ଭୁବନେଶ୍ବର:ବିଧାନସଭା ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନରେ ପ୍ରଶ୍ନକାଳ ସ୍ବାଭାବିକ ହୋଇଛି । ବାରମ୍ବାର ଗୃହ ମୁଲତବୀ ପରେ ଆଜି ସ୍ବାଭାବିକ ହୋଇଛି ଗୃହକାର୍ଯ୍ୟ । ସୁରୁଖୁରୁରେ ଚାଲିଥିଲା ପ୍ରଶ୍ନକାଳ । ବିଭିନ୍ନ ପ୍ରସଙ୍ଗରେ ଗୃହରେ ଆଲୋଚନା ହୋଇଛି । ପ୍ରଶ୍ନକାଳରେ ଋଣଭାର ସମ୍ପର୍କରେ ପ୍ରଶ୍ନ କରିଥିଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ଉତ୍ତର ରଖିଥିଲେ ବିଭାଗୀୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ ।
ପ୍ରଶ୍ନକାଳରେ ଋଣଭାର ସମ୍ପର୍କରେ ପ୍ରଶ୍ନ କରିଥିଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ଅର୍ଥମନ୍ତ୍ରୀଙ୍କ ପାଇଁ ପ୍ରଶ୍ନ କରିଥିଲେ ତାରା ବାହିନୀପତି । ରାଜ୍ୟ ସରକାର ଋଣଭାରରେ ବୁଡି ରହିଛନ୍ତି କି । ୨୦୨୨ ମାର୍ଚ୍ଚ ସୁଦ୍ଧା ଓଡ଼ିଶାର ଋଣଭାର କେତେ ଥିଲା । ମୂଳ ଓ ସୁଧର ପରିମାଣ କେତେ । ବର୍ତ୍ତମାନ ମୁଣ୍ଡପିଛା ଋଣଭାର କେତେ ରହିଛି । ଋଣ ଭାର ହ୍ରାସ ପାଇଁ ସରକାର କି ପଦକ୍ଷେପ ଗ୍ରହଣ କରୁଛନ୍ତି । ଋଣ ବାବଦରେ ସରକାର କାହାଠୁ କେତେ ପରିମାଣର ଅର୍ଥ ଆଣିଛନ୍ତି । ବର୍ତ୍ତମାନ କେତେ ମୂଳ ଆଉ କେତେ ସୁଧ ବାକି ଅଛି ବୋଲି ପ୍ରଶ୍ନ କରିଥିଲେ କଂଗ୍ରେସ ବିଧାୟକ ।
ଜବାବରେ ଅର୍ଥମନ୍ତ୍ରୀଙ୍କ ଉତ୍ତରରେ କହିଥିଲେ, ''ଓଡ଼ିଶା ଋଣଭାର ବୁଡି ନାହିଁ । ଏବେ ସରପ୍ଲସ ଅଛି। ଋଣ ଆସିଛି କିନ୍ତୁ ଏହି ଅର୍ଥ ପୁଞ୍ଜି ଖର୍ଚ୍ଚରେ ବିନିଯୋଗ ହୋଇଛି । କମ ସୁଧରେ ଋଣ ଆସିଛି । କେନ୍ଦ୍ର ସରକାର ମଧ୍ୟ ଋଣ ଦେଇଛନ୍ତି । ବିଗତ ଦିନମାନଙ୍କରେ ନିଆଯାଇଥିବା ଋଣ ଠିକ୍ ସମୟରେ ସୁଝା ହୋଇଥିବାରୁ ରାଜ୍ୟକୁ ଋଣ ମିଳୁଛି ତା ସହିତ ପୁରସ୍କାର ମିଳୁଛି । ମୁଣ୍ଡପିଛା ଆୟ ମଧ୍ୟ ବଢ଼ିଛି । ଋଣ ବିନା ବିକାଶ ସମ୍ଭବ ନୁହେଁ । ତେଣୁ ଋଣ ଆସିଛି ଠିକ୍ ସମୟରେ ଫେରା ଯାଉଛି । ବଡ଼କଥା ହେଲା ଏବେ ଆଉ ଓଭରଡ୍ରାଫ୍ଟ ହେଉନାହିଁ ।''