱ ଜିଲ୍ଲା ପ୍ରଶାସନ ଉପରେ ନ୍ୟସ୍ତ କରଯାଇଛି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଖୋର୍ଦ୍ଧା ଉପଜିଲ୍ଲାପଳ ଜିଲ୍ଲାର ବଡଓଷା ଓ କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗାଭସା ପାଇଁ ସମସ୍ତ ଦେବାଳୟଗୁଡିକରେ ୧୪୪ ଧାରା ଜାରି କରିଛନ୍ତି ।
ନଦୀ, ପୁଷ୍କରିଣୀ ଓ ଜଳାଶୟଗୁଡିକରେ ଯେପରି ଡଙ୍ଗାଭସା ବନ୍ଦ ରହିବ ସେଥିପ୍ରତି ଦୃଷ୍ଟିଦେବାକୁ ଉପଜିଲ୍ଲାପାଳ ଅଶୋକ କୁମାର ବେହୁରିଆ ସମସ୍ତ ତହସିଲଦାରଙ୍କ ସହ ଖୋର୍ଦ୍ଧା, ବାଲୁଗାଁ ଏସଡିପିଓ ଏବଂ ସମସ୍ତ ଥାନା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ